ଲକଡାଉନ ନ ମାନି ୪ ଗିରଫ Posted on 30/03/202030/03/2020 by NTP Bureau Report କନ୍ଧମାଳ(ଏନ ଟି ପି): କରୋନା ସଂକ୍ରମଣ ରୋକିବା ନେଇ ସରକାର ଲକ୍ଡାଉନ୍ ଘୋଷଣା କରିଛନ୍ତି। ଏଥିପାଇଁ କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଏବଂ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ପୋଲିସ ପକ୍ଷରୁ କଡ଼ାକଡ଼ି ଭାବେ ପାଟ୍ରୋଲିଂ କରାଯିବା ସହ ଦୁଇ ଥାନାର ପୋଲିସ ଏବେ କଠୋର ହୋଇପଡ଼ିଛି। ଯେଉଁଠି ଲକ୍ଡାଉନ୍ ଖିଲାପ ହେଉଛି ସେଠି ଗିରଫ କରିବା ସହ କିଛି ସ୍ଥାନରେ ଅମାନିଆ ଗ୍ୟାଙ୍ଗର ଏକ ପୋଷ୍ଟର କରି ସେମାନଙ୍କୁ ସେଠାରେ ଠିଆ କରାଯାଉଛି। ସେହିପରି ସେମାନେ ବ୍ୟବହାର କରୁଥିବା ଗାଡ଼ିକୁ ପୋଲିସ ସମାନ ଢଙ୍ଗରେ ହିନସ୍ତିଆ ଗାଡ଼ି ପୋଷ୍ଟର କରି ଉକ୍ତ ଗାଡ଼ିଗୁଡ଼ିକ ସେଠାରେ ରଖି ତାଙ୍କ ଫଟୋକୁ ସୋସିଆଲ ମିଡିଆରେ ଛାଡ଼ି ଲଜ୍ଜିତ କରୁଛି। ଏଭଳି ଢଙ୍ଗରେ ଯେଉଁମାନେ ଲଜ୍ଜିତ ହୋଇ ମଧ୍ୟ ବାହାରେ ବୁଲାବୁଲି କରୁଛନ୍ତି ସେମାନଙ୍କୁ ଗିରଫ କରୁଛି। ଦାରିଙ୍ଗବାଡ଼ି ଥାନା କିରୁକୁଟି ଅଞ୍ଚଳରେ ଏଭଳି ବୁଲାବୁଲି କରୁଥିବା ୪ ଜଣଙ୍କୁ ଗିରଫ କରାଯାଇଥିବା ଦାରିଙ୍ଗବାଡ଼ି ଆଇଆଇସି କୌଶିକ ମାଝୀ କହିଛନ୍ତି। ଗିରଫ ବ୍ୟକ୍ତିମାନେ ହେଲେ ଶ୍ରୀକାନ୍ତ ନାୟକ, ରମେଶ ନାୟକ, ନିଲାଶ ମାଝୀ, ଏବଂ ପବିତ୍ର ଦଣ୍ଡସେନା ।କନ୍ଧମାଳ ଏସ୍ପି ପ୍ରତୀକ ସିଂ ଏବଂ ବାଲିଗୁଡ଼ା ଏସ୍ଡିପିଓ ମାନସ ରଞ୍ଜନ ବାରିକଙ୍କ ନିର୍ଦ୍ଦେଶ କ୍ରମେ ଏଭଳି ପଦକ୍ଷେପ ନିଆଯାଉଛି। ଜଣେ ଡିଏସ୍ପି ଦାରିଙ୍ଗବାଡ଼ିରେ ଏହାର ତଦାରଖ କରୁଛନ୍ତି। Share on FacebookTweetFollow usSave Post Views: 314
Odisha କନ୍ଧମାଳ: ନକଲି ଅଗ୍ନିଶମ କର୍ମଚାରୀ ଗିରଫ NTP Bureau Report 09/04/2020 0 କନ୍ଧମାଳ:.(ଏନଟିପି) ଜଣେ ନକଲି ଅଗ୍ନିଶମ କର୍ମଚାରୀଙ୍କୁ ଖଜୁରିପଡ଼ା ଥାନା ପୋଲିସ ଗିରଫ କରିଛି। ଗିରଫ ଯୁବକ ଜଣକ ହେଲେ ଗୁରୁପଦା ଗ୍ରାମର ବାବୁଲ କହଁର। ବାବୁଲ ନିଜକୁ ଅଗ୍ନିଶମ ବିଭାଗର କର୍ମଚାରୀ କହି ନକଲି […]
Odisha NATIONAL ବାଜିଲା ନିର୍ବାଚନ ବିଗୁଲ,ଏପ୍ରିଲ ରେ ହେବ ନିର୍ବାଚନ NTP Bureau Report 10/03/2019 0 ଦେଶରେ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ନିର୍ବାଚନ କମିଶନ୍ । ୫୪୩ ଲୋକସଭା ଆସନ ଏବଂ ରାଜ୍ୟଗୁଡ଼ିକରେ ନିର୍ବାଚନ ପାଇଁ ନିର୍ବାଚନ କମିଶନର୍ ସୁନୀଲ ଆରୋରା ଏହି ଘୋଷଣା କରିଛନ୍ତି । […]
Odisha ମୁଖ୍ୟମନ୍ତ୍ରୀ ଙ୍କ ଦିଲ୍ଲୀ ଗସ୍ତ ବାତିଲ NTP Bureau Report 12/03/2020 0 ଭୁବନେଶ୍ୱର(ଏନଟିପି): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପୂର୍ବ ନିର୍ଦ୍ଧାରିତ ଦିଲ୍ଲୀ ଗସ୍ତ କାର୍ଯ୍ୟକ୍ରମକୁ ବାତିଲ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜିଠୁ ୪ଦିନିଆ ଦିଲ୍ଲୀ ଗସ୍ତରେ ଯାଇ ୧୫ତାରିଖରେ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ଥିଲା। […]