କେଉଁ ସ୍କୁଲରେ କେତେ କମ୍ପ୍ୟୁଟର, କେତେ ଶିକ୍ଷକ ପ୍ରଶ୍ନ କଲେ ପାଳଲହଡା ବିଧାୟକ ଉତ୍ତର ରଖିଲେ ମନ୍ତ୍ରୀ Posted on 13/03/202013/03/2020 by NTP Bureau Report ଭୁବନେଶ୍ୱର(ଏନଟିପି) ଶିକ୍ଷା ହେଉଛି ମଣିଷର ଏକ ଅଙ୍ଗ ।ଶିକ୍ଷା ବିନା ସବୁ କିଛି ଅସମ୍ଭବ।ରାଜ୍ୟରେ ଏବେ ଶିକ୍ଷା ଉନ୍ନତି ବଦଳରେ ଅବନ୍ନତି ଘଟୁଛି । ଆଜିର ଯୁଗରେ ପିଲାମାନଙ୍କୁ କମ୍ପ୍ୟୁଟର ମାଧ୍ୟମରେ ପାଠପଢାଇବାକୁ ସରକାର ବହୁ ଯୋଜନା କରୁଥିବା ବେଳେ ତାହା ଦିଗହରା ହୋଇପଡିଛି । ବିଦ୍ୟାଳୟରେ କମ୍ପ୍ୟୁଟର ଅଛି କିନ୍ତୁ ଶିକ୍ଷକ ନାହାନ୍ତି,କିଛି ବିଦ୍ୟାଳୟରେ କମ୍ପ୍ୟୁଟର ନାହିଁ କି ଶିକ୍ଷକ ବି ନାହିଁ ।ପୂର୍ବରୁ କମ୍ପ୍ଯୁଟର ପଢାଇବାକୁ କିଛି ଶିକ୍ଷକ ମାନଙ୍କୁ ଏକ ସଂସ୍ଥା ମାଧ୍ୟମରେ ନିଯୁକ୍ତି ଦିଆଯାଇଥିଲା କିନ୍ତୁ କିଛି ବର୍ଷ ହେଲା ଶିକ୍ଷକ ମାନଙ୍କୁ ଛଟେଇ କରିଦିଆଯାଇଛି । କେଉଁ ସ୍କୁଲ୍ ରେ କେତେ କମ୍ପ୍ୟୁଟର, କେତେ ପ୍ରଶିକ୍ଷକ ଅଛନ୍ତି ପ୍ରଶ୍ନ କଲେ ବିଧାୟକ, ଉତ୍ତର ରଖିଲେ ମନ୍ତ୍ରୀ : ବର୍ତ୍ତମାନ ରାଜ୍ୟରେ ପ୍ରାଥମିକ ବିଦ୍ୟାଳୟସ୍ତରରୁ ଆରମ୍ଭ କରି ଉଚ୍ଚବିଦ୍ୟାଳୟ ପର୍ଯ୍ୟନ୍ତ କେତୋଟି ବିଦ୍ୟାଳୟ ଅଛି କେତେ ବିଦ୍ୟାଳୟକୁ ପିଲାଙ୍କ ଶିକ୍ଷା ପାଇଁ କମ୍ପ୍ୟୁଟର ଯୋଗାଇ ଦିଆଯାଇଛି, କେତେ ବିଦ୍ୟାଳୟରେ ସ୍ଥାୟୀ କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତି କରାଯାଇଛି, ଏବଂ ଯେଉଁ ବିଦ୍ୟାଳୟରେ କମ୍ପ୍ୟୁଟର ଶିକ୍ଷକ ଦିଆଯାଇନାହିଁ କେବେସୁଦ୍ଧା କମ୍ପ୍ୟୁଟର ଦିଆଯିବା ସହିତ ଶିକ୍ଷକ ନିଯୁକ୍ତି ଦିଆଯିବ ଏଭଳି ପ୍ରଶ୍ନର ଉତ୍ତର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଂଜନ ଦାସଙ୍କ ଠାରୁ ଲୋଡିଛନ୍ତି ପାଲଲହଡା ବିଧାୟକ ମୁକେଶ କୁମାର ପାଲ ।ବିଧାୟକ ପାଲଙ୍କ ଉତ୍ତରରେ ବିଭାଗୀୟ ମନ୍ତ୍ରୀ କହିଛନ୍ତି ରାଜ୍ୟରେ ସମୁଦାୟ ୫୫୩୪୯ଟି ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟ (Elementary) ଏବଂ ୧୦,୦୨୬ଟି ଉଚ୍ଚ ବିଦ୍ୟାଳୟ ଅଛି । ତନ୍ମଧ୍ୟରୁ ସରକାରୀ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟ ସଂଖ୍ୟା ୪୭୫୫୫ ଏବଂ ସରକାରୀ ଉଚ୍ଚବିଦ୍ୟାଳୟ ସଂଖ୍ୟା ୪୮୪୯ । ସରକାରୀ ଅନୁଦାନପ୍ରାପ୍ତ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟ ସଂଖ୍ୟା ୧୭୭୫ ଏବଂ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚବିଦ୍ୟାଳୟ ସଂଖ୍ୟା ୩୩୧୨।