ଦେଶର ସର୍ବପ୍ରଥମ ସମସ୍ତ ଆଇଆଇଟି ଆର୍ ଆଶ୍ଚ ଡି ପ୍ରଦର୍ଶନୀ “ ଇନଭେନଟିଭ୍ ୨୦୨୨ ” ରେ କେନ୍ଦ୍ରମନ୍ତ୍ରୀ ଦେଶର ପ୍ରତ୍ୟେକ ଆଇଆଇଟି ହେଉଛି ରତ୍ନଭଣ୍ଡାର – ଧର୍ମେନ୍ଦ୍ର ପ୍ରଧାନ

ଦେଶର ସର୍ବପ୍ରଥମ ସମସ୍ତ ଆଇଆଇଟି ଆର୍ ଆଶ୍ଚ ଡି ପ୍ରଦର୍ଶନୀ “ ଇନଭେନଟିଭ୍ ୨୦୨୨ ” ରେ କେନ୍ଦ୍ରମନ୍ତ୍ରୀ ଦେଶର ପ୍ରତ୍ୟେକ ଆଇଆଇଟି ହେଉଛି ରତ୍ନଭଣ୍ଡାର – ଧର୍ମେନ୍ଦ୍ର ପ୍ରଧାନ ● . . . . ● ଇନଭେନଟିଭ କାର୍ଯ୍ୟକ୍ରମରେ ଯୋଗଦେଲେ ଏୟାରଟେଲ , ଇନସ୍ପେଶ ଓ ସାଏଣ୍ଟର ମୁଖ୍ୟ ୨୩ଟି ଆଇଆଇଟିର ନିର୍ଦ୍ଦେଶକ , ପ୍ରଫେସର , ଶିଳ୍ପ ନେତୃତ୍ବ ସାମିଲ ଜ୍ଞାନ ଏବଂ ଅଭିଜ୍ଞତାର ଗନ୍ତାଘର ଆଇଆଇଟି ଦେଶର ଭବିଷ୍ୟତ ପାଇଁ ରାସ୍ତା ସୁଗମ କରିବ ଭାରତୀୟ ମଡେଲ ଗୁଡ଼ିକ ବିକାଶଶୀଳ ଅର୍ଥନୀତି ପାଇଁ ମାର୍ଗଦର୍ଶିକା ସାଜିଛି ପ୍ରଯୁକ୍ତିବିଦ୍ୟା , ଅଭିବୃଦ୍ଧି ଏବଂ ବିକାଶର ନୂଆ ଆବାହକ ହେବ ସମାଜ ଏବଂ ବଜାର ସହ ନବସୃଜନକୁ ଯୋଡ଼ିବାକୁ ପରାମର୍ଶ ଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ / ଭୁବନେଶ୍ବର , ଅକ୍ଟୋବର ୧୫– ଦେଶର ପ୍ରତ୍ୟେକ ଆଇଆଇଟି ହେଉଛି ରତ୍ନଭଣ୍ଡାର । ଜ୍ଞାନ ଏବଂ ଅଭିଜ୍ଞତାର ଗନ୍ତାଘର ଆଇଆଇଟି ଦେଶର ଭବିଷ୍ୟତ ପାଇଁ ରାସ୍ତା ସୁଗମ କରିବ ବୋଲି ଶୁକ୍ରବାର ଆଇଆଇଟି ଦିଲ୍ଲୀରେ ଦେଶରେ ପ୍ରଥମ ଥର ପାଇଁ ଆୟୋଜିତ ସବୁ ଆଇଆଇଟି- ଆର୍ ଆଶ୍ଚ ଡି ପ୍ରଦର୍ଶନୀ ‘ ଇନଭେନଟିଭ୍ ୨୦୨୨’କୁ ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା , ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଶ୍ବର ଅନେକ ଦେଶ ଆଇଆଇଟି କ୍ୟାମ୍ପସ ସ୍ଥାପନ କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ଏହା ହିଁ ଆମ ଆଇଆଇଟିର