କୋଏରମାଣ୍ଡୁ ପଞ୍ଚାୟତର ୭ ଗାଁରେ ସରକାରୀ ଯୋଜନା ଅପହଞ୍ଚ:ପ୍ରଶାସନ ର କେବେ ଖୋଲିବ ଆଖି Posted on 12/03/202012/03/2020 by NTP Bureau Report କନ୍ଧମାଳ(ଏନ ଟି ପି) କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକରେ ବହୁ ଦୁର୍ଗମ ଅଞ୍ଚଳ ରହିଛି। ସେସବୁ ଅଞ୍ଚଳରେ ଥିବା ଅଧିକାଂଶ ଗ୍ରାମବାସୀ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ଅଛନ୍ତି। ରାସ୍ତା ନ ଥିବାରୁ ଗାଁକୁ ବିଜୁଳି, ସ୍ବାସ୍ଥ୍ୟ ସେବା ପହଞ୍ଚି ପାରୁନାହିଁ। ଏ ନେଇ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ ଜିଲା ପ୍ରଶାସନର ଆନ୍ତରିକତା ଅଭାବ ପରିଲକ୍ଷିତ ହେଉଛି। ବୁଧବାର କୋଏରମାଣ୍ଡୁ ପଞ୍ଚାୟତ ଅନ୍ତର୍ଗତ ୭ଟି ଗ୍ରାମର ଶତାଧିକ ଗ୍ରାମବାସୀ ଜିଲାପାଳ ଡ. ବୃନ୍ଦା ଡ଼ିଙ୍କ ନିକଟରେ ଏହି ଅଭିଯୋଗ କରିଛନ୍ତି। ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ, ସେମାନେ ବିକାଶ କ’ଣ ଏ ଯାଏ ଜାଣି ନାହାନ୍ତି। ବାରାହାଲା, ବେରେଣୀ, ଦୁବସରା, ତିଲେକାପଦର, ବଡ଼ିଗାଁ, ଗୁମ୍ବାଙ୍ଗି ଓ ସରୁପାଜୁ ଗ୍ରାମକୁ ଯିବାକୁ ନିତିଦିନିଆ ରାସ୍ତା ବି ନାହିଁ। ଫିରିଙ୍ଗିଆ ସଦର ମହକୁମାରୁ ୫୦ କି.ମି. ଦୂର କୋଏରମାଣ୍ଡୁରୁ ୮ରୁ ୯ କି.ମି. ଦୂରତା ମଧ୍ୟରେ ଏହିସବୁ ଗ୍ରାମ। ରାସ୍ତା ନ ଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ଗର୍ଭବତୀ, ରୋଗୀ କାନ୍ଧ ଭାରରେ ବୁହାହୋଇ ଡାକ୍ତରଖାନା ଯାଇଥାନ୍ତି। ବିଜୁଳି ଆଲୋକ ସାତସପନ ହୋଇଛି। ଡିବିରି ଆଲୁଅକୁ ଭରସା କରି ଚଳି ଆସୁଛନ୍ତି। ପିଇବା ପାଣି ପାଇଁ ଚୂଆ ଓ ନାଳ ଉପରେ ନିର୍ଭର କରିବାକୁ ପଡ଼ୁଛି। ଗ୍ରାମର ଲୋକେ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରି ଚଳି ଥାଆନ୍ତି। କାରଣ ସରକାରଙ୍କର ଏମ୍ଜିଏନ୍ଆର୍ଇଜିଏସ ହେଉ କିମ୍ବା ଲେବର କାର୍ଡ଼ ହେଉ କୌଣସି ଯୋଜନା ଏମାନଙ୍କ ପାଖରେ ପହଞ୍ଚି ପାରିନାହିଁ। ଏଭଳି ଅନେକ ସମସ୍ୟା ନେଇ ଅତି ଦୟନୀୟ ଅବସ୍ଥାରେ ଚଳନ୍ତି ଏହି ଗ୍ରାମର ଶତାଧିକ ଲୋକମାନେ। ଏ ନେଇ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର କହିଛନ୍ତି, ଉପରୋକ୍ତ ଉପାନ୍ତ ଗ୍ରାମଗୁଡିକରେ ଖୁବଶୀଘ୍ର ବିଦ୍ୟୁତ ସଂଯୋଗ ବ୍ୟବସ୍ଥା କରାଯିବ। ରାସ୍ତା ପାଇଁ ଜିଲାପାଳଙ୍କ ସହ କଥା ହେବେ ବୋଲି କହିଛନ୍ତି। ଗ୍ରାମଗୁଡ଼ିକ ପାହାଡ଼ିଆ ରାସ୍ତା ହୋଇଥିବାରୁ ଏହାର ଉନ୍ନତୀକରଣ କରାଯାଇପାରିନାହିଁ। ଖୁବଶୀଘ୍ର ସମସ୍ୟା ସମାଧାନ ହେବ। କୋଏରମାଣ୍ଡୁ ସରପଞ୍ଚ ପଦ୍ମାବତୀ କହଁର, ବ୍ଲକ ଉପାଧ୍ୟକ୍ଷ ସସ୍ମିତା ଦିଗାଳ,୩ ନଂ ଓ୍ବାଡ଼ ସଭ୍ୟା ସାଇବାଣୀ ବଗର୍ତ୍ତିୀ, ସିନୁରା କହଁର, ରାଇଜନ କହଁରଙ୍କ ସମେତ ୫୦ରୁ ଉର୍ଦ୍ଧ ଗ୍ରାମବାସୀ ଜିଲାପାଳଙ୍କୁ ସାକ୍ଷାତ କରି ଦାବି ପତ୍ର ପ୍ରଦାନ କରିଛନ୍ତି। ଖୁବଶୀଘ୍ର ଗ୍ରାମଗୁଡିକୁ ବିଜୁଳି ଓ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯିବା ସହିତ ରାସ୍ତା କାମପାଇଁ ଯୋଜନା ପ୍ରସ୍ତୁତ ହେବ ବୋଲି ଜିଲାପାଳ ପ୍ରତିଶ୍ରୁତି ଦେଇଛନ୍ତି। Share on FacebookTweetFollow usSave Post Views: 246
Odisha ମାଛରୁ ପୋକ ବାହାରିବା ଭିଡିଓ ଭାଇରାଲ: ତଦନ୍ତ ଦାବୀ NTP Bureau Report 12/03/2020 0 କନ୍ଧମାଳ(ଏନ ଟି ପି) କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଦାରିଙ୍ଗବାଡି ମାର୍କେଟରୁ ମାଛ କିଣିନେବା ପରେ ତାକୁ ମସଲା ଆଦି ଦେଇ ମ୍ୟାରିନେଟ କରି […]
Odisha Political Tadka ଜୁନ୍ ୧୭ରୁ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ NTP Bureau Report 31/05/2019 0 ଜୁନ୍ ୧୭ ତାରିଖରୁ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ । ୨୬ ଜୁଲାଇ ଯାଏ ଅଧିବେଶନ ଚାଲିବ । ୧୯ରେ ଲୋକସଭା ବାଚସ୍ପତି ନିର୍ବାଚନ ହେବ । ଏହା ପରେ ବାଚସ୍ପତି ସମସ୍ତ […]
Odisha ଓଡ଼ିଶାରେ ଲାଗୁ ହେଲା ନୂଆ ଯୋଜନା ,କେମିତି ପାଇବେ ଲାଭ… NTP Bureau Report 15/01/2019 0 ଏନଟିପି(ସ୍ମୃତିଲିପି ସାହୁଙ୍କ ରିପୋର୍ଟ): ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ସ୍ୱାସ୍ଥ୍ୟଭିତିକ କାର୍ଯ୍ୟକ୍ରମ ସୁନେତ୍ର । ରାଜ୍ୟର ସମସ୍ତ ଲୋକେ ଏହି ଯୋଜନାରେ ସାମିଲ ହୋଇପାରିବେ । ସୁନେତ୍ର ଯୋଜନା ମାଧ୍ୟମରେ ସରକାର ରାଜ୍ୟର ସମସ୍ତ […]