ଓଡ଼ିଶାକୁ ସ୍ବତନ୍ତ୍ର ପାହ୍ୟା ଦାବିରେ ସତ୍ୟବ୍ରତଙ୍କ ପଦଯାତ୍ରା Posted on 12/03/202012/03/2020 by NTP Bureau Report କନ୍ଧମାଳ(ଏନ ଟି ପି) ଓଡ଼ିଶାକୁ ସ୍ବତନ୍ତ୍ର ପାହ୍ୟା ଘୋଷଣା ସହ ମହାନଦୀର ଜଳ ଆବଣ୍ଟନ ସମସ୍ୟା ସମାଧାନ ଏବଂ ପୋଲାଭରମ୍ ପ୍ରକଳ୍ପ ବନ୍ଦ କରିବା ଦାବିରେ ଜଗତ୍ସିଂହପୁର ଜିଲା ବାଲିକୁଦା ଅଞ୍ଚଳର ସତ୍ୟବ୍ରତ ଦାସ (୨୯) ପଦଯାତ୍ରା ଆରମ୍ଭ କରିଛନ୍ତି। ବିଭିନ୍ନ ବ୍ଲକରେ ପହଂଚି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରୁଛନ୍ତି।ଏ ନେଇ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକରେ ପହଂଚି ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ୨୦୧୯ ଜୁଲାଇ ୧୦ରୁ ଯାଜପୁର ଜିଲା ବଡ଼ଚଣା ବ୍ଲକରୁ ସତ୍ୟବ୍ରତ ଏହି ପଦଯାତ୍ରା ଆରମ୍ଭ କରିଥିଲେ। ରାଜ୍ୟର ୩୧୪ ବ୍ଲକକୁ ଗସ୍ତ କରିବାକୁ ଲକ୍ଷ୍ୟ ରଖିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ୧୬ ଜିଲାରେ ୪ ହଜାର ୮ଶହ କି.ମି. ପଦଯାତ୍ରା ଶେଷ ହୋଇଥିବା ବେଳେ ଦାରିଙ୍ଗବାଡ଼ି ବ୍ଲକକୁ ମିଶାଇ ମୋଟ ୧୬୦ ବ୍ଲକ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିସାରିଛନ୍ତି। ମହାନଦୀ ଜଳ ରାଜ୍ୟର ଲକ୍ଷାଧିକ ଲୋକଙ୍କ ଜୀବନଜୀବିକାକୁ ପ୍ରଭାବିତ କରୁଥିବାରୁ ଏହାକୁ ସମାଧାନ କରିବା ଏବଂ ପୋଲାଭରମ୍ ପ୍ରକଳ୍ପ ଯୋଗୁ ମାଲକାନଗିରି ଜିଲାର ବହୁ ଅଞ୍ଚଳ ଜଳମଗ୍ନ ହୋଇଯିବ, ଯାହାଦ୍ୱାରା ବହୁ ଜନଜାତି ବାସହରା ହେବେ ତେଣୁ ଏହାକୁ ବନ୍ଦ ପାଇଁ ଦାବିପତ୍ରରେ ଉଲ୍ଲେଖ ରହିଛି। ଏହାପରେ ସିମନବାଡିରେ ସଚେତନତା କରିଥିଲେ। ପ୍ରକାଶ ଯେ, ସତ୍ୟବ୍ରତ ଅପରାହ୍ନ ରେ ଦାରିଙ୍ଗବାଡ଼ିରେ ପହଂଚିଥିଲେ । ସେଠାରେ ରାତିରେ ରହିବା ପରେ ସ୍ଥାନୀୟ ବିଡିଓ ଭକ୍ତବନ୍ଧୁ ଜନାର୍ଦ୍ଦନ ଦଳେଇଙ୍କ ଅନୁପସ୍ଥିତିରେ କନିଷ୍ଠଯନ୍ତ୍ରୀ ତୁଷାର ସେଠୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ପରେପରେ ରାଇକିଆରେ ପହଂଚି ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିବା ପରେ ଜି.ଉଦୟଗିରି ଅଭିମୁଖେ ବାହାରିଛନ୍ତି। Share on FacebookTweetFollow usSave Post Views: 254
Odisha Founder of Ramakrishna Math, Dhenkanal passes away NTP Bureau Report 12/03/2019 0 BHUBANESWAR (NTP) Founder and president, Ramakrishna Matha, Dhenkanal and well-known social worker Bhubanananda Dash passed away at his younger son’s residence at Shakti Sugar at […]
Odisha ଝରାବେରେଣି ଠାରେ ଆଦର୍ଶ ବିଦ୍ୟାଳୟର ଭୂମିପୂଜନ କଲେ ବିଧାୟକ NTP Bureau Report 10/02/2019 0 କଣିହାଁ (ଏନଟିପି) : ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ହନୁମାନପୁର ପଞ୍ଚାୟତ ଅଧିନସ୍ଥ ଝରାବେରୀଣି ଗ୍ରାମ ରେ ଓଡିଶା ଆଦର୍ଶ ବିଦ୍ୟାଳୟର ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି […]
Odisha ନିଯୁକ୍ତି ଦାବିରେ ଆନ୍ଦୋଳନ NTP Bureau Report 02/08/2019 0 ତାଳଚେର (ଏନ୍ ଟିପି): ସ୍ଥାୟୀ ନିଯୁକ୍ତି ଦାବିରେ ଏନଟିପିସି ରେଳ ଧାରଣାରେ ଆନ୍ଦୋଳନ ମିଳିଲାନି ନିଯୁକ୍ତି, ଶୁଣିଲାନି କମ୍ପାନୀ କର୍ତ୍ତୃପକ୍ଷ। ଏପରି ଅଭିଯୋଗ କରିଛନ୍ତି ଏନଟିପିସି ଦ୍ୱାରା ଜମି ହରାଇଥିବା ବାରଟି ପରିବାର। ଦୀର୍ଘ […]