ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ Posted on 16/02/202016/02/2020 by NTP Bureau Report ଅନୁଗୋଳ(ଏନଟିପି): ଜିଲ୍ଲା ଆଇନସେବା ପ୍ରାଧିକରଣ ଅନୁଗୋଳ ତରଫରୁ ମୌଳିକ କର୍ତ୍ତବ୍ୟ ସମ୍ପର୍କିତ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଆଜି ଅନୁଗୋଳ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ମୌଳିକ କର୍ତ୍ତବ୍ୟ ବିଷୟରେ ସରକାରୀ ଉଚ୍ଛ ପ୍ରାଥମିକ ବିଦ୍ୟାଳୟ, ଶିମିଳିସାହି ,ଜରାସିଂହା ଠାରେ ଏକ ଆଇନ ସଚେତନତା କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଓ ଦୌରାଜଜ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଶାନ୍ତ କୁମାର ଦାସ ଅଧ୍ୟକ୍ଷତା କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ଅନୁଗୋଳ ଶ୍ରୀଯୁକ୍ତ ପ୍ରଭାକର ଗଣ୍ଠିଆ ଓ ଶ୍ରୀଯୁକ୍ତ ସୌମ୍ୟକ ପାତ୍ର ,ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀ ବାସୁଦେବ ପାତ୍ର, , ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ ମାଜିଷ୍ଟ୍ରେଟ ଶୃତିସ୍ଵରୂପା ସାହୁ , ଶ୍ରୀ ତାରିଣୀ ପ୍ରସାଦ ସାହୁ ଓ ଶ୍ରୀ ସଂଜୀବ ପଣ୍ଡା , ଜିଲ୍ଲା ଆଇନସେବା ପ୍ରାଧିକରଣର ସଦସ୍ୟ ଡା. ଶ୍ରୀମତୀ ମଞ୍ଜୁପ୍ରଭା ମହାପାତ୍ର, ଜିଲ୍ଲା ଆଇନସେବା ପ୍ରାଧିକରଣର ସମୁଖ କାର୍ଯ୍ୟ।ଳୟର ରିଟେନର ଶ୍ରୀଯୁକ୍ତ ବିପିନ ବିହାରୀ ସାହୁ, ମଧ୍ୟସ୍ଥତା କେନ୍ଦ୍ରର ଆଇନଜୀବୀ ଶ୍ରୀଯୁକ୍ତ ରଜତ ରଞ୍ଜନ ଦାସ ଏବଂ ଆଇନଜୀବୀ ଶ୍ରୀଯୁକ୍ତ ପବିତ୍ର କୁମାର ମୁଦୁଲି, ଏତଦବ୍ୟତୀତ ସ୍ଥାନୀୟ ସରପଞ୍ଚ ମିଲ୍ଲପ କୁମାର ପ୍ରଧାନ, ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ, ଜରାଶିଙ୍ଘା ଗ୍ରାମର ପ୍ରେସିଡେନ୍ଟ ପ୍ରକାଶ ଚନ୍ଦ୍ର ପ୍ରଧାନ ଓ ସେକ୍ରେଟାରୀ ଅକ୍ଷୟ କୁମାର ପ୍ରଧାନ ଏବଂ ଏହି ଗ୍ରାମର କେତେକ ସ୍ଵୟଂ ସହାୟକ ଗୋଷ୍ଠୀ ଓ ଗ୍ରାମବାସୀ ବୃନ୍ଦ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ବିଧାନରେ ବର୍ଣିତଥିବା ବିଭିନ୍ନ ମୌଳିକ କର୍ତ୍ତବ୍ୟ ବିଷୟରେ ଆଲୋଚନା କରାଯାଇଥିଲା।ଏହା ସହିତ ଲୋକମାନଙ୍କ ସାମ୍ବିଧାନିକ କର୍ତ୍ତବ୍ୟ ଉପରେ ଆଲୋକପାତ କରି ଗୋଟିଏ ସୁନାଗରିକ ହିସାବରେ ସାମ୍ବିଧାନିକ ଦାୟିତ୍ଵକୁ କିପରି ଉଚିତ ଭାବରେ ତୁଲାଇପାରିବା ସେହି ବିଷୟରେ ଆଲୋଚନା କରିଥିଲେ। ଜିଲ୍ଲା ଆଇନସେବା ପ୍ରାଧିକରଣ ଦ୍ଵାରା ସାଧାରଣ ଲୋକମାନେ କିପରି ମାଗଣା ତ୍ଵରିତ ଆଇନସେବା ପାଇପାରିବେ ମତବ୍ୟକ୍ତ କରିଥିଲେ।କାର୍ଯ୍ୟକ୍ରମଟିକୁ ଆଇନସେବା ପ୍ରାଧିକରଣର ସମ୍ପାଦିକା ଶ୍ରୀମତୀ ଅଭିନନ୍ଦିତା ପଣ୍ଡା ପରିଚାଳନା କରିଥିଲେ। Share on FacebookTweetFollow usSave Post Views: 231
Odisha କରୋନା ପାଇଁ ଚିକେନ୍ ଶସ୍ତା,୨୦ ଟଙ୍କାରେ କେଜିଏ NTP Bureau Report 10/03/2020 0 ଅନୁଗୋଳ(ଏନଟିପି): କରୋନା ଭୟରେ ଚିକେନ ଶସ୍ତା । ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି ଅନୁଗୋଳ ଓ ଏହାର ଆଖପାଖ ଅଂଚଳରେ । ଏହି ଅଂଚଳରେ ଚିକେନ ଦର କିଲୋପ୍ରତି ୨୦ ଟଙ୍କାକୁ ଖସିଯାଇଛି । […]
Odisha କଟକ ପାଲଟିଛି କ୍ରାଇମ କ୍ୟାପିଟାଲ, ୨ ଦିନରେ ୩ ଟି ହତ୍ୟାକାଣ୍ଡ NTP Bureau Report 24/07/2019 0 କଟକ(ଏନଟିପି): କ୍ରାଇମ କ୍ୟାପିଟାଲ ପାଲଟିଛି କଟକ।୨୪ଘଣ୍ଟା ମଧ୍ୟରେ କଟକରେ ତିନିିଟି ହତ୍ୟାକାଣ୍ଡ। ଗତକାଲି ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଆଜି ଆଉ ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ରାଣୀହାଟ ମେଡିକାଲ ରାସ୍ତାରୁ ରକ୍ତ […]
Odisha NATIONAL ଦାନ୍ତେୱାଡାରେ ପୋଲିସ – ମାଓବାଦୀ ଗୁଳିବିନିମୟ,ଦୁଇ ମାଓବାଦୀ ମୃତ NTP Bureau Report 14/07/2019 0 ପୋଲିସ ଏନକାଉଣ୍ଟରରେ ଦୁଇ ହାର୍ଡକୋର ମାଓବାଦୀ ମୃତ। ଜଣେ ମହିଳା ମାଓବାଦୀ ଗିରଫ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦାନ୍ତେୱାଡା ଜିଲ୍ଲାରେ ପୋଲିସର ମାଓବାଦୀ ଗୁଳିବିନିମୟରେ ୨ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ୨ମୃତ ମାଓବାଦୀଙ୍କ […]