ମନ୍ଦିର ପରିସରରେ ଆମିଷ ରୋଷେଇ କରି ୩ ଗିରଫ Posted on 30/03/202030/03/2020 by NTP Bureau Report ତାଳଚେର (ଏନ ଟି ପି) ଅନୁଗୁଳ ଜିଲ୍ଲା ତାଳଚେରର ପ୍ରସିଦ୍ଧ ଶୈବପୀଠ ପଶ୍ଚିମେଶ୍ୱର ମନ୍ଦିର ପରିସରରେ ପୂଜକମାନେ ଚିକେନ ରୋଷେଇ କରି ଖାଇବା ମହଙ୍ଗା ପଡ଼ିଛି। ଏହି ଅଭିଯୋଗରେ ତାଳଚେର ପୋଲିସ ୩ ଜଣ ପୂଜକଙ୍କୁ ସୋମବାର ଗିରଫ କରି କୋର୍ଟ ଚାଲାଣ କରିଛି। ତାଳଚେର ଥାନାରେ କେସ୍ ନଂ୧୧୭/୨୦ରେ ଏକ ମାମଲା ରୁଜୁ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ତାଳଚେର ବଡ଼ଦାଣ୍ଡସାହିର ମଙ୍ଗୁଳୁ ମହାପାତ୍ର, ସନ୍ତୋଷ ମହାପାତ୍ର, ଲେଙ୍କ ମହାପାତ୍ର। ଗତ ୨୮ ତାରିଖରେ ଏହି ୩ ପୂଜକ ମନ୍ଦିର ପରିସରରେ ଚିକେନ୍ ରୋଷେଇ କରୁଥିଲେ। କେତେକ ଯୁବକ ଏହା ଦେଖିବା ପରେ ଏହାର ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ଛାଡ଼ିଥିଲେ। ଯାହାକୁ ନେଇ ଅଞ୍ଚଳବାସୀ, ଭକ୍ତ, ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ପୋଲିସ ଅଭିଯୋଗ ପାଇବା ପରେ ଏକ ମକଦ୍ଦମା ରୁଜୁ କରିଥିଲା ତେବେ ସୋମବାର ଏହି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି।ପୋଲିସ୍ ର ତ୍ୱରିତ ପଦକ୍ଷେପ କୁ ସମସ୍ତେ ପ୍ରଶଂସା କରିଛନ୍ତି Share on FacebookTweetFollow usSave Post Views: 378
Odisha ଭିଜିଲାନ୍ସ ଜାଲରେ ପଡିଲେ ଛେଣ୍ଡିପଦା ରେଞ୍ଜର NTP Bureau Report 26/05/2020 0 କଟକ(ଏନଟିପି): ଭିଜିଲାନ୍ସ ଜାଲରେ ପଡିଲେ ଛେଣ୍ଡିପଦା ରେଞ୍ଜର। ବେଆଇନ୍ ସମ୍ପତ୍ତି ଠୁଳ ଅଭିଯୋଗରେ ଦୀର୍ଘ ଦିନ ହେଲା ନଜରରେ ଥିବା ଅନୁଗୋଳ ଜିଲା ଛେଣ୍ଡିପଦା ଫରେଷ୍ଟ ରେଞ୍ଜର୍ ମନମୋହନ ସ୍ବାଇଁଙ୍କୁ ଆଜି ସକାଳେ କଟକ […]
Odisha Weather and Climate Hackathon Concludes at KIIT NTP Bureau Report 22/09/2024 0 Bhubaneswar, Sept 22: The Weather and Climate Hackathon (WATCH), a prestigious event aimed at addressing global challenges related to weather, climate change, and air quality, concluded […]
Odisha ‘ଘରେ ଘରେ ତ୍ରିରଙ୍ଗା ଅଭିଯାନ’ ଲିଙ୍ଗରାଜ ମନ୍ଦିର ଠାରୁ ମୁକ୍ତେଶ୍ୱର ମନ୍ଦିର ପର୍ଯ୍ୟନ୍ତ ପଦଯାତ୍ରାରେସାମିଲ ହେଲେ ମୁଖ୍ୟମନ୍ତ୍ରୀ NTP Bureau Report 14/08/2024 0 ଆମ ଜାତୀୟ ପତାକା ଆମର ସଂକଳ୍ପ, ସଂଘର୍ଷ, ବଳିଦାନ ଓ ତ୍ୟାଗର ପ୍ରେରଣାଦାୟୀ ମୁକସାକ୍ଷୀ- ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର,୧୪ ଅଗଷ୍ଟ ୨୦୨୪ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଠାରେ ଆୟୋଜିତ ‘ଘରେ […]