ସମଲବ୍ୟାରେଜ ସମ୍ପୂର୍ଣ ବିସ୍ଥାପିତଙ୍କ ଉପରେ କୋପ କରିଛନ୍ତି କି ମୁଖ୍ୟମନ୍ତ୍ରୀ ?ବିସ୍ଥାପିତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବେ କି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ! Posted on 12/03/202025/03/2021 by NTP Bureau Report ଭୁବନେଶ୍ୱର(ଏନ ଟି ପି ): କେଉଁ ଉଦ୍ଧେଶ୍ୟରେ ନିର୍ମାଣ ହୋଇଥିଲା ସମଲ ବ୍ୟାରେଜ ପ୍ରକଳ୍ପ ? ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଅନୁଗୋଳ ଜିଲ୍ଲାର ସମଲ ବ୍ୟାରେଜ ଠାରେ ସମଲ ନଦୀବନ୍ଧ ଯୋଜନା କୁ ଶୁଭାରମ୍ଭ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକ।ପ୍ରକଳ୍ପର ମୁଖ୍ୟ ଲକ୍ଷଥିଲା ତଳ ଅଂଚଳର ଲୋକଙ୍କୁ ବନ୍ୟା ଦାଉରୁ ରକ୍ଷାକରିବା ଓ କେନାଲ ମାଧ୍ୟମରେ ଚାଷ ଜମିକୁ ଜଳସେଚନ କରାଯିବା,୧୯୭୮ ମସିହାରେ ସମଲ ବ୍ୟାରେଜ ପ୍ରକଳ୍ପ ନିର୍ମାଣ ହୋଇ ୧୯୯୦ ମସିହାରେ ଜଳପ୍ରକଳ୍ପରେ ଜଳ ସଂଗୃହିତ କରାଯାଇଥିଲା।ପ୍ରକଳ୍ପ ପାଇଁ ସାତପରୁଷ ଭିଟା ମାଟି ହରାଇଥିଲେ ଚାରି ଖଣ୍ଡ ଗ୍ରାମ ଶଗଡିପାଳ,ଲାଙ୍ଗୁଆବେଡା,ବଲାଂଗୀ ଓ ବିଜିଗୋଳ ପାଟଣାର ଅଧିବାସୀ ଙ୍କ ବଳିଦାନରେ ଛିଡା ହୋଇଛି ସମଲ ବ୍ୟାରେଜ ପ୍ରକଳ୍ପ।ଯାହାଙ୍କର ବଳିଦାନରେ ଏହି ପ୍ରକଳ୍ପ ଛିଡାହୋଇଛି ରାଜ୍ୟ ସରକାର କିପରି ସମ୍ପୃକ୍ତ କ୍ଷତିଗ୍ରସ୍ତଙ୍କୁ ଭୁଲିଗଲେ ତାହାହିଁ ସବୁଠୁ ବଡ଼ ପ୍ରଶ୍ନବାଚୀ ଛିଡା ହୋଇଛି।କେଉଁ ଉଦ୍ଧେଶ୍ୟରେ ନିର୍ମାଣ ହୋଇଛି ପ୍ରକଳ୍ପ ? ୧୭ ସେପ୍ଟେମ୍ବର ୧୯୯୪ ରେ ସମଲ ପ୍ରକଳ୍ପ ର ଶୁଭପକାଇଥିଲେ ବିଜୁପଟ୍ଟନାୟକ ।ନବୀନ ବିସ୍ଥାପିତଙ୍କ ସମସ୍ୟା ପ୍ରତି ଆଖିବୁଜିଦେଲେ। ଯାହାପାଇଁ ପ୍ରକଳ୍ପ ତାକୁ ଏଠି ଅଣଦେଖା: ଜମିହରା ପ୍ରଜାଙ୍କୁ ସାଗମାଛ ଦରରେ ଜମିନେଇ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ପ୍ରକଳ୍ପ ତ ନିର୍ମାଣ ହେଲା କିନ୍ତୁ ଏଯାବତ ୩୦ ବର୍ଷରୁ ଅଧିକ ବର୍ଷ ବିତି ଯାଇଥିଲେ ମଧ୍ୟ କିନ୍ତୁ ବସ୍ଥାପିତଙ୍କ ସମସ୍ୟା ସମାଧାନ କରିପାରିଲେ ନାହିଁ ରାଜ୍ୟସରକାର।