କନ୍ଧମାଳରେ ଅଚ୍ୟୁତଙ୍କୁ ବିରୋଧ କରି ଟାୟାର ଜାଳି ରାସ୍ତାଅବରୋଧ Posted on 18/03/201918/03/2019 by NTP Bureau Report କନ୍ଧମାଳ: ବିଜେଡି ତାର ପ୍ରଥମ ପର୍ଯ୍ୟାୟ ରାଜ୍ୟସଭା ଓ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି।କନ୍ଧମାଳ ଲୋକସଭା ପାଇଁ ଅଚ୍ୟୁତ ସାମନ୍ତଙ୍କୁ ପ୍ରାର୍ଥୀ କରିବା ପାଇଁ ନାମ ଘୋଷଣା ପରେ ଆରମ୍ଭ ହୋଇଯାଇଛି ଵିରୋଧ। କନ୍ଧମାଳ ଲୋକସଭା ଆସନରେ ଅଚ୍ୟୁତ ସାମନ୍ତଙ୍କ ପ୍ରାର୍ଥିତ୍ୱକୁ ନେଇ ସ୍ଥାନୀୟ ବିଜେଡିର ତୀବ୍ର ବିରୋଧ ଦେଖିବାକୁ ମିଳିଛି। ଫୁଲବାଣୀସ୍ଥିତ ବିଜୁ ପଟ୍ଟନାୟକ ଛକରେ ଦଳର ଅନେକ ନେତା ଓ କର୍ମୀ ଟାୟାର ଜାଳି ରାସ୍ତା ଅବରୋଧ କରି ପ୍ରତିବାଦ କରିଛନ୍ତି। ବାହାରୁ ନୁହେଁ କନ୍ଧମାଳ ଜିଲ୍ଲାରୁ ହିଁ କୌଣସି ବ୍ୟକ୍ତିଙ୍କୁ ପ୍ରାର୍ଥୀ କରାଯିବାକୁ ସେମାନେ ବିଜେଡି ସଭାପତିଙ୍କୁ ଦାବି କରିଛନ୍ତି।ବିନେଡି ସୁପ୍ରିମୋ ଏ ଉପରେ ତୁରନ୍ତ ନିଷ୍ପତି ନେବାକଜ ଦାବି କରିବା ସହ ନହେଲେ ଆଗାମୀ ଦିନରେ ସମଗ୍ର କନ୍ଧମାଳ କୁ ବନ୍ଦ କରିବାର ଚେତାବନୀ ଦେଇଛନ୍ତି। ଗତଥର ଜିଲ୍ଲା ବାହାରୁ ଏଠାରୁ ଜଣଙ୍କୁ ପ୍ରାର୍ଥୀ କରାଯାଇଥିବାବେଳେ ଏଥର ବି ଏହାର ପୁନରାବୃତ୍ତି କରାଯାଇଥିବାରୁ ସ୍ଥାନୀୟ ବିଜେଡି ନେତୃବୃନ୍ଦ ଦୃଢ଼ ବିରୋଧ କରିଛନ୍ତି। ସ୍ଥାନୀୟ ନେତାଙ୍କୁ ପ୍ରାର୍ଥୀ କରାଯାଉ ନଥିବାରୁ ଜିଲ୍ଲାର ନେତା, କର୍ମୀ ଓ ସମର୍ଥକ ସାଂସଦଙ୍କ ସହ ଯୋଗାଯୋଗ ଓ ସୁବିଧା ଅସୁବିଧା ଜଣାଇବାରେ ପୁଣି ଅସୁବିଧା ଭୋଗିବେ ବୋଲି ପ୍ରତିବାଦକାରୀ କହିଛନ୍ତି। ତେଣୁ ଦଳ ସଭାପତି ନିଷ୍ପତ୍ତି ପରିବର୍ତ୍ତନ ନକଲେ ଅଚ୍ୟୁତଙ୍କ ପ୍ରାର୍ଥିତ୍ୱ ବିରୋଧରେ ଆଗକୁ ଜିଲ୍ଲା ବ୍ୟାପୀ ଆନ୍ଦୋଳନ ତେଜିବ ବୋଲି ଚେତାବନୀ ଦିଆଯାଇଛି। କଣ ନିଷ୍ପତି ନେବେ ଦଳର ସୁପ୍ରିମୋ।