ଡଙ୍ଗା ବୁଡି ୮ ନିଖୋଜ,୧ ମୃତ

ହୁକିଟୋଲାରୁ ପିକନିକ ସାରି ଫେରୁଥିବା ଡଂଗା ବୁଡିଗଲା : ଜଣେ ମହିଳା ମୃତ, ୪ଶିଶୁଙ୍କ ସମେତ ୮ ନିଖୋଜ

ସମୁଦ୍ର ମଧ୍ୟରେ ଥିବା ଦ୍ବିପାଞ୍ଚଳ ହୁକିଟୋଲାରୁ ପିକନିକ ସାରି ଫେରୁଥିବା ଏକ ଡଂଗା କେନ୍ଦ୍ରାପଡ଼ା ବତୀଘର ନିକଟ ନେପାଣିଆ ବତୀଘର  ନିକଟରେ ଡଙ୍ଗା ଟି ଓଲଟି ପଡିଛି ।ମହାନଦୀ ଓ ସମୁଦ୍ରର ମିଶ୍ରଣସ୍ଥଳ ବା ମୁହାଣ ଅଂଚଳରେ  ଆଜି ସଂଧ୍ୟ୭ଟା ବେଳକୁ ଏହି ଦୁର୍ଘଟଣା ଘଟିଛି ।  ଡଙ୍ଗା ଓଲଟି ପଡିବା କାରଣରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ, ୮ଜଣ ନିଖୋଜ ଥିବା ଖବର ମିଳିଛି ।

ଜମ୍ବୁ ଥାନା ଅନ୍ତର୍ଗତ ଏହି ଅଂଚଳଟି ଦୁର୍ଗମ ହୋଇଥିବାରୁ ଘଟଣାସ୍ଥଳରେ ତୁରନ୍ତ ଅଗ୍ନିଶମ ବାହିନୀ ପହଂଚି ପାରିନଥିଲା । ସ୍ଥାନୀୟ ଲୋକେ ହିଁ ଉଦ୍ଧାର କାର୍ଯ୍ୟ କରିଥିଲେ । ତେବେ ରାତି ହୋଇଥିବାରୁ ଉଦ୍ଧାର କାର୍ଯ୍ୟ ସହଜ ନୁହେଁ । ମହାକାଳପଡା ଅଗ୍ନିଶମ ବାହିନୀ ଘଟଣାସ୍ଥଳକୁ ବାହାରି ଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ପହଂଚିନଥିବା ଜଣାପଡିଛି ।

ଡଂଗାରେ  ପାରାଦୀପ ଭୂତମୁଣ୍ଡେଇ ଅଞ୍ଚଳରେ ଥିବା ହସିନା ଗାଁର ଅଧିକାଂଶ ଲୋକ ଥିବା ଜଣା ପଡିଛି । ଡଂଗାରେ ପ୍ରାୟ ୫୦ ଜଣ ଯାତ୍ରୀ ଥିଲେ । ଭାରସାମ୍ୟ ହରାଇ ଡଂଗାଟି ଓଲଟି ପଡିଥିବା କୁହାଯାଉଛି । ଏବେ ବି ନିଖୋଜ ଥିବା ୮ ଜଣଙ୍କ ମଧ୍ୟରେ ୪ଜଣ ଶିଶୁ ରହିଛନ୍ତି ।ଜଣେ ମୃତ୍ୟୁବରଣ କରିଛନ୍ତି।

ସମୁଦ୍ର ଭିତରେ ଥିବା ଦ୍ବିପାଞ୍ଚଳ ହୁକିଟୋଲାକୁ ଡଙ୍ଗା ସାହାର୍ଯ୍ୟରେ ପିକନିକ କରିବା ପାଇଁ ବହୁ ଲୋକଯାଇଥାନ୍ତି । କିନ୍ତୁ କେଉଁ କାରଣ ଯୋଗୁଁ ଡଂଗାଟି ଓଲଟି ପଡିଲା ତାହା ଜଣାପଡି ନାହିଁ । ରାତିରେ ଉଦ୍ଧାର କାର୍ଯ୍ୟ ହୋଇପାରିବ କି ନାହିଁ ତାକୁ ନେଇ ସଂଦେହ ସୃଷ୍ଟି ହୋଇଛି । ଏହି ବତୀଘର ନିପାଣିଆ ନଈରେ କୁମ୍ବୀର ଥିବା ମଧ୍ୟ କୁହାଯାଉୁଛି । ଫଳରେ ଉଦ୍ଧାର କାର୍ଯ୍ୟ ଅଧିକ ଜଟିଲ ହେବା ଆଶଂକା ସୃଷ୍ଟି ହୋଇଛି ।  

Follow by Email
WhatsApp