କନ୍ଧମାଳ ହଳଦୀ କ୍ୱିଣ୍ଟାଲ ୧୫୦୦୦ କରାଯିବାକୁ ନେଇ ଦାବୀ Posted on 12/03/202012/03/2020 by NTP Bureau Report କନ୍ଧମାଳ( ଏନ ଟି ପି): କନ୍ଧମାଳ ହଳଦୀର ରହିଛି ସ୍ୱତନ୍ତ୍ର ଚାହିଦା। ଯାହାକୁ ଜିଆଇ ମାନ୍ୟତା ମିଳିଛି। ଏହା ସତ୍ତ୍ୱେ ହଳଦୀ ଚାଷୀଙ୍କ ଆର୍ଥିକ ସ୍ଥିତି ବଦଳୁନି। ଚାଷୀମାନେ ଉଚିତ ମୂଲ୍ୟ ପାଉନାହାନ୍ତି। ଯାହାଫଳରେ ନାନା ଅସୁବିଧା ଦେଇ ଗତି କରୁଛନ୍ତି ଜିଲ୍ଲାର ହଳଦୀ ଚାଷୀ। ତେଣୁ ହଳଦୀର ମୂଲ୍ୟ କ୍ୱିଣ୍ଟାଲ୍ ପିଛା ୧୫,୦୦୦ ଟଙ୍କା କରିବାକୁ ଦାବି କରିଛନ୍ତି। ଏନେଇ ସମଗ୍ର ଜିଲ୍ଲାର ହଳଦୀ ଚାଷୀ ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର କନ୍ଧମାଳ ଜିଲ୍ଲାପାଳ ବୃନ୍ଦା ଡି’ଙ୍କୁ ପ୍ରଦାନ କରିଛନ୍ତି। କନ୍ଧମାଳ ହଳଦୀ କ୍ୱିଣ୍ଟାଲ୍ ପିଛା ୧୫,୦୦୦ ଟଙ୍କା, ପ୍ରତି ବ୍ଲକରେ ଜଳ ସେଚନର ସୁବିଧା, ଶୀତଳ ଭଣ୍ଡାର ନିର୍ମାଣ, ଖାଦ୍ୟ ପ୍ରକ୍ରିୟା କରଣ ୟୁନିଟ୍ ଓ ହଳଦୀ ଗୁଣ୍ଡ କାରଖାନା ନିର୍ମାଣ କରିବାକୁ ଦାବି କରିଛନ୍ତି ଚାଷୀ। ଜିଲ୍ଲାର ଶତାଧିକ ଚାଷୀ ଓ ନବ ନିର୍ମାଣ କୃଷକ ସଂଗଠନର କର୍ମକର୍ତ୍ତାମାନେ ଏହି ଦାବି ନେଇ ଜିଲ୍ଲାପାଳ ବୃନ୍ଦା ଡି’ଙ୍କ ସହିତ ଆଲୋଚନା କରିଛନ୍ତି। ଏପରିକି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ତେବେ ଚାଷୀମାନେ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିବା ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଯଦି ସରକାର ଶୀଘ୍ର ଦାବି ପୂରଣ ନକରନ୍ତି, ତାହା ହେଲେ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ହଳଦୀ ଚାଷୀମାନେ ଚେତାବନୀ ଦେଇଛନ୍ତି। Share on FacebookTweetFollow usSave Post Views: 298
Odisha ଅଗ୍ନି ବିପନ୍ନଙ୍କୁ ସହାୟତାର ହାତ ବଢ଼ାଇଲେ ଯୁବ ବିଜେଡି ନେତା ଅରୁଣାଭ Smrutilipi 21/12/2022 0 ଅନୁଗୋଳ(ଏନ ଟି ପି): ଅନୁଗୋଳ ବ୍ଲକ ଖିଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତାଳପଦା ଗ୍ରାମର ଦର୍ବ ଭୋଇଙ୍କ ଘର ନିଆଁ ଲାଗି ସମ୍ପୁର୍ଣ୍ଣ ପୋଡି ନଷ୍ଟ ହେଇଯାଇଛି। ଖବର ପାଇ ସଙ୍ଗେ ସଙ୍ଗେ ଅଗ୍ନି […]
Odisha ଆଦର୍ଶ ବିଦ୍ୟାଳୟର ଉଦ୍ଘାଟନୀ ଉତ୍ସବ NTP Bureau Report 05/10/2019 0 ଢେଙ୍କାନାଳ(ଏନଟିପି): ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଠାରେ ଟାଟା ଷ୍ଟିଲ ବି ଏସ ଏଲ ପକ୍ଷରୁ ଏକ ଆଦର୍ଶ ବିଦ୍ୟାଳୟ ଉଦଘାଟିତ ହୋଇଯାଇଛି । ଏହି ଉଦଘାଟନୀ ଉତ୍ସବରେ ମୂଖ୍ୟ ଅତିଥି ଭାବେ ଢେଙ୍କାନାଳର ସାଂସଦ […]
Odisha ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀରେ ଆଜି ଦିନିକିଆ ସମ୍ବଲପୁର ଗସ୍ତରେ ଯିବେ କେନ୍ଦ୍ରମନ୍ତ୍ରୀ Smrutilipi 22/01/2023 0 ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମମାଟି ସମ୍ବଲପୁର ଖିଣ୍ଡା ଠାରେ ପଦଯାତ୍ରାରେ ସାମିଲ ହେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ • ପରାକ୍ରମ ଦିବସ ଅବସରରେ ସ୍ୱାଧୀନତା ସଂଗ୍ରାମୀଙ୍କ ଉଦ୍ଦେଶ୍ୟରେ ଆୟୋଜିତ ସେମିନାରରେ ଯୋଗଦେବେ• ପରମାଣପୁର ଠାରେ […]