ଭୁବବେଶ୍ୱର (ଏନ ଟି ପି):
ଲାଞ୍ଚ ନେବା ହେଲା କାଳ।ଚୋର ଘର ସବୁବେଳେ ଅନ୍ଧାର ରାତି ନଥାଏ। ଦିନେ ନା ଦିନ ଦୁର୍ନୀତି ର କଲା କାରନାମା ଖୋଲିବ ।ଠିକ ସେହିଭଳି ଲାଞ୍ଚ ଖୋର ଯୋଗୁଁ ଚାକିରିରୁ ବହିସ୍କୃତ ହେଲେ MVI ।ପରମିଟ ରୁଟ୍ ପରିବର୍ତ୍ତନ ପାଇଁ ୫ ଶହ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଥିବା ତତ୍କାଳୀନ ବୌଦ୍ଧ ଜିଲା ଭାରପ୍ରାପ୍ତ ଆର୍ଟିଓ ତଥା ବର୍ତ୍ତମାନର ତାଳଚେର ମୋଟର୍ ଭେଇକଲ୍ ଇନ୍ସପେକ୍ଟରଏମ୍ଭି ଆଇ) ଦେବୀ ପ୍ରସାଦ ପାଢ଼ିଙ୍କୁ ରାଜ୍ୟ ସରକାର ଚାକିରିରୁ ବହିସ୍କୃତ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ୨୦୧୦ ମସିହା ଏପ୍ରିଲ୍ ୧୫ ତାରିଖରେ ବ୍ରହ୍ମପୁର ଭିଜିଲାନ୍ସ ଡିଭିଜନ୍ ହାତରେ ଧରାପଡ଼ିଲେ ଦେବୀ ପ୍ରସାଦ। ବୌଦ୍ଧ ଜିଲା ବୁଟୁପଲ୍ଲୀ ଗ୍ରାମର ରାଜ କିଶୋର ରାଜ୍ ନାମକ ଜଣେ ବ୍ୟକ୍ତି ଏକ ମିନିବସ୍ର ରୁଟ୍ ପରମିଟ୍ ସକାଶେ ଆବେଦନ କରିଥିଲେ । ଉକ୍ତ ରୁଟ୍ ପରମିଟ୍ ପାଇଁ ଭାରପ୍ରାପ୍ତ ଆର୍ଟିଓ ପାଢ଼ି ୮୫୦ ଟଙ୍କା ଲାଞ୍ଚ ଦାବି କରିଥିଲେ। ହେଲେ ରାଜ୍ କିଶୋର ୫ଶହ ଟଙ୍କା ଦେବାକୁ ରାଜି ହୋଇଥିଲେ। ଏନେଇ ରାଜ୍ କିଶୋର ବ୍ରହ୍ମପୁର ଭିଜିଲାନ୍ସ ଡିଭିଜନ୍ରେ ଅଭିଯୋଗ କରିଥିଲେ। ବୌଦ୍ଧ ଆର୍ଟିଓ କାର୍ଯ୍ୟାଳୟରେ ରାଜ୍ କିଶୋରଙ୍କ ଠାରୁ ଦେବୀ ପ୍ରସାଦ ୫ଶହ ଟଙ୍କା ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିଥିଲେ ।
