ନିଯୁକ୍ତି ଦାବିରେ ଆନ୍ଦୋଳନ

ତାଳଚେର (ଏନ୍ ଟିପି):

ସ୍ଥାୟୀ ନିଯୁକ୍ତି ଦାବିରେ ଏନଟିପିସି ରେଳ ଧାରଣାରେ ଆନ୍ଦୋଳନ ମିଳିଲାନି ନିଯୁକ୍ତି, ଶୁଣିଲାନି କମ୍ପାନୀ କର୍ତ୍ତୃପକ୍ଷ। ଏପରି ଅଭିଯୋଗ କରିଛନ୍ତି ଏନଟିପିସି ଦ୍ୱାରା ଜମି ହରାଇଥିବା ବାରଟି ପରିବାର। ଦୀର୍ଘ କୋଡିଏ ବର୍ଷରୁ ଉର୍ଦ୍ଧ ନିଯୁକ୍ତି ପାଇ ଦାବୀ କରିଥିଲେ ମଧ୍ୟ ଶୁଣୁନାହିଁ ଏନଟିପିସି କର୍ତ୍ତୃପକ୍ଷ।ଏ ନେଇ କ୍ଷତିଗ୍ରସ୍ତ ବାରଟି ପରିବାର ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ପ୍ରଶାସନର କଥାକୁ ଶୁଣୁ ନାହିଁ ଏନଟିପିସି କର୍ତ୍ତୃପକ୍ଷ। ଶେଷରେ ଉପାୟଶୂନ୍ୟ ହୋଇ ଏନଟିପିସି ରେଳ ଧାରଣାର ଆମ୍ବପାଳ ଲେଭେଲ କ୍ରସିଂ ଠାରେ ଆନ୍ଦୋଳନରେ ବସିଛନ୍ତି ବାରଟି ପରିବାର।

ପରିବାର ଲୋକଙ୍କ କହିବା କଥା ହେଲା ସ୍ଥାୟୀ ନିଯୁକ୍ତି ଓ ଥଇଥାନ ଦେବ କହି ଜମି ନେଲା ଏନଟିପିସି। ଏବେ ନିଜ କଥାରୁ ଓହରି ଜମିହରା ପରିବାରଙ୍କ କଥା ଶୁଣୁନାହିଁ ଏନଟିପିସି କର୍ତ୍ତୃପକ୍ଷ। ସବୁ ଜମିନେଲା ପରେ ଏବେ କଣ କରିବୁ ବୋଲି ବାରଟି ପରିବାର କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି।

Follow by Email
WhatsApp