ମାଛରୁ ପୋକ ବାହାରିବା ଭିଡିଓ ଭାଇରାଲ: ତଦନ୍ତ ଦାବୀ Posted on 12/03/202012/03/2020 by NTP Bureau Report କନ୍ଧମାଳ(ଏନ ଟି ପି) କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଦାରିଙ୍ଗବାଡି ମାର୍କେଟରୁ ମାଛ କିଣିନେବା ପରେ ତାକୁ ମସଲା ଆଦି ଦେଇ ମ୍ୟାରିନେଟ କରି ରଖିଥିଲେ। କିଛି ସମୟ ପରେ ଏକ ଲମ୍ବା ଜିଆ ଭଳି ପୋକ ମାଛ ଭିତରୁ ବାହାରୁଥିବା ସେ ଦେଖିବାକୁ ପାଇଥିଲେ। ଏହାର ଏକ ଭିଡିଓ ଶୁଟିଂ କରି ସେ ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ଅପ୍ଲୋଡ କରିଥିଲେ। ଲୋକଙ୍କୁ ଏଭଳି ମାର୍କେଟରୁ ମାଛ ନ ଆଣିବାକୁ ପରାମର୍ଶ ଦେଇ ସେ କ୍ୟାପ୍ସନ୍ ଲେଖିଥିଲେ। ତେବେ ସେ କେଉଁଠୁ ଓ କାହା ପାଖରୁ ଏହି ମାଛ କିଣିିଛନ୍ତି ତାହା ସ୍ପଷ୍ଟ କରିନାହାନ୍ତି। କରୋନା ଭାଇରସ୍ ନେଇ ଲୋକେ ଭୟଭୀତ ହୋଇ ରହିଥିବାବେଳେ ଏଭଳି ଭିଡିଓ ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ମାର୍କେଟରେ ପଚାସଢା ମାଛ ଓ ମାଂସ ବିକ୍ରି କରାଯାଉଥିଲେ ସୁଦ୍ଧା ସ୍ବାସ୍ଥ୍ୟବିଭାଗ ତଦାରଖ ନ କରିବା ନେଇ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଏନେଇ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ, ସେ ଏଣିକି ମାଛ ମାର୍କେଟ ସହ ବିଭିନ୍ନ ମାଂସ କଟା ହେଉଥିବା ଦୋକାନ ଯାଇ ନିଜେ ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। Share on FacebookTweetFollow usSave Post Views: 281
Odisha ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂ ହେବେ ଓଡିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି NTP Bureau Report 03/11/2023 0 ଓଡିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂ ବୋଲି ସୂଚନା ମିଳିଛି। ସୁପ୍ରିମକୋର୍ଟର କଲେଜିୟମ୍ ପକ୍ଷରୁ ତାଙ୍କ ନାଁକୁ ସୁପାରିଶ କରାଯାଇଛି । ବିହାର ପାଟନା କୋର୍ଟରେ ବର୍ତ୍ତମାନ […]
Odisha At the Naveen Niwas, Junior Maharathi came with his family and got a ticket from NaveenNiwas NTP Bureau Report 28/03/2021 0 Bhubaneswar(NewsTimePro): Rudra Maharathi, son of the late BJP MLA Pradeep Maharathi, has given a ticket for the Pipili by-election. Rudra came to Naveen Niwas with […]
Odisha ୪୮ ଘଣ୍ଟିଆ ଧର୍ମଘଟ ;ଜୀବନଯାତ୍ରା ଠପ୍। NTP Bureau Report 08/01/2019 0 ଭୁବନେଶ୍ବର(ଏନଟିପି) : ଦେଶବ୍ୟାପୀ ୪୮ ଘଣ୍ଟିଆ ଧର୍ମଘଟ । କେନ୍ଦ୍ରୀୟ ଟ୍ରେଡ ୟୁନିୟନ ମିଳିତ ମଞ୍ଚର ଡାକରାରେ ଦେଶର ବିଭିନ୍ନ ସ୍ଥାନରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ସକାଳୁ ସକାଳୁ ପିକେଟିଂ କରି […]