କଟକ ପାଲଟିଛି କ୍ରାଇମ କ୍ୟାପିଟାଲ, ୨ ଦିନରେ ୩ ଟି ହତ୍ୟାକାଣ୍ଡ Posted on 24/07/201924/07/2019 by NTP Bureau Report କଟକ(ଏନଟିପି): କ୍ରାଇମ କ୍ୟାପିଟାଲ ପାଲଟିଛି କଟକ।୨୪ଘଣ୍ଟା ମଧ୍ୟରେ କଟକରେ ତିନିିଟି ହତ୍ୟାକାଣ୍ଡ। ଗତକାଲି ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଆଜି ଆଉ ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ରାଣୀହାଟ ମେଡିକାଲ ରାସ୍ତାରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ମିଳିଛି । ମୃତକଙ୍କ ପରିଚୟ ମିଳିପାରିନାହିଁ । ଆଜି ସକାଳେ ସ୍ଥାନୀୟ ଲୋକେ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ । ମୃତକଙ୍କ ମୁଣ୍ଡ ଓ ବେକରେ ଗଭୀର ଆଘାତ ଲାଗିଛି। କୌଣସି ଧାରୁଆ ଅସ୍ତ୍ରରେ ତାଙ୍କୁ ହାଣି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଯୁବକ ଜଣକ ଶ୍ରମିକ ଭାବେ କାମ କରୁଥିବା ସ୍ଥାନୀୟ ଲୋକମାନେ କହିଛନ୍ତି। ରାତିରେ ପାର୍କ ନିକଟ ଫୁଟପାଥ୍ରେ ଶୋଇଥାନ୍ତି। ପୋଲିସ ମୃତଦେହ ଜବତ କରି ତଦନ୍ତ କରୁଛି। ସେହିପରି କଟକ ବଡ ମେଡିକାଲ ସାମ୍ନାରୁ ମଧ୍ୟ ଜଣେ ଅଜଣା ବ୍ୟକ୍ତିଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଗତକାଲି ରାଣୀହାଟ ନିକଟବର୍ତ୍ତୀ ତାଳଦଣ୍ଡା କେନାଲରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ପଥରରେ ଛେଚି କେହି ହତ୍ୟା କରିଥିଲେ। Share on FacebookTweetFollow usSave Post Views: 251
Odisha କନ୍ଧମାଳର ଦୁର୍ଗମ ଅଞ୍ଚଳରେ ନାହିଁ ମାସ୍କ: ପତ୍ରରେ ତିଆରି କରି ପିନ୍ଧିଲେ ଲୋକେ NTP Bureau Report 30/03/2020 0 କନ୍ଧମାଳ(ଏନ ଟି ପି): କରୋନା ଭୂତାଣୁ କିଭଳି ସଂକ୍ରମଣ ନ ହେବ ସେନେଇ ଜିଲା ପ୍ରଶାସନ ସମସ୍ତ ଉଦ୍ୟମ କରିବା ସହ ରାଜ୍ୟ ଏବଂ କେନ୍ଦ୍ର ସରକାର ଲକ୍ଡାଉନ୍ ଘୋଷଣା କରିଛନ୍ତିି। ସହର ଅପେକ୍ଷା […]
Odisha Bank Will Be Closed For 15 Days On April NTP Bureau Report 30/03/2021 0 Bank will be closed for 15 days on April: Check the holiday list👇 * New Delhi, March 30: Bank holidays begin in April. The bank […]
Odisha ଜଙ୍ଗଲ ଜଗୁଆଳିକୁ ଦଳିଦେଲା ହାତୀ NTP Bureau Report 25/04/2020 0 ଛେଣ୍ଡିପଦା(ଏନଟିପି): ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ଅଧିନ କଣଲୋଇ ଜଙ୍ଗଲ ଇଲାକା ମଧ୍ୟରେ ଥିବା ଆଉଁଳି ଜଳସେଚନ ପ୍ରକଳ୍ପ ନିକଟରେ ଶନିବାର ସକାଳ ଏକ ବଣୁଆ ହାତୀ ଆକ୍ରମଣରେ ଜଣେ ଜଙ୍ଗଲ ଜଗୁଆଳି ଙ୍କ […]