ଭୁବନେଶ୍ୱର (ଏନଟିପି)
୫୦ ବର୍ଷ ତଳେ ଭୁବନେଶ୍ୱରରେ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ରାମ ମନ୍ଦିର ସେବା ସମିତିକୁ ମାଗଣାରେ ମିିଳିଥିଲା ସରକାରୀ ଜମି । ମନ୍ଦିର ପରିଚାଳନା ପାଇଁ ରହିଥିବା ପରିଚାଳନା ସମିତି ଆୟ-ବ୍ୟୟରେ ସ୍ୱଚ୍ଛତା ରଖୁନଥିବା ଅଭିଯୋଗ ହେବା ପରେ ପୁୁରୁଣା ପରିଚାଳନା ବୋର୍ଡକୁ ଭାଙ୍ଗି ଦେଇ ଏକ ଅନ୍ତରୀଣ ଟ୍ରଷ୍ଟ ବୋର୍ଡ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଦେବୋତର କମିଶନର । ଏହି ୫ ଜଣିଆ ଟ୍ରଷ୍ଟ ବୋର୍ଡରୁ ଜଣେ ଅନ୍ତରୀଣ ମ୍ୟାନେଜିଂ ଟ୍ରଷ୍ଟି ଏବେ ମନ୍ଦିର ପରିଚାଳନା କରିବେ ।ଭାଙ୍ଗିଲା ଭୁବନେଶ୍ୱର ରାମ ମନ୍ଦିରର ପରିଚାଳନା ସମିତି । ଗଢ଼ା ହେବ ନୂଆ ଅନ୍ତରୀଣ ଟ୍ରଷ୍ଟ ବୋର୍ଡ । ଟ୍ରଷ୍ଟ ବୋର୍ଡ ଗଢ଼ିବାକୁ ନିର୍ଦ୍ଦେଶ ଦେଲେ ଦେବୋତ୍ତର କମିଶନର । ଭୁବନେଶ୍ୱରର ରାମ ମନ୍ଦିର । ହଜାର ହଜାର ଲୋକଙ୍କ ଭକ୍ତି ଓ ଆସ୍ଥାର ପ୍ରତୀକ ଥିବା ଏହି ମନ୍ଦିରର ଆର୍ଥିକ ପରିଚାଳନାରେ ସ୍ୱଚ୍ଛତା ନଥିବା ଅଭିଯୋଗ ହେଉଥିଲା । ଅଭିଯୋଗର ସରଜମିନ୍ ଯାଂଚ୍ ପରେ ପୁରୁଣା ପରିଚାଳନା ସମିତିକୁ ଭାଙ୍ଗି ଦେଇଛନ୍ତିି ରାଜ୍ୟର ଦେବୋତ୍ତର କମିଶନର । କମିଶନର ତାଙ୍କର ରାୟରେ ଏକ ନୂଆ ୫-ଜଣିଆ ଅନ୍ତରୀଣ ଟ୍ରଷ୍ଟ ବୋର୍ଡ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେମାନଙ୍କ ଭିତରୁ ନିର୍ବାଚିତ ଜଣେ ଅନ୍ତରୀଣ ମ୍ୟାନେଜିଂ ଟ୍ରଷ୍ଟି ଏବେ ମନ୍ଦିର ପରିଚାଳନା ଦାୟିତ୍ୱ ନେବେ ।ଭୁବନେଶ୍ୱରରେ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ସାଧାରଣ ପ୍ରଶାସନ ବିଭାଗ ୧୯୬୯ ମସିହାରେ “ରାମ ମନ୍ଦିର ସେବା ସମିତି’କୁ ମାଗଣାରେ ୧.୧୯ ଏକର ଜମି ଦେଇଥିଲେ । କମିଶନରଙ୍କ ନିକଟରେ ମନ୍ଦିରର ଆୟ-ବ୍ୟୟରେ ଅନିୟମିତତା ଓ ବ୍ୟବସାୟିକ କାରବାର ନେଇ ପିଟିସନ୍ ହେବା ପରେ ସେପ୍ଟେମ୍ବର ମାସରେ ମନ୍ଦିରର ଖାତା-ପତ୍ର ଯାଂଚ୍ କରିଥିଲେ କମିଶନର । ରାଜ୍ୟର ପ୍ରାୟ ୨ ହଜାର ମନ୍ଦିର ଓ ମଠର ପରିଚାଳନାକୁ ତଦାରଖ କରୁଥିବା ଦେବୋତ୍ତର କମିଶନ ସବୁ ପକ୍ଷକୁ ଶୁଣିବା ପରେ ଜାନୁଆରୀ ୨ରେ ପୂର୍ବ ପରିଚାଳନା ବୋର୍ଡକୁ ଭାଙ୍ଗି ଦେଇଥିଲେ ।