ଅନ୍ୟାନ୍ୟ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟ (ଯଥା : ଘରୋଇ ବିଦ୍ୟାଳୟ, କେନ୍ଦ୍ର ସରକାର ଙ୍କ ଅଧୀନରେ / କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ ଅଧୀନରେ ପରିଚାଳିତ ବିଦ୍ୟାଳୟ ଇତ୍ୟାଦି ) ସଂଖ୍ୟା ୬୦୧୯ ଏବଂ ଅନ୍ୟାନ୍ୟ ଉଚ୍ଚବିଦ୍ୟାଳୟ ସଂଖ୍ୟା ୧୨୦୧। ଏହି ବିଦ୍ୟାଳୟମାନଙ୍କ ମଧ୍ୟରୁ ୨୬୪୫ଟି ବିଦ୍ୟାଳୟରେ କମ୍ପ୍ୟୁଟର ମାଧ୍ୟମରେ ଶିକ୍ଷା କାର୍ଯ୍ୟକ୍ରମ (Computer Aided Learning) ଅନ୍ତର୍ଗତ କମ୍ପ୍ୟୁଟର ଯୋଗାଇ ଦିଆଯାଇଛି । ୩୫୩୬ଟି ବିଦ୍ୟାଳୟରେ ICT ଅନ୍ତର୍ଗତ କମ୍ପ୍ୟୁଟର ଯୋଗାଇ ଦିଆଯାଇଛି ଏବଂ ୪୬୪ଟି ବିଦ୍ୟାଳୟରେ ଉଭୟ CAL ଏବଂ ICT ମାଧ୍ୟମରେ କମ୍ପ୍ୟୁଟର ଯୋଗାଇ ଦିଆଯାଇଛି । କମ୍ପ୍ୟୁଟର ମାଧ୍ୟମରେ ଶିକ୍ଷା କାର୍ଯ୍ୟକ୍ରମ ଅନ୍ତର୍ଗତ ବିଦ୍ୟାଳୟ ମାନଙ୍କରେ କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତି କରିବାର ପ୍ରାବଧାନ ନାହିଁ । ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ବିଦ୍ୟାଳୟ ମାନଙ୍କରେ କାର୍ଯ୍ୟରତ ଶିକ୍ଷକ/ଶିକ୍ଷୟତ୍ରୀମାନଙ୍କୁ ତାଲିମ ଦିଆଯାଇ ଏହି କାର୍ଯ୍ୟକ୍ରମ ପରିଚାଳିତ ହୁଏ ।ICT କାର୍ଯ୍ୟକ୍ରମ ପ୍ରଚଳନ ହେଉଥିବା ଉଚ୍ଚ ବିଦ୍ୟାଳୟମାନଙ୍କରେ କମ୍ପୁଟର ଶିକ୍ଷା ପାଇଁ କୌଣସି ପଦବୀ ସୃଷ୍ଟି କରାଯାଇ ନାହିଁ ବରଂ ICT କାର୍ଯ୍ୟକ୍ରମ ପ୍ରଚଳନ ପାଇଁ ଜଣେ ଲେଖାଏଁ ସଂଯୋଜକ ନିୟୋଜିତ ହୋଇଥିଲେ । PAB ର ଅନୁମୋଦନ କ୍ରମେ, ସମଗ୍ର ଶିକ୍ଷା ଅନ୍ତର୍ଗତ, ପର୍ଯ୍ୟାୟ କ୍ରମେ ସମସ୍ତ ସରକାରୀ ଉଚ୍ଚପ୍ରାଥମିକ ଏବଂ ଉଚ୍ଚବିଦ୍ୟାଳୟମାନଙ୍କୁ ICT & Digital Initiative କାର୍ଯ୍ୟକ୍ରମ ମାଧ୍ୟମରେ କମ୍ପ୍ୟୁଟର ଉପକରଣ ଯୋଗାଇ ଦିଆଯିବା ପାଇଁ ପଦକ୍ଷେପ ନିଆଯିବ । Share on FacebookTweetFollow usSave Post Views: 371
Odisha ନିରାପଦ ଖାଦ୍ୟ ଓ ସ୍ୱାସ୍ଥ୍ୟକର ଖାଦ୍ୟ ଆଇନର ଜିଲ୍ଲାସ୍ତରୀୟ କମିଟିର ପୁନର୍ଗଠନ NTP Bureau Report 02/02/2019 0 ଅନୁଗୋଳ(ଏନଟିପି) ଅନୁଗୁଳ ଜିଲ୍ଲାରେ ନିରାପଦ ଓ ଉତମମାନ ର ଖାଦ୍ୟ ଉପଲବ୍ଧି ହେବାକୁ ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଜିଲ୍ଲା ସ୍ତରୀୟ ପରାମର୍ଶଦାତା କମିଟି ର ପୁନର୍ଗଠନ କରାଯାଇଛି।ପୂର୍ବରୁ ଖାଦ୍ୟ ଅପମିଶ୍ରଣ […]
Odisha ଚାଷୀଙ୍କ ପାଇଁ ନୂଆ ଦିଶା ଆଣିବ ସରକାରଙ୍କ କାଳିଆ… NTP Bureau Report 15/01/2019 0 ଏନଟିପି(ସ୍ମୃତିଲିପି ସାହୁଙ୍କ ରିପୋର୍ଟ): କାଳିଆ’ ଯୋଜନା ଦେଶର ଚାଷୀ ପରିବାର ପାଇଁ ଏହା ଆଗକୁ ବାଟ ଫିଟାଇବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି କାଳିଆ ଯୋଜନାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନଙ୍କ ପ୍ରଶଂସା । […]
Odisha Reviewing the NH expansion work, Deputy Speaker work, dissatisfaction with the slowdown NTP Bureau Report 04/04/2021 0 Angul(News Time Pro): Odisha Assembly Deputy Speaker and Anugul MLA Rajinikanth Singh on Friday reviewed the national highway expansion work and expressed dissatisfaction with the […]