ତାଳଚେର ଥର୍ମାଲ ରେ ଭଳିବଲ ଟୁର୍ଣ୍ଣାମେଣ୍ଟ

ଅନୁଗୋଳ(ଏନଟିପି):

NTPC-ତାଳଚେର ଥର୍ମାଲ ଏହାର କର୍ପୋରେଟ ଦାୟିତ୍ୱବୋଧ କାର୍ଯ୍ୟକ୍ରମର ଏକ ଅଂଶ ସ୍ୱରୂପ ତାଳଚେର ଥର୍ମାଲ ଠାରେ ଆଜି ଦ୍ବି ଦିବସୀୟ ଅନ୍ତ ଗ୍ରାମୀଣ ଭଲିବଲ ଟୁର୍ନାମେଣ୍ଟ ର ଶୁଭ ଉଦଘାଟନ କରିଛି. ତାଳଚେର ଥର୍ମାଲ ର GM(o&m)ଶ୍ରୀ ଅରିନ୍ଦମ Sinha ଏହାକୁ ଉଦଘାଟନ କରିଥିଲେ. ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଚେୟାରମ୍ୟାନ ଶ୍ରୀ ବୃନ୍ଦାବନ ବେହେରା, ଗୁରୁଜାଙ୍ଗୁଲି ଗ୍ରାମ ପଂଚାୟତ ର ସରପଞ୍ଚ ଶ୍ରୀ ସନ୍ତୋଷ ମହାନ୍ତି, ଜଗନ୍ନାଥ ପୁର ଗ୍ରାମ ପଂଚାୟତ ର ସରପଞ୍ଚ ଶ୍ରୀ ନରେନ୍ଦ୍ର ନାହାକ,ବନ୍ତୁଲ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀ ଅବନିକାନ୍ତ ଦେହୁରୀ, AGM(HR)ଶ୍ରୀ ଏଲଇସ ଟୋପନୋ, AGM(CHP)ଶ୍ରୀ ବି. କେ. ପ୍ରଧାନ ଓ DGM(CSR)ଶ୍ରୀ ସମିତ କୁମାର ଦେବ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ।ବନ୍ତୁୁୁଲ, ଜଗନ୍ନାଥ ପୁର, ସନ୍ଥପଡା, ବଙ୍ଗୁ, ଲିଂଗରକଟା ଓ ବଳରାମ ପ୍ରସାଦ ଇତ୍ୟାଦି 6ଟି ଗ୍ରାମର ଟିମ ଏଥିରେ ଭାଗ ନେଇ ଛନ୍ତି।NTPC-ତାଳଚେର ଥର୍ମାଲ ତାର CSR କାର୍ଯ୍ୟକ୍ରମ ରେ ପାର୍ଶ୍ଵବର୍ତ୍ତୀ ଗ୍ରାମର ଯୁବ ପିଢ଼ି ଙ୍କ ପାଇଁ ଓ ଖେଳ କୁଦ ରେ ସେମାନଙ୍କୁ ଭାଗିଦାର କରିବା ପାଇଁ ସର୍ବଦା ତତ୍ପର. ବିଗତ ଡିସେମ୍ବର ମାସରେ ଅନ୍ତ ରାଜ୍ୟ ଜୁନିଅର କବାଡି ଖେଳ କୁ ସୁଚାରୁ ରୂପେ ପରିଚାଳନା କରିଥିଲା. ଶିକ୍ଷା ଓ ସ୍ୱାସ୍ଥ୍ୟ କୁ ପ୍ରାଧାନ୍ୟ ଦେଇ NTPC/TTPS ସର୍ବଦା ଗ୍ରାମାଞ୍ଚଳ ଯୁବକ ମାନଙ୍କୁ ସୁସ୍ଥ ରହି ବାର ଓ ବିକାଶ କରିବାର ରାସ୍ତା ଦେଖା ଉଛି. ଖେଳ କୁଦ ଯୁବ ପିଢ଼ି ମଧ୍ୟରେ ଏକାଗ୍ରତା, ଓ ସ୍ୱାଭିମାନ ବଢାଇବା ରେ ସାହାଯ୍ୟ କରିବ।ସୁସ୍ଥ ରହିବା ପାଇଁ ଖେଳ ଏକ ମାଧ୍ୟମ।
Follow by Email
WhatsApp