ଝରାବେରେଣି ଠାରେ ଆଦର୍ଶ ବିଦ୍ୟାଳୟର ଭୂମିପୂଜନ କଲେ ବିଧାୟକ

କଣିହାଁ (ଏନଟିପି) :

ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ହନୁମାନପୁର ପଞ୍ଚାୟତ ଅଧିନସ୍ଥ ଝରାବେରୀଣି ଗ୍ରାମ ରେ ଓଡିଶା ଆଦର୍ଶ ବିଦ୍ୟାଳୟର ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଲଲହଡା ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ମହେଶ ସାହୁ ଯୋଗ ଦେଇଥିଲେ । ଏହି ବିଦ୍ୟାଳୟ ଓଡିଶା ସରକାର ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୪କୋଟି ୫୧ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରେ ନିର୍ମାଣ ହେବ ବୋଲି ଜଣ ପଡିଛି ।ଏହି ବିଦ୍ୟାଳୟରେ ନିର୍ମାଣ କାର୍ଯ୍ୟ ୨ବର୍ଷ ମଧ୍ୟରେ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ ବିଧାୟକ ।ଏହି କାର୍ଯ୍ୟକ୍ରମରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ୍ୟା ଉଷାବତୀ ଗଡ଼ନାୟକ,ସୁନୀଲ ପ୍ରଧାନ,ନିର୍ମଳ ସାହୁ,ସୁରେଶ ଧଳ,ନିଶାକର ପ୍ରଧାନ,ସୁଦର୍ଶନ ବେହେରା,ବିକାଶ ପ୍ରଧାନଙ୍କ ସମେତ ପଞ୍ଚାୟତର ନିକଟତମ ଗ୍ରାମର ଲୋକ ମାନେ ଏଥିରେ ଉପସ୍ଥିତ ରହିଥିଲେ
Follow by Email
WhatsApp