ଦିର୍ଘ ୧୯ ବର୍ଷର ସ୍ୱଚ୍ଛ ଓ ନିର୍ମଳ ଶାସନର ଡିଣ୍ଡିମ ପିଟୁଥିବା ମୁଖ୍ୟମନ୍ତ୍ରୀ କାହିଁକି ବିସ୍ଥାପିତଙ୍କ ସମସ୍ୟା ପ୍ରତି ଆଖି ବୁଜିଲେ ତାଙ୍କୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ।ପ୍ରକଳ୍ପ ଦ୍ବାରା ସମ୍ପୂର୍ଣ ବାସଚ୍ୟୁତ ହୋଇଥିବା ୪ ଖଣ୍ଡ ଗ୍ରାମ ଲୋକଙ୍କୁ ନା ସରକାରୀ ନିୟମ ମୁତାବକ ୫୦ ଭାଗ ନିଯୁକ୍ତିର ନିୟମ ଥିଲେ ମଧ୍ୟ ଏଥିରୁ ସମ୍ପୂର୍ଣ ବିସ୍ତାପିତ ପରିବାରଙ୍କୁ ବାଦ ଦିଆଯିବା ଚାକିରୀକୁ ସ୍ଥାୟୀ କରାନଯିବା ବକେୟା ପ୍ରାପ୍ୟ ପ୍ରଦାନ କରାନଯିବା ଓ ଥଇଥାନ ନୀତି ନିୟମ ଅନୁଯାୟୀ ତାଙ୍କୁ ସଠିକ ଭାବେ ଥଇଥାନ ନକାରାଯିବା ଏ ସଂକ୍ରାନ୍ତରେ ଦାବି ଉପସ୍ଥାପନ କି ଆନ୍ଦୋଳନ କଲେ କ୍ଷତିଗ୍ରସ୍ତ ପ୍ରଜା ମାଲକାନଗିରି କିମ୍ବା କୋରାପୁଟ ବଦଳି କରିବାର ଭୟ ଦେଖାଇ ଆନ୍ଦୋଳନ କାରୀଙ୍କ କଣ୍ଠରୋଧ କରାଯାଉଥିବା ଅଭିଯୋଗ ହେଉଛି। ଉଚ୍ଚ ସ୍ତରୀୟ ବୈଠକରେ ଦାବି ପୂରଣ ପାଇଁ ହୋଇଥିଲା ନିଷ୍ପତି,କିଏ ଚାପିଦେଲା ଫାଇଲ : ପୂର୍ବତନ ପାଳଲହଡା ବିଧାୟକ ତଥା ପୂର୍ବତନ ମୁଖ୍ୟସଚେତକ ରବି ନାରାୟଣ ପାଣି ଙ୍କ ସମୟରେ ବିସ୍ଥାପିତଙ୍କ ସମସ୍ୟା ନେଇ ୨୦୧୨ ନଭେମ୍ବର ୨୧ ରେ ଉଚ୍ଚ ସ୍ତରୀୟ ବୈଠକ ବସିଥିଲା ।ଦାବି ପୁରଣର ନିଷ୍ପତି ମଧ୍ୟ ହେଲା କିନ୍ତୁ ହଠାତ ସବୁ ହେଇଗଲା ଓଲଟପାଲଟ ।ସଚିବ ଠୁ ଆରମ୍ଭ କରି କିରାଣୀ ପର୍ଯ୍ୟନ୍ତ ଟଙ୍କା ମାଗିଲେ ।ଟଙ୍କା ନ ଦେଇପାରିବାରୁ ନିଷ୍ପତି ରହିଗଲା ନାଲି ଫିତା ତଳେ। HIGH LEVEL MEETING FINAL AGENDA NO IMPLEMENTED NOW…2012NOV.21 ଜିଲ୍ଲାପାଳଙ୍କ ଚିଠିବି ଚାପିଲା ବିଭାଗ : ସମଲ ପ୍ରକଳ୍ପ ସମ୍ପୁର୍ଣ ବିସ୍ଥାପିତ ପ୍ରଜାଙ୍କ ସମସ୍ୟା ନେଇ ୨୦୧୦ ମସିହାରେ ପୂର୍ବତନ ଜିଲ୍ଳାପାଳ ଡି ଭି ସ୍ୱାମୀ ବିସ୍ଥାପିତ ପ୍ରଜାଙ୍କ ସମସ୍ୟା କୁ ହୃଦୟଙ୍ଗମ କରି ଜଳସମ୍ପଦ ସଚିବଙ୍କୁ ପତ୍ର ସଂଖ୍ୟା 1809,4.11.2010 ରେ ଲେଖି ଜଣାଇଥିଲେ।