ଜାଣନ୍ତୁ ବାଦାମର ଉପକାରୀତା ବିଷୟରେ…

ଚିନାବାଦାମ କାଶ କମ୍ କରିବାରେ ବେଶ ଉପଯୋଗୀ ହୋଇଥାଏ । ଏହାକୁ ନିୟମିତ ସେବନ ଯୋଗୁ ଫୁସଫୁସକୁ ଦୃଢତା ମିଳିଥାଏ । ଏହା ମଧ୍ୟ ପାଚନ ଶକ୍ତିକୁ ବଜାଇ ଦେଇଦେବା ସହିତ ଭୋକ ଲାଗୁନଥିବାର ସମସ୍ୟାରୁ ମୁକ୍ତି ଦେଇଥାଏ । ହଁ ବନାବାଦାମ ମଞ୍ଜି ଉପରେ ଲାଗିଥୁବା ପତଳା ଗ୍ରେପାକୁ କେବେ ଖାଆନ୍ତୁଳି କି ବାଦାମ ଖାଇବାର ଅଧଘଣ୍ଟା କିମ୍ବା ୪୫ ମିନିଟ ପରେ ପାଣି ପିଇବାକୁ ଚେଷ୍ଟା କରନ୍ତୁ । ବିଶେଷଜ୍ଞଙ୍କ ମତରେ ଚୀନାବାଦାମ ଫୁସଫୁସ୍ କ୍ୟାନସର କୁ ନିପାତ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । ଚୀନାବାଦାମରେ ବହୁ ମାତ୍ରାରେ ପ୍ରୋଟିନ ସହିତ ଆଉକିଛି ପୋଷକ ତତ୍ତ୍ଵ ମଧ୍ୟ ରହିଛି, ଯାହା ଶରୀରକୁ ଶକ୍ତି ଯୋଗାଇବା ସହିତ ଶରୀରର ବିକାଶ ପାଇଁ ମଧ୍ୟ ଜରୁରୀ । ଚୀନାବାଦାମ କୋଲେଷ୍ଟୋରଲ ମାତ୍ରାକୁ ନିୟନ୍ତ୍ରିତ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । ସପ୍ତାହରେ ଯଦି ପାଞ୍ଚଦିନ କିଛି କିଛି ଚୀନାବାଦାମ ଖାଆନ୍ତି ତ ହୃଦ ସମ୍ବନ୍ଧୀୟ ରୋଗର ଆଶଙ୍କା କମ୍ ହୋଇଯାଇଥାଏ । ଏହା ମଧ୍ୟ ବୟସ ବଢିବାକୁ ଦିଏନି । ଅର୍ଥାତ ସ୍କିନକୁ ହେଲଦି ରଖିବାରେ ଏଥିରେ ବହୁ ତତ୍ତ୍ବ ରହିଛି । ଏଥୁରେ ପର୍ଯ୍ୟାପ୍ତ ମାତ୍ରାରେ କ୍ୟାଲସିୟମ ଏବଂ ଭିଟାମିନ ଡି ରହିଛି । ଏହା ଏକ ସମ୍ପୂର୍ଣ୍ଣ ପ୍ରାକୃତିକ ଏବଂ ଶସ୍ତା ଡ୍ରାଇ ଫୂଡ଼ । ଏହାକୁ ଖାଇଲେ ହାତ ମଜବୁତ ହୋଇଥାଏ । ଯଦି ଡେଲି କିଛି କିଛି ଚୀନାବାଦାମ ଖିଆଯାଏ ତ ପୁରୁଷ ଏବଂ ମହିଳାଙ୍କ ଠି ହର୍ମୋନ୍ନ ମଧ୍ୟରେ ସନ୍ତୁଳନ ଠିକଠାକ୍ ରହିଥାଏ ।

Follow by Email
WhatsApp