ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କେତେ, ଦେଖନ୍ତୁ ଏହି ରିପୋର୍ଟ

ନୂଆଦିଲ୍ଲୀ (ଏନ ଟି ପି):

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୭୩ରେ ପହଞ୍ଚିଛି। ଏବେ ଭାରତକୁ ଘାରିଛି କରୋନା ଭୟ । ଏହି ତାଲିକାରେ କେରଳ ଶୀର୍ଷରେ ରହିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କୋରୋନା ବା କୋଭିଡ-୧୯କୁ ବିଶ୍ୱ ମହାମାରୀ ଭାବେ ଘୋଷଣା କରିଛି । ଅନ୍ୟପଟେ କରୋନା ବ୍ୟାପିବା ସ୍ଥିତିକୁ ଦେଖି ଭାରତ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ନେଉଥିବା ବେଳେ ବିଦେଶରୁ ଏପ୍ରିଲ ୧୫ ଯାଏଁ ଭାରତ ପ୍ରବଶେ ଉପରେ ରୋକ ଲଗାଇଛନ୍ତି । ଭାରତରେ ଏବେସୁଦ୍ଧା ୧୦ ରାଜ୍ୟ ଏବଂ ୨ କେନ୍ଦ୍ରଶାସିତ ଅଞ୍ଚଳରେ କରୋନା ପଜିଟିଭ୍ ମିଳିଥିବା ବେଳେ କେରଳ ଏହି ତାଲିକାର ଶୀର୍ଷରେ ରହିଛି । ଏ ନେଇ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି । ଲୋକସଭାରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ମଧ୍ୟ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି । ଅଧିକାଂଶ ଆକ୍ରାନ୍ତ କେରଳ, ମହାରାଷ୍ଟ୍ର, ଉତ୍ତର ପ୍ରଦେଶର ରହିଛନ୍ତି । 
ଦିଲ୍ଲୀରେ ୬ ଜଣ, କେରଳରୁ ୧୭ ଜଣ, ଉତ୍ତର ପ୍ରଦେଶରୁ ୧୦, ମହାରାଷ୍ଟ୍ରରୁ ୧୧, କର୍ଣ୍ଣାଟକରୁ ୪, ଲଦାଖରୁ ୩ ଜଣ ଆକ୍ରାନ୍ତ ହୋଇଥିବା ବେଳେ ରାଜସ୍ଥାନ, ତେଲେଙ୍ଗାନା, ତାମିଲନାଡୁ, କଶ୍ମୀର, ପଞ୍ଜାବରୁ ଜଣେ ଲେଖାଏଁ ଆକ୍ରାନ୍ତ ରହିଛନ୍ତି। ମୋଟ୍ ୫୬ ଜଣ ଭାରତୀୟ ଏହି ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ସେହିପରି ୧୭ ଜଣ ବିଦେଶୀ ନାଗରିକ ଭାରତ ଗସ୍ତରେ ଥିବା ବେଳେ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେଥିମଧ୍ୟରୁ ହରିଆଣାରୁ ୧୪ ଜଣ ରହିଥିବା ବେଳେ ରାଜସ୍ଥାନରୁ ୨ ଏବଂ ଉତ୍ତର ପ୍ରଦେଶରୁ ଜଣେ ରହିଛନ୍ତି । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ମିଶି ୭୩ ହୋଇଛି। 
କରୋନା ଭାଇରସ ମୁକାବିଲା ପାଇଁ ସରକାର ପ୍ରସ୍ତୁତ ହେଉଛନ୍ତି । ବିମାନରୁ ଆସିଥିବା ଯାତ୍ରୀଙ୍କର ମଧ୍ୟ ସ୍କ୍ରିନଟେଷ୍ଟ ହୋଇଛି। ମୋଟ୍ ୧୦,୫୭,୫୦୬ ଯାତ୍ରୀଙ୍କର ସ୍କ୍ରିନଟେଷ୍ଟ ହୋଇଥିବା ଜଣାପଡ଼ିଛି। ୩୦ଟି ବିମାନ ବନ୍ଦରରେ ସ୍କ୍ରିନିଂ ବ୍ୟବସ୍ଥା କରାଯାଇଛି । ସରକାର ଲୋକଙ୍କ ପାଇଁ ହେଲ୍ପ ଲାଇନ୍ ନମ୍ୱର ମଧ୍ୟ ଜାରି କରିଛନ୍ତି। +୯୧-୧୧-୨୩୯୭୮୦୪୬ ରହିଛି। ସେହିପରି ଇ-ମେଲ୍ ଆଇଡି ncov2019@gmail.com । ଦେଖନ୍ତୁ ୭୩ଜଣ କରୋନା ଆକ୍ରାନ୍ତଙ୍କ ପୁରା ଲିଷ୍ଟ..

କର୍ଣ୍ଣାଟକ ର କୂଲବର୍ଗିର ଜଣେ ୭୬ ବର୍ଷୀୟ ବୃଦ୍ଧା ଙ୍କର କରୋନା ପ୍ରଭାବରେ ମୃତ୍ୟୁବରଣ କରିଥିବା ଖବର ଆସିଛି।ବିଦେଶରୁ ଫେରିବା ପରେ ବୁଧବାର ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ମୃତ୍ୟୁ ହୋଇଥିଲା।

କରୋନା ଭାଇରସ କୁ ନେଇ World Health Organisation(ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ) ବିଶ୍ୱ ମହାମାରୀ ଘୋଷଣା କରିଛି।

Follow by Email
WhatsApp