ସମଲ ସମ୍ପୂର୍ଣ୍ଣ ବାସଚ୍ୟୁତ ସମସ୍ୟାଙ୍କ ପ୍ରତି ଅନ୍ୟାୟ କରାଯାଇଛି।ତାଙ୍କ ଦାବି ଗୁଡିକ ନ୍ୟାୟୋ ଚିତ ତୁରନ୍ତ ସମାଧାନ କରାଯାଉ ବୋଲି ଜିଲ୍ଲାପାଳ ପତ୍ର ଲେଖି ଜଣାଇଥିଲେ କିନ୍ତୁ ତାଙ୍କ ପତ୍ର ର ନା ମିଳିଲା ଉତ୍ତର ।କେବଳ ନାଲି ଫିତା ତଳେ ରହିଗଲା ।ଜିଲ୍ଳାପାଳ ଙ୍କ ଚିଠି👇👇👇👇 Collector Letter ପ୍ରକଳ୍ପ ପାଇଁ ଜମି କିନ୍ତୁ କମ୍ପାନୀ ପ୍ରୀତି : ଯେଉଁ ପ୍ରକଳ୍ପ ପାଇଁ ସେ ନିଜର ଭିଟା ମାଟିକୁ ଛାଡି ଥିଲା ସେହି ଭିଟା ମାଟିକୁ ବିକି ଏହି ପ୍ରକଳ୍ପରୁ ବିଭିନ କମ୍ପାନୀ କୁ ୧୨ କୋଟି ଟଙ୍କାରେ ବିକ୍ରି କରନ୍ତି ଜଳ କିନ୍ତୁ ଭୁଲି ଯାଆନ୍ତି ବିସ୍ଥାପିତଙ୍କ କଥା।ବିସ୍ତାପିତ ପ୍ରଜା ଟିଏ ନିଜର ହକ ପାଇଁ ଆନ୍ଦୋଳନକୁ ଓଲହାଇ ବା ପରେ କେବଳ ପ୍ରକଳ୍ପ ଅଧିକାରୀ ଉପରିସ୍ତ ଅଧିକାରୀଙ୍କ ସହ ଆଲୋଚନା ହେବା ନେଇ ଆଳ ଦେଖାଇ ଭୁଆଁ ବୁଲାନ୍ତି।ଆଜି ସମଲ ମୁଖ୍ୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଉଭୟ ୪ ଖଣ୍ଡ ଗ୍ରାମର ସପୂର୍ଣ ବାସଚ୍ୟୁତ ଶ୍ରମିକ ଓ ୩୯ ଖଣ୍ଡ ଗ୍ରାମର ଆଂଶିକ କ୍ଷତିଗ୍ରସ୍ତ ପ୍ରଜାମାନେ ଦୁଇ ଘଣ୍ଟା ଧରି ଧାରଣା ଦେଇଥିଲେ।ରାଜ୍ୟ ସରକାର ଯେଉଁ ପ୍ରକଳ୍ପ ରୁ ମାସକୁ କୋଟିକୋଟି ଟଙ୍କା ରାଜସ୍ୱ ପାଉଛନ୍ତି କିନ୍ତୁ ପ୍ରକଳ୍ପ ଦ୍ବାରା ବିସ୍ତାପିତ ହୋଇଥିବା ୪ ଖଣ୍ଡ ଗ୍ରାମର ବାସଚ୍ୟୁତ ଶ୍ରମିକଙ୍କ ପ୍ରତି ସତରେ କଣ ଆଖି ବୁଜି ଦେଇଛନ୍ତି ରାଜ୍ୟସରକାର।JSPL, NTPC, JITPL ଓ OPCL କୁ ପ୍ରକଳ୍ପରୁ ପାଣି ବିକ୍ରି କରୁଛନ୍ତି ସରକାର କିନ୍ତୁ ବିସ୍ଥାପିତଙ୍କ ସମସ୍ୟା ସମାଧାନ ଦିଗରେ ଧ୍ୟାନ ପଡୁନି କାହିଁକି।