୪୮ ଘଣ୍ଟିଆ ଧର୍ମଘଟ ;ଜୀବନଯାତ୍ରା ଠପ୍।

ଭୁବନେଶ୍ବର(ଏନଟିପି) : ଦେଶବ୍ୟାପୀ ୪୮ ଘଣ୍ଟିଆ ଧର୍ମଘଟ । କେନ୍ଦ୍ରୀୟ ଟ୍ରେଡ ୟୁନିୟନ ମିଳିତ ମଞ୍ଚର ଡାକରାରେ ଦେଶର ବିଭିନ୍ନ ସ୍ଥାନରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ସକାଳୁ ସକାଳୁ ପିକେଟିଂ କରି ଆନ୍ଦୋଳନକାରୀ ରାସ୍ତାରୋକ କରିବା ସହ ରେଳରୋକ କରିଛନ୍ତି । ବନ୍ଦ ରହିଛି ସ୍କୁଲ, କଲେଜ, ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ, ଅଙ୍ଗନଓ୍ଵାଡି କେନ୍ଦ୍ର ଓ ଦୋକାନବଜାର ।ବିଭିନ୍ନ ଶିଳ୍ପାନୁଷ୍ଠାନ ଗୁଡିକରେ ମଧ୍ୟ ବିକ୍ଷୋଭ କରୁଛନ୍ତି।ବନ୍ଦ ଫଳରେ ପ୍ରଭାବିତ ହୋଇଛି ସାଧାରଣ ଜୀବନଯାତ୍ରା ।ଶ୍ରମ ଆଇନ ସଂଶୋଧନ, ଟ୍ରେଡ ୟୁନିୟନ ଅଧିକାର ଉପରେ ଆକ୍ରମଣକୁ ବିରୋଧ, ସର୍ବନିମ୍ନ ମଜୁରୀ ମାସିକ ୧୮ ହଜାର ଟଙ୍କା ଧାର୍ଯ୍ୟ ଓ ଠିକା ଶ୍ରମିକ ପ୍ରଥାର ଉଚ୍ଛେଦ ଆଦି ୧୨ ଦଫା ଦାବିରେ ଚଳାଇଛନ୍ତି ଆନ୍ଦୋଳନ । ସେପଟେ ସର୍ବଭାରତୀୟ ଧର୍ମଘଟକୁ ସମର୍ଥନ କରିଛି ବିଜେଡି ଓ କଂଗ୍ରେସ । ୪୮ ଘଣ୍ଟିଆ ଧର୍ମଘଟ ଡାକରାକୁ ଆଖିରେ ରଖି ରାଜଧାନୀ ଭୁବନେଶ୍ୱରରେ ମୁତୟନ ହୋଇଛନ୍ତି ୨୫ ପ୍ଲାଟୁନ୍‌ ଫୋର୍ସ ।ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆନ୍ଦୋଳନ ର ପ୍ରଭାବ ପଡିଛି।

Follow by Email
WhatsApp