ଦାନ୍ତେୱାଡାରେ ପୋଲିସ – ମାଓବାଦୀ ଗୁଳିବିନିମୟ,ଦୁଇ ମାଓବାଦୀ ମୃତ

ପୋଲିସ ଏନକାଉଣ୍ଟରରେ ଦୁଇ ହାର୍ଡକୋର ମାଓବାଦୀ ମୃତ। ଜଣେ ମହିଳା ମାଓବାଦୀ ଗିରଫ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦାନ୍ତେୱାଡା ଜିଲ୍ଲାରେ ପୋଲିସର ମାଓବାଦୀ ଗୁଳିବିନିମୟରେ ୨ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ୨ମୃତ ମାଓବାଦୀଙ୍କ ନାଁରେ ୫ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରଖିଥିଲେ ଛତିଶଗଡ଼ ସରକାର। ମୃତ ମାଓବାଦୀ ମଲଙ୍ଗିର ଏରିଆ କମିଟିର ଏସିଏମ ସଦସ୍ୟ ଥିବା ଜଣାପଡ଼ିଛି। ଗୁନିଆପାଲ ଜଙ୍ଗଲରେ ମାଓବାଦୀଙ୍କ ଉପସ୍ଥିତି ନେଇ ପୋଲିସ ଖବର ପାଇବା ପରେ ଚଢାଉ କରିଥିଲା। ୫୦ରୁ ଅଧିକ ମାଓବାଦୀ ଓ ପୋଲିସ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ଗୁଳିବିନିମୟ ଜାରି ରହିଛି। ଘଟଣାସ୍ଥଳରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ସହ ୨ଟି ବନ୍ଧୁକ ଜବତ କରିଛି ପୋଲିସ। ଏସଟିଏଫ ଓ ଡିଆରଜି ଯବାନଙ୍କ କମ୍ବିଂ ଅପରସେନରେ ଏହି ସଫଳତା ମିଳିଥିବା ଦାନ୍ତେୱାଡ଼ା ଏସପି ଅଭିଷେକ ପଲ୍ଲବ କହିଛନ୍ତି
Follow by Email
WhatsApp