ଅଚ୍ୟୁତ ସାମନ୍ତଙ୍କ ନାଁ ଘୋଷଣା ହେଇସାରିବା ପରେ ପୁଣି କଣ ବଦଳିବ ଆଉ କାହାର ନାମ ଯଦି ବଦଳେ କିଏ ହେବ କନ୍ଧମାଳର ଲୋକସଭାର ପ୍ରାର୍ଥୀ।ଦଳର ସୁପ୍ରିମୋଙ୍କ ନିଷ୍ପତିକୁ କେତେଦୂର ଗ୍ରହଣ କରୁଛନ୍ତି କନ୍ଧମାଳ ବାସୀ। Share on FacebookTweetFollow usSave Post Views: 412
Odisha Business TTPS ପ୍ଲାଣ୍ଟ ପୁନଃ କାର୍ଯ୍ୟକ୍ଷମ ନହେଲେ ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନ କରିବ କଂଗ୍ରେସ NTP Bureau Report 04/04/2021 0 ଅନୁଗୋଳ (ଏନ ଟି ପି): ତାଳଚେର ଥର୍ମାଲ ପାୱାର ପ୍ଲାଣ୍ଟ କଂଗ୍ରେସ ରେ କେନ୍ଦ୍ରରେ ସରକାର ସମୟରେ ୧୯୬୧ ମସିହାରେ TTPS ପାୱାର ପ୍ଲାଣ୍ଟ ଆରମ୍ଭ ହୋଇ ୧୯୬୮ ମସିହାରେ ଷ୍ଟେଜ ୧ ରୁ […]
Odisha ରୋଷେଇ ଘରୁ ଲାଗିଲା ନିଆଁ,ଜଳିପୋଡି ଗଲା ସମ୍ପତି NTP Bureau Report 24/03/2019 0 ଅନୁଗୋଳ ଅନୁଗୋଳ ଜିଲ୍ଲା ଛେଣ୍ତିପଦା ବ୍ଲକ ପାତ୍ରପଡା କମାର ସାହିରେ ଅଗ୍ନିକାଣ୍ତ ।ଅଗ୍ନିକାଣ୍ଡରେ ୪୦ ବଖରାରୁ ଉର୍ଧ୍ବ ଘର ପୋଡି ନଷ୍ଟ ହୋଇଯାଇଛି। ଅଗ୍ନିକାଣ୍ଡରେ ଘର ର ସବୁ ଆସବାଵ ପତ୍ର ସହ ଧାନ […]
Odisha ନାଲକୋ କଲୋନୀ ଚୋରି ଘଟଣାର ହେଲା ପର୍ଦ୍ଧାଫାସ,୨ ଆନ୍ତଃ ରାଜ୍ୟ ଲୁଟେରା ଗିରଫ NTP Bureau Report 18/02/2019 0 ଅନୁଗୋଳ(ଏନଟିପି) ଅନୁଗୋଳ ଜିଲ୍ଲା ନାଲକୋ ନଗର ଥାନା ଅନ୍ତର୍ଗତ ନାଲକୋ କଲୋନୀରେ ଗତ ୧୪ତାରିଖ ବୁଧବାର ଦିନ ବିଳମ୍ବିତ ରାତ୍ରିରେ ଗୋଟିଏ କ୍ୱାର୍ଟରରୁ ଚୋରି ଉଦ୍ୟମ କରି ୨ ଜଣ ଅନ୍ତରାଜ୍ୟ ଲୁଟେରାକୁ ଆଜି […]