ବିସ୍ଥାପିତଙ୍କ ପାଇଁ କେତେ ଖର୍ଚ୍ଚ କରୁଛି କମ୍ପାନୀ ୨ ନିର୍ବାଚନ ମଣ୍ଡଳୀର ବିସ୍ଥାପିତ ୪ ଖଣ୍ଡ ଗ୍ରାମ ଜିଲ୍ଲା ମାନଚିତ୍ରରେ ନାଁ ନାହିଁ: ଅନୁଗୋଳ ଜିଲ୍ଲାର ପାଲଲହଡା ନିର୍ବାଚନମଣ୍ଡଳୀ ର ୩ ଟି ଗାଁ ଓ ତାଳଚେର ନିର୍ବାଚନ ମଣ୍ଡଳୀ ର ଗୋଟିଏ ଗାଁ ନା ଅଛି ଜିଲ୍ଲା ମାନଚିତ୍ରରେ ନା ନାହିଁ।ସତେଯେମିତି ଏହି ଗାଁ ଗୁଡିକ ସରକାର ବିସ୍ଥାପିତ କରିବା ସାଙ୍ଗେ ସାଙ୍ଗେ ମାନଚିତ୍ରରୁ ନା ଲିଭାଇ ମୃତ ଘୋଷଣା କରିଛନ୍ତି ମନେ ହୁଏ।ବାରମ୍ବାର ରାଜନେତା ଓ ସରକାରୀ ବାବୁ ପ୍ରତିଶୃତି ଦିଅନ୍ତି କିନ୍ତୁ ତାହା ପରବର୍ତୀ ସମୟରେ ଭୁଲିଯାନ୍ତି।ଉଭୟ ନେତା ୫ ବର୍ଷ ଭିତରେ କେବେ ବିସ୍ଥାପିତଙ୍କ ସମସ୍ୟା ସମାଧାନ କରିନାହାନ୍ତି ସମାଧାନର ବାଟ ଖୋଜିଛନ୍ତି।ବିଧାୟକ ମାନେ କେବଳ ନିର୍ବାଚନ ଆସିଲେ ପୁଣି ଫେରନ୍ତି ଆଉ ପ୍ରତିଶୃତି ରେ ପୋତିପକାନ୍ତି। ମୁଖ୍ୟମନ୍ତ୍ରୀ ଙ୍କ ପାଖରେ ପହଞ୍ଚୁନିକି ସମଲ ସମ୍ପୂର୍ଣ୍ଣ ବିସ୍ଥାପିତଙ୍କ ଦୁଃଖ ! ଅନୁଗୋଳ ଜିଲ୍ଲା ସମଲବ୍ୟାରେଜ ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ୪ ଖଣ୍ଡ ଗାଁ ର ସମ୍ପୂର୍ଣ ବିସ୍ଥାପିତଙ୍କ ସମସ୍ୟା ମୁଖ୍ୟମନ୍ତ୍ରୀ ଙ୍କ କାନରେ ପଡୁନି ବୋଲି ସନ୍ଦେହ।ମୁଖ୍ୟମନ୍ତ୍ରୀ ଚାଷୀଙ୍କ ପାଇଁ କାଳିଆ,ସ୍ୱାସ୍ଥ୍ୟ କ୍ଷେତ୍ରରେ ଅନେକ ଯୋଜନା କିନ୍ତୁ ଏହି ଭିଟାମାଟି ହରାଇ ସର୍ବସ୍ବ ବଳିଦାନ ଦେଇଥିବା ଏହି ବିସ୍ଥାପିତଙ୍କ ପ୍ରତି ବେଦରଦି ମନୋଭାଵ କାହିଁକି।ସତରେ ନ୍ୟାୟ ପାଇବେ ଏହି ବିସ୍ଥାପିତ।କେବେ ହଟିବ ଏହି ବିସ୍ଥାପିତଙ୍କ ଦୁଃଖ।ଆଉ ଏମାନେ ପାଇବେ ସ୍ୱାଧୀନତାର ସ୍ୱାଦ।ତୁରନ୍ତ ମୁଖ୍ୟମନ୍ତ୍ରୀ ଏହାର ହସ୍ତକ୍ଷେପ କରି ବିସ୍ଥାପିତଙ୍କ ନ୍ୟାୟ ପାଇଁ ଦାବି କରିଛନ୍ତି।ତୁରନ୍ତ ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରି ବିସ୍ଥାପିତଙ୍କ ସମସ୍ୟା ସମାଧାନ କରିବା ଦାବି ହେଉଛି ସରକାରଙ୍କ 5T କାହା ପାଇଁ ?