ଟେକ୍ନୋ ଇଣ୍ଡିଆ ବିଶ୍ବବଦ୍ୟାଳୟରୁ ଅଚ୍ୟୁତ ସାମନ୍ତଙ୍କୁ ସମ୍ମାନସୂଚକ ଡକ୍ଟରେଟ୍

କଲକାତା: ବିଶିଷ୍ଟ ଶିକ୍ଷାବିତ୍ ଓ ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ନ୍ତଙ୍କୁ କଲକାତାଗ କ ଏକ ପ୍ରମୁଖ ବିଶ୍ବବିଦ୍ୟାଳୟ ଟେକ୍ନୋ ଇଣ୍ଡିଆ ୟୁନିଭରସିଟି (ଟିଆଇୟୁ) ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ କରାଯାଇଛି ।ବିଶ୍ଵବିଦ୍ୟାଳୟ ପକ୍ଷରୁ ଆୟୋଜିତ ସମାବର୍ତ୍ତନ ଉତ୍ସବ ୨୦୨୪ରେ ସାମନ୍ତଙ୍କୁ ଏହି ସମ୍ମାନସୂଚକ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ କରାଯାଇଛି। ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ •ନିମନ୍ତେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏହା ହେଉଛି ଶ୍ରୀ ସାମନ୍ତଙ୍କ ୬୯ତମ ସମ୍ମାନସୂଚକ ଡକ୍ଟରେଟ୍ ଡ଼ିଗ୍ରୀ । ଏହି ସମ୍ମାନ ନିମନ୍ତେ ଶ୍ରୀ ସାମନ୍ତ ଟେକ୍ନୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ କୃତଜ୍ଞତା ଜଣାଇବା ସହ ପଶ୍ଚିମବଙ୍ଗବାସୀଙ୍କୁ ସେମାନଙ୍କର ସ୍ନେହ ଓ ଭଲପାଇବା ପାଇଁ କୃତଜ୍ଞତା ଜଣାଇଛନ୍ତି। ଏହାପୂର୍ବରୁ ସମାଜସେବା ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ବିଶ୍ଵର ବିଭିନ୍ନ ଦେଶର ବହୁ ସମ୍ମାନଜନକ ବି ବିଶ୍ଵବିଦ୍ୟାଳୟ ଓ ପ୍ରତିଷ୍ଠିତ ଅନୁଷ୍ଠାନ ପକ୍ଷରୁ ଶ୍ରୀ ସାମନ୍ତଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ କରାଯାଇଛି । 

Follow by Email
WhatsApp