ଶରୀର ପାଇଁ କେତେ ଉପକାରୀ ଜୁଆଣି ପତ୍ର…ପଢନ୍ତୁ ପୁରା ରିପୋର୍ଟ

ଏନଟିପି:

👉୧- ଯଦି ଆପଣ ଶୀତଦିନେ ଜୁଆଣି ପତ୍ର ଖାଉଛନ୍ତି, ତେବେ ଏହା ଆପଣଙ୍କ ଶରୀରକୁ ଭିତରୁ ସଫା ରଖିବାରେ ସାହାଯ୍ୟ କରିଥାଏ।
👉୨- ଏହାକୁ ଖାଇବା ଦ୍ୱାରା ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼ିବା ସହିତ ଉଚ୍ଚ ରକ୍ତଚାପ ସମସ୍ୟା ଦୂର ହୋଇଥାଏ।
👉୩- ଯଦି ଆପଣଙ୍କର କିଡ୍‌ନୀ ଷ୍ଟୋନ୍‌ ସମସ୍ୟା ଓ ୟୁରିନାରୀ ଇନ୍‌ଫେକ୍‌ସନ୍‌ ସମସ୍ୟା ରହିଛି, ତେବେ ଜୁଆଣି ପତ୍ର ଖାଇଲେ ଆପଣଙ୍କର ୟୁରିନାରୀ ସିଷ୍ଟମ୍‌ ଭଲ ରହିଥାଏ।
👉୪- ଏହାକୁ ଆପଣ ପୁଦିନା ରସରେ କିମ୍ୱା କୌଣସି ପ୍ରକାର ସବୁଜ ପରିବାରେ ମିଶାଇ ଖାଇଲେ, ଏହା ଅନ୍ୟ ସମସ୍ତ ରୋଗ ପାଇଁ ଲାଭପ୍ରଦ ହୋଇଥାଏ।
👉୫- ଜୁଆଣି ପତ୍ରର ଜୁସ୍‌ ପିଇବା ଦ୍ୱାରା ମସ୍ତିଷ୍କର ଥକାପଣ ଦୂର ହୋଇଥାଏ ଓ ଶରୀରର ଦୁର୍ବଳତା ଦୂର ହୋଇଥାଏ।
👉୬- ଯେଉଁ ବ୍ୟକ୍ତିଙ୍କର ଆଣ୍ଠୁଗଣ୍ଠି ରୋଗ ରହିଛି, ଏହି ରୋଗୀ ପ୍ରତିଦିନ ସକାଳେ ଜୁଆଣି ପତ୍ରର ଜୁସ୍‌ ପିଅନ୍ତୁ। ଏଥିରେ ଆଣ୍ଟି-ଇନ୍‌ଫ୍ଲାମେଣ୍ଟାରୀ ପ୍ରପର୍ଟି ରହିଛି। ଯାହା ଆଣ୍ଠୁରେ ହେଉଥିବା ଯନ୍ତ୍ରଣାକୁ ଦୂର କରିଥାଏ।
👉୭-ଜୁଆଣି ପତ୍ରର ଜୁସ୍‌ ଶରୀରରୁ ଟକ୍ସିକ୍‌କୁ ବାହାର କରି ଆପଣଙ୍କ ପାଚନ କ୍ରିୟାକୁ ଠିକ୍‌ କରିଥାଏ।
କେବଳ ଜୁଆଣି ପତ୍ର ନୁହେଁ, ଏହାର ମଞ୍ଜିକୁ ମଧ୍ୟ ଆପଣ ବ୍ୟବହାର କରିପାରିବେ।
👉୮-ଯଦି ଆପଣଙ୍କୁ ଥଣ୍ଡା ଜ୍ୱର ହେଉଛି, ତେବେ ଜୁଆଣି ପତ୍ର, ଗୋଲମରିଚ, ତୁଳସୀ ପତ୍ରକୁ ବାଟି ଏହାକୁ ଜୁସ୍‌ କରି ପିଅନ୍ତୁ। ଆପଣ ଚାହିଁଲେ ଏହାକୁ ବାହାର କରି ମଧ୍ୟ ପିଇପାରିବେ।
👉୯- ଯଦି ଆପଣଙ୍କ ଗ୍ୟାସ୍‌ ସମସ୍ୟା ରହିଛି, ତେବେ ଜୁଆଣି ପତ୍ରକୁ ଆପଣଙ୍କ ଖାଇବାରେ ସାମିଲ୍‌ କରନ୍ତୁ।
👉୧୦- ଆପଣ ଏକ ମାସ ଧରି ଜୁଆଣି ପତ୍ରର ଜୁସ୍‌ ପିଅନ୍ତୁ, ମାସକୁ ୪ରୁ ୫ କିଲୋ ପର୍ଯ୍ୟନ୍ତ ଓଜନ ହ୍ରାସ କରିପାରିବେ। ଓଜନ କମ୍‌ କରିବା ପାଇଁ ଏହା ବହୁତ ଭଲ କାମ କରିଥାଏ।
👉୧୧-ଏହା ସହିତ ପ୍ରତିଦିନ ଜୁଆଣି ପତ୍ରର ଜୁସ୍‌ ପିଇଲେ, ଆପଣଙ୍କ ଶରୀରରେ ସୁଗାର୍‌ ସ୍ତର ନିୟନ୍ତ୍ରଣ ହୋଇ ରହିଥାଏ। ଯାହା ଯୋଗୁ ଆପଣଙ୍କ ଡାଇବେଟିସ୍‌ ନିୟନ୍ତ୍ରଣ ହୋଇ ରହିଥାଏ।
👉୧୨- ଶ୍ୱାସ ରୋଗୀଙ୍କର ନିଃଶ୍ୱାସ ନେବାରେ ଅସୁବିଧା ହୋଇଥାଏ,ଏଥିପାଇଁ ଶ୍ୱାସ ରୋଗୀ ପ୍ରତିଦିନ ଜୁଆଣି ପତ୍ରର ଜୁସ୍‌ ପିଇଲେ, ଏହି ସମସ୍ୟାରୁ ରକ୍ଷା ପାଇଥାନ୍ତି।
👉୧୩ -ଜୁଆଣି ପତ୍ରରେ ଥାଇମଲ୍ ପରି ଏକ ରାସାୟନିକ ପଦାର୍ଥ ଅଛି ଯାହା ମଶାମାନଙ୍କୁ ଘରକୁ ଆସିବାକୁ ଦିଏ ନାହିଁ।

Follow by Email
WhatsApp