ବେଦରଦୀ ସରକାର …… ସମଲବ୍ୟାରେଜ ପ୍ରକଳ୍ପ ପାଇଁ ୪ ଖଣ୍ଡ ଗ୍ରାମକୁ ସରକାର ଉଜାଡ଼ି ଦେଲେ।ନ୍ୟାୟ ପାଇଁ ସରକାରଙ୍କ ନିକଟରେ ଗୁହାରି କରି କରି ନୟାନ୍ତ ହେଲାଣି।ଚାଲ ଛପର ବିକି ସରକାରୀ ବାବୁ, ବିଧାୟକଙ୍କ ପଛରେ ଦୌଡ଼ିଲେ।ନେତା ମଧ୍ୟ ଠକି ଚାଲିଲେ।ଏମିତି ରେ ବିତିଗଲା ୩୦ ବର୍ଷ।ସତେଯେମିତି ନିଦା ବିଷ୍ଣୁ ପାଲଟିଛି ଜଳ ସମ୍ପଦ ବିଭାଗ।ବୁଝାପଡୁନି ବିସ୍ଥାପିତଙ୍କ ସମସ୍ୟା ପ୍ରତି ସମସ୍ତେ ଆଖି ବୁଜିଛନ୍ତି ସରକାର 5T କଲେ ଆଶା ଅଛି ବିସ୍ଥାପିତଙ୍କ ସମସ୍ୟା ଦୂର ହେବ । ସମଲ ବିସ୍ଥାପିତ ବିଜେଡିକୁ ଭୋଟ ଦେଉଛନ୍ତି ବୋଲି ମିଳୁଛି ଦଣ୍ଡ : ସମଲ ବିସ୍ଥାପିତ ବିଜେଡିକୁ ଭୋଟ ଦେଉଛନ୍ତି ବୋଲି ମିଳୁଛି ଦଣ୍ଡ ଏ କଥାଟା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ କିନ୍ତୁ ଏହା ନିରାଟ ସତକଥା ।ଆଜ୍ଞା ହଁ ବିଜୁ ଜନତା ଦଳ କୁ ଭୋଟ ଦେଇ ଆସୁଛନ୍ତି ଶଗଡ଼ିପାଳ,ଲାଙ୍ଗୁଆବେଡା, ବଲାଙ୍ଗୀ ଓ ବିଜିଗୋଳ ପାଟଣାର ଅଧିବାସୀ ।ପ୍ରତେକ ନିର୍ବାଚନରେ ବିଜେଡି ର ନେତା ଙ୍କୁ ଭୋଟ ଦେଇ ଜିତାଇଥାନ୍ତି।ନିର୍ବାଚନ ପୂର୍ବରୁ ନେତା ଆସି ପ୍ରତିଶୃତି ରେ ପୋତି ପକାନ୍ତି କିନ୍ତୁ ପରେ ସବୁ ଓଲଟ ଏମିତି ବିତିଗଲା ୨୦ ବର୍ଷ।ନ୍ୟାୟ ପାଇବା ଆଶାରେ ଅନେଇ ରହିଛନ୍ତି ବିସ୍ଥାପିତ ପ୍ରଜା।ବିଧାନସଭାରେ ଅନେକ ପ୍ରଶ୍ନ ହୋଇଛି କିନ୍ତୁ ବିସ୍ଥାପିତଙ୍କୁ ମିଳିଲାନି ନ୍ୟାୟ। ବିସ୍ଥାପିତଙ୍କ ସମସ୍ୟା ଉପରେ ବିଧାୟକ , ସାଂସଦ ଚୁପ ନିର୍ଵାଚନ ଆସିଲେ ବିସ୍ଥାପିତ ପ୍ରଜା ପାଲଟିଥାନ୍ତି ବଳି କା ମୂର୍ଗା ।ବିସ୍ଥାପିତଙ୍କ ସମସ୍ୟା ସମାଧାନ ଆଗ ପ୍ରଥମ କର୍ତବ୍ୟ କିନ୍ତୁ ଭୋଟ ହାତେଇସାରିବା ପରେ ସତେ ଯେମିତି ସବୁ ଭୁଲିଯାଆନ୍ତି ।ରାଜ୍ୟସରକାର କୋଟି କୋଟି ଟଙ୍କାରବଜେଟ ରେ ଖର୍ଚ କରୁଛନ୍ତି କିନ୍ତୁ ଯେଉଁ ମାନେ ଭିଟାମାଟି ହରାଇ ଯାହାର ବଳିଦାନ ରେ ସରକାରଙ୍କ ରାଜକୋଷକୁ କୋଟି କୋଟି ଟଙ୍କାଯାଉଛି କିନ୍ତୁ ନିରୀହ ବିସ୍ଥାପିତ ପ୍ରଜା ଏଠି ଭୋକିଲା।କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଂଚଳର ବିସ୍ଥାପିତ ପ୍ରଜା ଏବେ ନ୍ୟାୟ ଅପେକ୍ଷା ରେ ।ପ୍ରଧାନମନ୍ତ୍ରୀ ଏ ଦିଗରେ ଧ୍ୟାନ ଦେଇ ବିସ୍ଥାପିତଙ୍କ ସମସ୍ୟା ସମାଧାନ ପାଇଁ ଦାବି ଜଣାଇଛନ୍ତି। Share on FacebookTweetFollow usSave Post Views: 509
Odisha ଟେକ୍ନୋ ଇଣ୍ଡିଆ ବିଶ୍ବବଦ୍ୟାଳୟରୁ ଅଚ୍ୟୁତ ସାମନ୍ତଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ NTP Bureau Report 14/08/2024 0 କଲକାତା: ବିଶିଷ୍ଟ ଶିକ୍ଷାବିତ୍ ଓ ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ନ୍ତଙ୍କୁ କଲକାତାଗ କ ଏକ ପ୍ରମୁଖ ବିଶ୍ବବିଦ୍ୟାଳୟ ଟେକ୍ନୋ ଇଣ୍ଡିଆ ୟୁନିଭରସିଟି (ଟିଆଇୟୁ) ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍ […]
Odisha ପ୍ରଥମ ପର୍ଯ୍ୟାୟ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି NTP Bureau Report 18/03/2019 0 ଭୁବନେଶ୍ୱର : ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇବ । ୨୫ ମାର୍ଚ୍ଚ ରହିଛି ନାମାନଙ୍କ ଦାଖଲର ଶେଷ ଦିନ । ଏପ୍ରିଲ ୧୧ରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ […]
Odisha ଭାରତୀୟ ବାୟୁସେନାର ବିମାନ AN-32 ର ନିଖୋଜ ଓଡ଼ିଆ ପାଇଲଟ୍ ସୁନୀତ ମହାନ୍ତି ନିଖୋଜ NTP Bureau Report 07/06/2019 0 ଭାରତୀୟ ବାୟୁସେନାର ବିମାନ AN-32 ର ନିଖୋଜଙ୍କ ମଧ୍ୟରେ ଅଛନ୍ତି ଓଡ଼ିଆ ପାଇଲଟ୍ ସୁନୀତ ମହାନ୍ତି । ତାଙ୍କ ଘର ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନାର ବଳିଆପଲ୍ଲୀ ଗାଁରେ । ତେବେ ସୁନୀତଙ୍କ ବାପା […]