ଜ୍ଞାନ ଓ ଗୁଣବତ୍ତାକୁ ପରିଚୟ ଦେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ ଜୟ ଅନୁସନ୍ଧାନ’ର ନାରା ଦେଇଛନ୍ତି । ଆଇଆଇଟି ଦିଲ୍ଲୀରେ ଅନୁଷ୍ଠିତ ଇନଭେନଟିଭ୍ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀଙ୍କ କଳ୍ପନାକୁ ଆଗକୁ ନେଉଛି । ସେହିପରି ଦେଶରେ ସ୍ବଦେଶୀ ଜ୍ଞାନକୌଶଳରେ ଅନେକ ଟେକ୍ନୋଲୋଜି ଉଦ୍ଭାବନ କରାଯାଉଛି । ବିଶେଷ ଭାବରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଅନେକ ନୂତନ ଟେକ୍ନୋଲୋଜି ଉଦ୍ଭାବନ ହେଉଅଛି । ଏହି ଭାରତୀୟ ମଡେଲ ଗୁଡ଼ିକ ବିକାଶଶୀଳ ଅର୍ଥନୀତି ପାଇଁ ଏକ ମାର୍ଗଦର୍ଶିକା ଭାବରେ ଆସ୍ଥାଭାଜନ ହୋଇପାରିଛି । ସଫ୍ଟଓୟାର୍ ଡେଭଲପମେଣ୍ଟ , ଫାଇନାନ୍ସ ମ୍ୟାନେଜମେଣ୍ଟ , ମେଡିସନ ଏବଂ ଲିଗାଲ୍ ଆନାଲିଟିକ୍ସ ଭଳି କ୍ଷେତ୍ରରେ ଭାରତ ଅଗ୍ରଣୀ ନେତୃତ୍ବ ନେଉଛି । ଦେଶବାସୀଙ୍କ ମଧ୍ୟରେ ଥିବା ବୌଦ୍ଧିକ କ୍ଷମତା ଭାରତକୁ ନୂଆ ବୈଶିକ ଦୃଶ୍ୟପଟ୍ଟରେ ଶିଖରରେ ପହଞ୍ଚାଇବାର କ୍ଷମତା ରଖୁଛି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆମକୁ ଗବେଷଣା ଆଧାରିତ ଉଦ୍ୟମତା ବିକଶିତ କରିବାକୁ ହେବ । ଭାରତର ପ୍ରତିଭା , ଡିଜିଟାଲ କାରବାର , ବଜାର , କିଣିବା କ୍ଷମତା ଏବଂ ବଢ଼ୁଥିବା ଆକାଂକ୍ଷା ଭାରତକୁ ଦ୍ରୁତ ଗତିରେ ଆଗକୁ ନେଉଛି । ଆଇଆଇଟି ଗୁଡିକ ଏହି ସୁଯୋଗର ବ୍ୟବହାର କରିବାର କରିବା ଉଚିତ୍ । ଏହାବ୍ୟତିତ ସମାଜ ଏବଂ ବଜାର ସହ ନବସୃଜନକୁ ଯୋଡ଼ିବାକୁ ହେବ । ଦେଶରେ ସୃଷ୍ଟି ହେଉଥିବା ଜୈବ ବର୍ଜ୍ୟବସ୍ତୁର ସଠିକ୍ ଉପଯୋଗ କରାଗଲେ ଅର୍ଥନୀତିକୁ ସହାୟକ ହେବ । ଆଇଆଇଟି ଇଞ୍ଜିନିୟର କଲେଜ ଠାରୁ ଉର୍ଦ୍ଧ୍ବରେ ରହିବାକୁ ହେବ । ନବସୃଜନ , ନିଯୁକ୍ତିଦାତା ସୃଷ୍ଟି କରିବା ଭଳି ବିଷୟକୁ ନେଇ ଆଇଆଇଟି ଗୁଡ଼ିକର ନୂଆ ମାପଦଣ୍ଡ ସ୍ଥିର କରିବାକୁ ହେବ ।

ପ୍ରଯୁକ୍ତିବିଦ୍ୟା , ଅଭିବୃଦ୍ଧି ଏବଂ ବିକାଶର ନୂଆ ଆବାହକ ହେବ ଏବଂ ଏଥ୍‌ରେ ଆଇଟି ଏବଂ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା ଶୀର୍ଷ ତାଲିକାରେ ରହିବ । ବିଶ୍ବ ଭାରତରେ ଅଧିକ ପୁଞ୍ଜିନିବେଶ କରିବା ପାଇଁ ଇଚ୍ଛୁକ ଅଛି ଏବଂ ଆମର ଛାତ୍ରଛାତ୍ରୀ ଓ ଇନୋଭେସନ ବିଶ୍ବରେ ଶ୍ରେଷ୍ଠ ସ୍ଥାନରେ ରହିବାର କ୍ଷମତା ରଖୁଛନ୍ତି । ଦେଶରେ ଜାତୀୟ ଶିକ୍ଷା ନୀତି -୨୦୨୦ ଭଳି ସବୁଠୁ ବଡ଼ ସଂସ୍କାର ପ୍ରଣୟନ କରାଯାଉଛି । ଉଚ୍ଚ ଶିକ୍ଷାନୁଷ୍ଠାନ ବିଶେଷ ଭାବରେ ଆଇଆଇଟି ଦକ୍ଷତା ବିକାଶକୁ ଗୁରୁତ୍ବ ଦେବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଥିଲେ । ସେ ଆହୁରି କହିଥିଲେ ଯେ ଇନଭେନଟିଭ୍ କାର୍ଯ୍ୟକ୍ରମରେ ପ୍ରଦର୍ଶିତ ହୋଇଥିବା ୭୫ଟି ଇନୋଭେସନ ଆମର ଆଇଆଇଟିର ଗବଷେଣା ଓ ବିକାଶର କ୍ଷମତାକୁ ଦର୍ଶାଇଛି । ଜଟିଳ ବୈଶିକ ସମସ୍ୟାକୁ ସମାଧାନ କରିବା ଦିଗରେ ଇନଭେନଟିଭ୍ କାର୍ଯ୍ୟକ୍ରମ ସମାଧାନର ରାସ୍ତା ବାହାର କରିବ । ଏହି ଅବସରରେ ଶ୍ରୀ ପ୍ରଧାନ ଆଇଆଇଟି ଦିଲ୍ଲୀ ପରିସରରେ ଥିବା ଭାରତୀ ସ୍କୁଲ୍ ଅଫ୍ ଟେଲିକମ୍ୟୁନିକେସନ ଆଣ୍ଡ୍ ମ୍ୟାନଜମେଣ୍ଟ ଅନୁଷ୍ଠାନ ପରିଦର୍ଶନ କରିଥିଲେ । ଇନଭେନଟିଭ୍ କାର୍ଯ୍ୟକ୍ରମରେ ଭାରତୀ ଏୟାରଟେଲର ଅଧ୍ୟକ୍ଷ ସୁନିଲ ଭାରତୀ ମିତ୍ତଲ , ଇନସ୍ପେଶର ଚେୟାରମ୍ୟାନ ପଞ୍ଜନ ଗୋଏଙ୍କା , ସାଏଣ୍ଟ ପ୍ରତିଷ୍ଠାତା ବିଭିଆର ମୋହନ ରେଡ୍ଡୀ , ସମସ୍ତ ୨୩ଟି ଆଇଆଇଟିର ନିର୍ଦ୍ଦେଶକ , ପ୍ରଫେସର , ଶିଳ୍ପ ନେତୃତ୍ବ , ଇନୋଭେଟର ଓ ଆଇଆଇଟି ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

Follow by Email
WhatsApp