ତହସିଲ ଅଫିସରୁ ବିଭିନ୍ନ ଆବଶ୍ୟକ ପ୍ରମାଣପତ୍ର ପାଇଁ ଆଉ ଦେବାକୁ ପଡ଼ିବନି ଫି

ଭୁବନେଶ୍ୱରୁ ୨୨/୧୦: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ତହସିଲ ଅଫିସରୁ ମିଳୁଥିବା ବିଭିନ୍ନ ଆବଶ୍ୟକ ପ୍ରମାଣପତ୍ର ପାଇଁ ଆଉ ଏଣିକି ଆବେଦନ ଫି’ କିମ୍ବା ୟୁଜର୍ସ ଫି’ ଦେବାକୁ ପଡ଼ିବନି । ଏହାକୁ ସମ୍ପୂର୍ଣ୍ଣ ଛାଡ଼ କରିଛନ୍ତି ରାଜ୍ୟ ସରକାର । କ୍ୟାବିନେଟ୍‌ ଆଜି ଏହାକୁ ଅନୁମୋଦନ କରିଛି । ଏଣିକ ଜନସାଧାରଣ ଏ ବାବଦ ଷ୍ଟାମ୍ପ ଫି ଓ ସହଜ କେନ୍ଦ୍ରରେ ଦେଉଥିବା ଫି ଦେବେ ନାହିଁ ।
ମୁଖ୍ୟ ସଚିବ ଏ ସଂପର୍କରେ ସୂଚନା ଦେଇ କହିଛନ୍ତି, ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଜନସାଧାରଣ ତହସିଲ ଅଫିସରୁ ବିଭିନ୍ନ ପ୍ରମାଣପତ୍ର ପାଇଥାନ୍ତି । ଏଥିପାଇଁ ଆବେଦନପତ୍ରରେ ଷ୍ଟାମ୍ଫ ଫି ବାବଦକୁ ୩ ଟଙ୍କା ଏବଂ ୟୁଜର୍ସ ଫି ବାବଦକୁ ୩୦ ଟଙ୍କା ଆଦାୟ କରାଯାଉଛି । ମାତ୍ର ଏଣିକି ଏହାକୁ ସମ୍ପୂର୍ଣ୍ଣ ଛାଡ଼ କରାଯିବ । ଜନସାଧାରଣ ବିନା ଫି’ରେ ଏଣିକି ବାସିନ୍ଦା ପ୍ରମାଣପତ୍ର ସହ ଜାତି, ଆୟ, ଉତ୍ତରାଧିକାରୀ, ଅଭିଭାବକ, ତଫସିଲଭୁକ୍ତ ଜାତି, ତଫସିଲଭୁକ୍ତ ଜନଜାତି, ଓବିସି, ଏସଇବିସି ପ୍ରମାଣପତ୍ର ପାଇପାରିବେ ।
କ୍ୟାବିନେଟ୍‌ ନେଇଥିବା ନିଷ୍ପତ୍ତି ଅନୁସାରେ, ବେସାମରିକ ବିମାନ ଚଳାଚଳ ଶାଖା ଏଣିକି ସାଧାରଣ ପ୍ରଶାସନ ବିଭାଗ ବଦଳରେ ବାଣିଜ୍ୟ ଓ ପରିବହନ ବିଭାଗ ଅଧୀନରେ କାର୍ଯ୍ୟ କରିବ । ସୁଲଭ ଗମନାଗମନ ବ୍ୟବସ୍ଥା ପାଇଁ କ୍ୟାବିନେଟ୍‌ ଏ ନିଷ୍ପତ୍ତି ନେଇଛି । ଏଥିପାଇଁ ଓଡ଼ିଶା ସରକାରୀ କାର୍ଯ୍ୟ ନିୟମାବଳୀରେ ସଂଶୋଧନ କରିବାକୁ ସ୍ଥିର ହୋଇଛି ।

Follow by Email
WhatsApp