ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରିଲା ପାଣିପଞ୍ଚାୟତ ସଚେତନତା ରଥ

ଅନୁଗୋଳ (ଏନଟିପି)

ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରିଲା ପାଣି ପଞ୍ଚାୟତ ପକ୍ଷ ପାଳନ ର ସଚେତନତା ରଥ।ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଆଜି ଠାରୁ ଆରମ୍ଭ ହେଇଥବା ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ସଚେତନତା ରଥ , ଯାହାକୁ ଜିଲ୍ଲାପାଳ ଅନିଲ କୁମାର ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ଏହି ରଥ ସପ୍ତାହ ବ୍ୟାପୀ ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ପରିକ୍ରମା କରିବ ।ଏହି ରଥର ଉଦ୍ଘାଟନ କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ତପନ ଶତପଥୀ,ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ଅଧିକାରୀ ଶରତ ଚନ୍ଦ୍ର ସେଠୀ ଓ ସମସ୍ତ ପ୍ରଶାସନିକ ଅଧିକାରୀ ଯୋଗଦେଇଥିଲେ ।ଏହି ସଚେତନତା ରଥ ଜିଲ୍ଲାର ବିଭିନ୍ନ ଜାଗାରେ ପହଂଚି ଚାଷୀ କୂଳ ଙ୍କୁ ସଚେତନ କରାଯିବାର ମୁଖ୍ୟ ଲକ୍ଷ ରହିଛି

Follow by Email
WhatsApp