ରୋଟାରୀ, କ୍ୟାନ୍ସର ଟ୍ରଷ୍ଟ ଓ ଆପୋଲୋ ହସ୍ପିଟାଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟସେବା ଶିବିର Posted on 16/02/202016/02/2020 by NTP Bureau Report କେନ୍ଦ୍ରାପଡା(ଏନଟିପି): କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ କୁରୁଜଙ୍ଗା ପଞ୍ଚାୟତ ର ମନ୍ତ୍ରୀପଡା ଗ୍ରାମରେ ମଦନ ମୋହନ ପ୍ରାଥମିକ ଶିକ୍ଷା କେନ୍ଦ୍ରରେ ଏକ ବିଶାଳ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ସ୍ୱାସ୍ଥ୍ୟ ସେବା ଶିବିର କୁ ରୋଟାରୀ କ୍ୟାନସର ଟ୍ରଷ୍ଟ,ସ୍ୱାସ୍ଥ୍ୟୟନ ଓ ଆପୋଲୋ ହସ୍ପିଟାଲ ମିଳିତ ଭାବରେ ଆୟୋଜନ କରିଛନ୍ତି।କେନ୍ଦ୍ରାପଡା ର ଜିଲ୍ଳାପାଳ ସମର୍ଥ ବର୍ମା ଏହି ଶିବିରକୁ ମୁଖ୍ୟ ଅତିଥି ଭାବେ ଉଦ୍ ଘାଟନ କରିଥିଲେ।ଜିଲ୍ଳାପାଳ କହିଥିଲେ ସ୍ୱାସ୍ଥ୍ୟ ହିଁ ସମ୍ପଦ ।କିପରି ସମସ୍ତେ ନିରୋଗ ରହିବେ ଓ ସ୍ୱାସ୍ଥ୍ୟ ଉପରେ ସମସ୍ତେ ବିଶେଷ ଧ୍ୟାନ ଦେବା ଉଚିତ କଥା କହିଥିଲେ।ସି ଡି ଏମ ଓ ଡାକ୍ତର ଉର୍ମିଳା ମିଶ୍ର ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସମ୍ପର୍କରେ ଅବଗତ କରାଇଥିଲେ।ଆଜିର ବ୍ୟସ୍ତ ବହୁଳ ସମାଜରେ ସ୍ୱାସ୍ଥ୍ୟ କୁ ଅବହେଳା କରି କିପରି ବୃହତ୍ତର ରୋଗରେ ପୀଡିତ ହୋଇ ମୃତ୍ୟୁ ମୁଖର ସମ୍ମୁଖିନ ହେଉଛନ୍ତି ।ସେଥିପାଇଁ ସ୍ୱାସ୍ଥ୍ୟ ସେବା ଓ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ର ଏକାନ୍ତ ଆବଶ୍ୟକ ବିଶେଷ କରି ଗ୍ରାମାଞ୍ଚଳ ରେ ଏହା ନିହାତି ଜରୁରୀ ଏହି ସମ୍ପର୍କରେ ସ୍ୱାସ୍ଥ୍ୟୟନ ଟ୍ରଷ୍ଟ ପକ୍ଷରୁ ଶ୍ରୀ ବାସୁଦେବ ଭଟ ଏବଂ ପୁଣ୍ୟଶ୍ଳୋକ ମହାନ୍ତି ସଚେତନ କରାଇଥିଲେ।ସ୍ଥାନୀୟ ମଦନ ମୋହନ ବିଦ୍ୟାଳୟର ପ୍ରତିଷ୍ଠାତା ସ୍ବର୍ଗତ ଦୋଳ ଗୋବିନ୍ଦ ମହାନ୍ତି ଓ ପ୍ରିୟାମଣି ମହାନ୍ତି କିପରି ନିରୋଗ ରହି ୯୫ ଓ ୯୨ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ଏହା ସମସ୍ତ ଯୁବ ସମାଜ ପାଇଁ ପ୍ରେରଣା ଓ ତାଙ୍କର ସ୍ୱାଭିମାନି ଜୀବନୀ ଶୈଳୀ ସର୍ବଦା ଉଦାହରଣ ହୋଇ ରହିଅଛି।ଏହି ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ସେହି କିମ୍ବଦନ୍ତୀ ବ୍ୟକ୍ତିଙ୍କ ସ୍ମୃତି ଚରଣ ଉଦ୍ଧେଶ୍ୟରେ ମନ୍ତ୍ରୀପଡା ଠାରେ ଆୟୋଜନ କରାଯାଇଥିଲା।ଆପୋଲୋ ହସ୍ପିଟାଲ ତରଫରୁ ବିଭିନ୍ନ ବିଭାଗ ର ଡାକ୍ତର ତଥା ଭେଷଜ ବିଭାଗ,ଅସ୍ତିଶଲ୍ୟ,ଶିଶୁ, ଚର୍ମ ଓ କ୍ୟାନ୍ସର ଓ ମଧୁମେହ ଓ ଉଚ୍ଚ ରକ୍ତଚାପ ପରୀକ୍ଷା କରାଯାଇଥିଲା।ସ୍ଥାନୀୟ ଆୟୋଜକ ମନୋଜ ମହାନ୍ତି ଶିବିରକୁ ତଦାରଖ କରିଥିଲେ।ଶ୍ରୀ ପୁଣ୍ୟଶ୍ଳୋକ ମହାନ୍ତି ସଭା ସଂଯୋଜନା କରିଥିଲେ। ରୋଟାରୀ କ୍ଲବ ତରଫରୁ ଅଭିଶେକ ମୋଡ଼ା,ସୁଜିତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।