ଥଣ୍ଡା ଦିନରେ ଥାଇରଏଡ଼ ରୋଗୀ ମାନେ କଣ କରିବା ଦରକାର…….

NTP::::

👉ଥଣ୍ଡା ଦିନରେ ଥାଇରଏଡ଼ ରୋଗୀ ମାନେ ଅନେକ ପ୍ରକାର ଅସୁବିଧାର ସମ୍ମୁଖିନ ହୋଇଥାନ୍ତି । ଏହି ରୋଗରୁ ମୁକ୍ତି ପାଇବା ପାଇଁ ପ୍ରାଚୀନ ଆୟୁର୍ବେଦିକ ଉପାୟରୁ ଆମେ ଘରେ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟରୁ ଔଷଧ ପ୍ରସ୍ତୁତ କରିପାରିବା । ଏହା ଦ୍ୱାରା ଥାଇରଏଡ଼ ରୋଗୀମାନେ କିଛି ମାତ୍ରାରେ ଆଶ୍ୱସ୍ତି ପାଇ ପାରିବେ ।
👉ଅଦା:
ପ୍ରାୟତଃ ସମସ୍ତଙ୍କ ଘରେ ସବୁବେଳେ ଅଦା ମହଜୁଦ୍‌ ଥାଏ । ଅଦାର ଅନେକ ଔଷଧିୟ ଗୁଣ ରହିଛି । ଅଦାରେ ଅନେକ ଉପକାରୀ ଗୁଣ ମଧ୍ୟ ରହିଛି ଯେମିତି ପୋଟାସିୟମ, ମ୍ୟାଗନେସିୟମ୍‌ ଇତ୍ୟାଦି ଥାଇରଏଡ଼ ରୋଗରୁ ମୁକ୍ତି ଦେଇଥାଏ । ଅଦାରେ ଆଣ୍ଟି-ଇଂଫଲେମେଟରି ଗୁଣ ଥାଇରଏଡ଼କୁ ବଢ଼ିବାକୁ ରୋକି ଥାଏ
👉ଦହି ଓ କ୍ଷୀର:
ଥାଇରଏଡ଼ ରୋଗୀ ମାନେ ସର୍ବଦା କ୍ଷୀର ଓ ଦହି ଅଧିକ ମାତ୍ରାରେ ଖାଇବା ଦରକାର । କ୍ଷୀର ଓ ଦହିରେ କ୍ୟାଲସିୟମ,ମିନେରାଲ ଏବଂ ଭିଟାମିନ୍‌ ଥାଇରଏଡ଼ ଭୋଗୁଥିବା ରୋଗୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍‌ ରହିବାରେ ସହାୟକ ହୋଇଥାଏ ।
👉ଗହମ ଓ ଯଅ:
ଥାଇରଏଡ଼ ଗ୍ରନ୍ଥିକୁ ରୋକିବା ପାଇଁ ଗହମ ଓ ଯଅର ବ୍ୟବହାର ଅତ୍ୟନ୍ତ ଆବଶ୍ୟକ । ଗହମ ଓ ଯଅ ଖାଇବା ଦ୍ୱାରା ସେଥିରେ ଥିବା ଆୟୁର୍ବେଦିକ ଗୁଣ ଥାଇରଏଡ଼ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ ।

Follow by Email
WhatsApp