ପ୍ରଥମ ପର୍ଯ୍ୟାୟ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି

ଭୁବନେଶ୍ୱର :

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇବ । ୨୫ ମାର୍ଚ୍ଚ ରହିଛି ନାମାନଙ୍କ ଦାଖଲର ଶେଷ ଦିନ । ଏପ୍ରିଲ ୧୧ରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକସଭା ପାଇଁ ମତଦାନ ହେବ । ଏହି ୪ଟି ଆସନ ରହିଛି ବିଜେଡି ହାତରେ । ଏହାସହ ଏହି ଲୋକସଭା ଅଧିନରେ ଥିବା ୨୮ଟି ବିଧାନସଭା ଆସନ ପାଇଁ ହେବ ମତଦାନ । ଏହି ୨୮ଟି ଆସନରୁ ୨୦୧୪ରେ ବିଜେଡି ୨୦, କଂଗ୍ରେସ ୬ ଓ ବିଜେପି ଦୁଇଟି ଆସନରେ ଜିତିଥିଲା । ପ୍ରଥମ ପର୍ଯ୍ୟାୟ ନିର୍ବାଚନ, ବିଜେଡିର ପ୍ରଥମ ଟେଷ୍ଟ । କାରଣ ସବୁ ଲୋକସଭା ସହ ୨୮ରୁ ୨୦ଟି ବିଧାନସଭା ନିଜ ପାଖରେ ରଖିଛି ବିଜେଡି । ସେପଟେ ବିଜେଡିକୁ ଦୁର୍ବଳ କରିବାକୁ କଂଗ୍ରେସ ଓ ବିଜେପି ମଧ୍ୟ ଜୋରଦାର ପ୍ରୟାସ କରୁଛନ୍ତି ।

Follow by Email
WhatsApp