ଅଟୋ-ବାଇକ୍ ମୁହାଁମୁହିଁ ଧକ୍କା ୧ ମୃତ Posted on 12/03/202012/03/2020 by NTP Bureau Report ବାଲିଗୁଡା(ଏନ ଟି ପି) କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଳାପଡ଼ା ପଞ୍ଚାୟତ ଉରକିଆ ଛକ ନିକଟରେ ଏକ ବାଇକ ଓ ଅଟୋରିକ୍ସା ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି । ସେ ହେଲେ ଫିରିଙ୍ଗିଆ ଥାନା ଜଜେଶପଙ୍ଗା ଗ୍ରାମ ଓଡ଼ିଆ ସାହିର ଚକ୍ରଧର ସାହୁ । ଚକ୍ରଧର ରାଇକିଆ ମେଡ଼ିକାଲରେ ମ୍ୟାଲେରିଆ ବିଭାଗରେ କାମ କରୁଥିଲେ। ବୁଧବାର ସକାଳ ପ୍ରାୟ ୯ଟାରେ ନିଜ ଆଈ ସୁଲୋଚନା ସାହୁଙ୍କ ମୃତ୍ୟୁ ଖବରପାଇ ରାଇକିଆରୁ ବାଇକ୍ରେ ନିଜ ଗ୍ରାମକୁ ଆସୁଥିଲେ । ଉରକିଆଛକ ନିକଟସ୍ଥ ବୁଲାଣିରେ ଏକ ଅଟୋ ସହ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ଚକ୍ରଧର ଗୁରୁତର ଆହତ ଆହତ ହୋଇଥିଲେ।ଆମ୍ବୁଲାନ୍ସ ରେ ତାଙ୍କୁ ତୁରନ୍ତ ସାରଙ୍ଗଗଡ଼ ଡାକ୍ତରଖାନାକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ। ଫିରିଙ୍ଗିଆ ଥାନାଧିକାରୀ ପି.ଶ୍ୟାମ ସୁନ୍ଦର ରାଓ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି। ଏ ନେଇ ଥାନାରେ ନଂ.୨୧/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।ଘଟଣା ସ୍ଥଳରୁ ଦୁର୍ଘଟଣା ଘଟାଇ ଅଟୋଚାଳକ ଫେରାର ହୋଇଯାଇଛନ୍ତି। Share on FacebookTweetFollow usSave Post Views: 355
Odisha ଶ୍ରମିକର ସୁନେଲୀ ସ୍ୱପ୍ନ ଆଗରେ ଲକଡାଉନ ଟାଣିଛି ଲକ୍ଷ୍ମଣରେଖା NTP Bureau Report 30/04/2020 0 କନ୍ଧମାଳ(ଏନ ଟି ପି): ଆଜି ହେଉଛି ଶ୍ରମିକ ଦିବସ।ଷ୍ଟାମୀଙ୍କ ମାନଙ୍କ ପାଇଁ ଦିନଟିଏ।ଶ୍ରମିକ ମାନଙ୍କ ସମସ୍ୟାକୁ ଆମର ଗୋଟିଏ ଛୋଟିଆ ଷ୍ଟୋରି । ଭଙ୍ଗା ଚାଳ ଘରୁ ଭବିଷ୍ୟତର ସ୍ୱପ୍ନ ଦେଖୁଥିବା ମଣିଷର ନାଁ […]
Odisha କାଳିଆ ଯୋଜନା ରେ ଯୋଡି ହେବେ କେମିତି NTP Bureau Report 10/01/2019 0 ଏନ. ଟି.ପି.(ଭୁବନେଶ୍ୱର) ଗୋଟିଏ ପଟେ କାଳିଆ ପୁରୀ ରେ ରହି ଭକ୍ତଙ୍କୁ ଦର୍ଶନ ଦେଉଛି।ଅନ୍ୟପଟେ ରାଜ୍ୟସରକାର ଆଜି ଦୁନିଆରେ ଖାଦ୍ୟ ଯୋଗାଉଥିବା ଚାଷୀଙ୍କ ସମସ୍ୟା କୁ ଦୃଷ୍ଟିରେ ଆଖିଆଗରେ ରଖି ଆରମ୍ଭ କଲେ କାଲି […]
Odisha ଶତବାର୍ଷିକୀ ସମାରୋହ : ଓଡିଶାକୁ ବିଶ୍ୱର ଆଗୁଆ ଅଂଚଳ କରିବା ସଂଘର୍ଷର ନେତୃତ୍ୱ ନେଉ ‘ସମାଜ’ – ଧର୍ମେନ୍ଦ୍ର ପ୍ରଧାନ NTP Bureau Report 06/10/2019 0 *ପଣ୍ଡିତ ଗୋପବନ୍ଧୁ ବ୍ରିଟିଶ ସାମ୍ରାଜ୍ୟ ବିରୋଧରେ ଲଢେଇ ପାଇଁ ସମାଜକୁ ଆୟୁଧ କରିଥିଲେ*ଓଡିଶା ପୃଥିବୀର ଏକ ସମୃଦ୍ଧଶାଳୀ ଅଂଚଳ ହେଲେ ଏହା ଉକ୍ରଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିହେବ ଉଚିତ୍ ଶ୍ରଦ୍ଧାଞ୍ଜଳି କଟକ (ଏନ ଟି […]