ଡେରାବିଶ୍ ବ୍ଲକର BEO ଅକ୍ଷୟ ମହାପାତ୍ର ଉପସ୍ଥିତ ଥିଲେ।ଆଗକୁ ଯୁବପୀଢ଼ିଙ୍କୁ ଉତ୍ସାହିତ କରିବା ପାଇଁ ଜିଲ୍ଲାପାଳ ଶିକ୍ଷା, ସ୍ୱାସ୍ଥ୍ୟ,ଓ କୃଷି ବିଭାଗର କିଛି ଉଦାହରଣ ସୃଷ୍ଟି କରିଥିବା ବ୍ୟକ୍ତିତ୍ୱ ଙ୍କୁ(ଶ୍ରୀ ମଦନ ମୋହନ ସମ୍ମାନ ରେ ସମ୍ମାନିତ କରିଥିଲେ ଶ୍ରୀ ମଦନ ମୋହନ ବିଦ୍ୟାଳୟରେ କାର୍ଯ୍ୟକାଳ ମଧ୍ୟରେ କିପରି ନିଷ୍ଠାପଣ ଶିକ୍ଷା ପ୍ରଦାନ କରି ପ୍ରଫୁଲ୍ଲ ସିଂ,ଚିତ୍ତରଞ୍ଜନ ଦାସ,ନରୋତ୍ତମ ତ୍ରିପାଠୀ ଏବଂ ମନୋରମା ଗିରି ଙ୍କୁ ସମ୍ମାନିତ କରାଯାଇଥିଲା।କୃଷି କ୍ଷେତ୍ରରେ ନରହରି ଦାସ ଓ ନିରଞ୍ଜନ ତ୍ରିପାଠୀଙ୍କୁ ଉଦ୍ ଯୋଗୀ ଅଗ୍ରଣୀ ଚାଷୀ ଭାବେ ସମ୍ମାନୀତ କରାଯାଇଥିଲା।ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସାରା ଜୀବନ ନିୟୋଜନ କରି ଏକ ଉଦାହରଣ ସୃଷ୍ଟି କରିପାରିଥିବାରୁ ପ୍ରେମ ଲତା ଲେଙ୍କା ଙ୍କୁ ମଦନମୋହନ ସମ୍ମାନରେ ଜିଲ୍ଳାପାଳ ପ୍ରଦାନ କରିଥିଲେ।ଏହି ଶିବିରରେ ଗ୍ରାମବାସୀଙ୍କ ମଧ୍ୟରୁ ବୀରକିଶୋର ମହାନ୍ତି ,ମନୋରଞ୍ଜନ ଦାସ,କ୍ଷୀରେନ ଦାସ,ଚନ୍ଦ୍ରମଣି ମହାନ୍ତି,ମହେନ୍ଦ୍ର ମହାନ୍ତି ଉପସ୍ଥିତ ରହି ସ୍ୱାସ୍ଥ୍ୟ ସେବା ଶିବିର କୁ ଶୃଙ୍ଖଳିତ ଭାବେ ସମ୍ପାଦନା କରିଥିଲେ ରିପୋର୍ଟ: ସ୍ମୃତିଲିପି ସାହୁ Share on FacebookTweetFollow usSave Post Views: 471
Odisha NATIONAL ଆଦି ମହୋତ୍ସବରେ ଯୋଗଦେଇ କହିଲେ ମୋଦିଙ୍କ କଲ୍ୟାଣକାରୀ ଯୋଜନାରେ ଜନଜାତି ଅଧିକ ଲାଭାନ୍ୱିତ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର NTP Bureau Report 26/11/2019 0 ନୂଆଦିଲ୍ଲୀ(ଏନଟିପି): ମୋଦିଙ୍କ କଲ୍ୟାଣକାରୀ ଯୋଜନାରେ ଜନଜାତି ଅଧିକ ଲାଭାନ୍ୱିତ ବୋଲି ମଙ୍ଗଳବାର ନୂଆଦିଲ୍ଲୀ ଠାରେ ଟ୍ରାଇଫେଡ ପକ୍ଷରୁ ଆୟୋଜିତ ‘ଆଦି ମହୋତ୍ସବ’ରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ଏହି ଅବସରରେ ଶ୍ରୀ ପ୍ରଧାନ […]
Odisha ଅନାଥ,ଗରିବଙ୍କ ପାଇଁ ଦେବଦୂତ ସାଜିଛନ୍ତି ଅଚ୍ୟୁତ। NTP Bureau Report 17/04/2019 0 ଭୁବନେଶ୍ୱର(ଏନଟିପି): ସାଧାରଣ ନିର୍ବାଚନ ର ଦ୍ଵିତୀୟ ପର୍ଯ୍ୟାୟ ପାଇଁ ଆଉ ଗୋଟିଏ ଦିନ ବାକି।ଗୋଟିଏ ଦିନ ପରେ ଇ ଭି ଏମ ଭିତରେ ସିଲ ହୋଇଯିବ ଭାଗ୍ୟ।କିଏ ପିନ୍ଧିବା ବିଜୟର ମୁକୁଟ ତାହା ମେ […]
Odisha Business Asha The Hope In JSPL NTP Bureau Report 07/12/2019 0 Angul(News Time Pro) : With an objective to address the need of the Divyang, the specially abled children, JSPL Foundation has launched one of its […]