ସିନ୍ଦୁର ମାଗିବାରୁ ହତ୍ୟା କଲେ ଅନୁପ ସାଏ,ଖୋଲିଲା ଡବଲ ମର୍ଡର ମିଷ୍ଟ୍ରି Posted on 14/02/202014/02/2020 by NTP Bureau Report ଛତିଶଗଡ଼(ଏନଟିପି): ଛତିଶଗଡ଼ ପୋଲିସ ଦ୍ୱାରା ବିଜେଡି ନେତା ଅନୁପ କୁମାର ସାଏ ଗିରଫ। ଛତିଶଗଡ଼ ପୋଲିସ ଅନୁପଙ୍କୁ ଏକ ହତ୍ୟାକାଣ୍ଡ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଗିରଫ କରିଛି । ଖୋଲିଲା ଅନୁପ ସାଏ ମିଷ୍ଟ୍ରି । ହତ୍ୟା ଅଭିଯୋଗରେ ଛତିଶଗଡ଼ ପୋଲିସ ଦ୍ୱାରା ଅନୁପ କୁମାର ସାଏ ଗିରଫ ମାମଲା ଉପରୁ ହଟିଛି ପରଦା । ଛତିଶଗଡ଼ରେ ମା, ଝିଅଙ୍କୁ ହତ୍ୟାକାଣ୍ଡ ମାମଲାରେ ସମ୍ପୃକ୍ତ ଥିବା ମାନିଲେ ଅନୁପ । ୬ଜିଲ୍ଲାର ୭୦୦ ଲୋକଙ୍କୁ ଜେରା କରିବା ପରେ ଅନୁପ ସାଏଙ୍କୁ ଗିରଫ କରାଯାଇଛି । ଏନେଇ ରାୟଗଡ଼ ଏସପି ସନ୍ତୋଷ ସିଂ ସୂଚନା ଦେଇଛନ୍ତି । ୨୦୧୬ ମସିହାରେ ମା ଓ ଝିଅଙ୍କୁ ବିଭତ୍ସ ଭାବେ ହତ୍ୟା କରିବା ଅଭିଯୋଗରେ ପୋଲିସ ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପଙ୍କୁ ଗତକାଲି ଗିରଫ କରିଛି । ୨୦୧୬ ମସିହାରେ ଏକ ଜଙ୍ଗଲରୁ ଯେଉଁ ମା, ଝିଅଙ୍କ ମୃତଦେହ ଉଦ୍ଧାର ହୋଇଥିଲା ତାହା ଏକ ସୁପରିକଳ୍ପତ ହତ୍ୟାକାଣ୍ଡ ଥିଲା । ଏହି ଘଟଣାର ଖୁଲାସା କରି ରାୟଗଡ଼ ଏସପି କହିଛନ୍ତି, ମୃତକ କଳ୍ପନା ଦାସ ୨୦୦୫ ମସିହାରେ ତାଙ୍କ ସ୍ୱାମୀଙ୍କୁ ଛାତ୍ରପତ୍ର ଦେଇଥିଲେ । ଏହାପରେ ସେ ତାଙ୍କ ନାବାଳିକା ଝିଅକୁ ନେଇ ଅନୁପଙ୍କ ପାଖକୁ ଯାଇଥିଲେ । ତାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା ଛତିଶଗଡ଼ରେ ଏକ ହତ୍ୟା ମାମଲାରେ ବିଜେଡି ନେତା ଅନୁପ କୁମାର ସାଏଙ୍କର ସମ୍ପୃକ୍ତି ରହିଥିବା ଅଭିଯୋଗ ରହିଛି । ୨୦୧୬ ମସିହାରେ ମାଓ ଝିଅଙ୍କୁ ବିଭତ୍ସ ଭାବେ ହତ୍ୟା କରିବା ଅଭିଯୋଗରେ ପୋଲିସ ଅନୁପଙ୍କୁ ଆଜି ଗିରଫ କରିଛି । ଗତକାଲି ରାତିରେ ଛତିଶଗଡ଼ ପୋଲିସ ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପଙ୍କୁ ଏକ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୋଗରେ ଝାରସୁଗୁଡ଼ା ଘରୁ ଉଠାଇ ନେଇଥିଲା । ଛତିଶଗଡ଼ ପୋଲିସ ଅନୁପଙ୍କୁ ରାୟଗଡ ଜିଲ୍ଲାର ଚକ୍ରଧରନଗର ଥାନାରେ ରଖି ପଚରାଉଚରା କରିବା ପରେ ଗିରଫ କରିଛି । ଅନୁପ କୁମାର ସାଏ ବ୍ରଜରାଜନଗର ନିର୍ବାଚନମଣ୍ଡଳୀରୁ ତିନି ଥର କଂଗ୍ରେସ ଟିକେଟରୁ ବିଧାୟକ ରହିଥିଲେ। ପରେ କଂଗ୍ରେସ ଦଳ ଛାଡି ୨୦୧୪ ରେ ବିଜେଡି ଯୋଗଦେଇ ଥିଲେ । ବର୍ତ୍ତମାନ ରାଜ୍ୟ ପଣ୍ୟଗାର ନିଗମର ଅଧ୍ୟକ୍ଷ ଭାବେ କାର୍ଯ୍ୟଭାର ସମ୍ଭାଳୁଛନ୍ତି ଅନୁପ କୁମାର ସାଏ। ଉଲ୍ଲେଖଯୋଗ୍ୟ ଯେ, ୨୦୧୬ ମସିହା ଏପ୍ରିଲ ମାସରେ ଝାରସୁଗୁଡ଼ା ଛତିଶଗଡ଼ ସୀମାନ୍ତରେ କଳ୍ପନା ଦାସ (୩୨) ଓ ପ୍ରଭାତୀ ଦାସ (୧୪) ଦୁଇ ମହିଳାଙ୍କ ବିଭତ୍ସ ହତ୍ୟା କରାଯାଇ ଫିଙ୍ଗା ଯାଇଥିଲା। ପରେ ଛତିଶଗଡ଼ ପୋଲିସ ମୃତଦେହ ଉଦ୍ଧାର କରିବା ପରେ ବିଭିନ୍ନ ସ୍ଥାନ ଓ ଥାନାରେ ଅନୁସନ୍ଧାନ ଚଳାଇଥିଲା । ହତ୍ୟା ସମ୍ପର୍କରେ ଗୁପ୍ତ ତଥ୍ୟ ଜାଣିବା ପରେ ପୋଲିସ ତଦନ୍ତ କରିଥିଲା Share on FacebookTweetFollow usSave Post Views: 484
Entertainment ସପ୍ତମ ଜିଲ୍ଲାମହୋତ୍ସବକୁ ନେଇ ପ୍ରସ୍ତୁତି ବୈଠକ NTP Bureau Report 11/01/2019 0 ଏନ ଟି ପି :(ଅନୁଗୋଳ)ଅନୁଗୋଳ ଜିଲ୍ଲା ସଂସ୍କୃତି ପରିଷଦ ଆନୁକୂଲ୍ୟରେ ସପ୍ତମ ଅନୁଗୋଳ ଜିଲ୍ଲା ମହୋତ୍ସବ ଆଗାମୀ ଜାନୁୟାରୀ ୧୪ ତାରିଖରୁ ଆରମ୍ଭ ହୋଇ୧୬ ତାରିଖ ପର୍ଯ୍ୟନ୍ତ ଅନୁଗୋଳ ଷ୍ଟାଡିୟମ ପରିସରରେ ଆୟୋଜିତ ହେବ।ଯାହାକୁ […]
Entertainment ରୂପେଲି ପରଦାରେ ଏକାଠି ଦେଖିବାକୁ ପାଇବେ ହ୍ରିତ୍ୱିକ-ଟାଇଗରଙ୍କ ଯୋଡି… NTP Bureau Report 19/07/2019 0 ନୂଆଦିଲ୍ଲୀ, (ଏନଟିପି ବ୍ୟୁରୋ) : ଦର୍ଶକ ଏଥର ପ୍ରଥମ ଥର ପାଇଁ ରୂପେଲି ପରଦାରେ ଅଭିନେତା ହ୍ରିତ୍ୱିକ ରୋଶନ ଏବଂ ଟାଇଗର ଶ୍ରଫଙ୍କ ଯୋଡି ଦେଖିବାକୁ ପାଇବେ । ଫିଲ୍ମ ୱାରରେ ଦୁହିଁଙ୍କ ଯୋଡି […]
Entertainment ଶାରୀରିକ ସମ୍ପର୍କ ନ ରଖିଲେ ଶରୀରର କେଉଁ ତିନୋଟି ମହତ୍ତ୍ବପୂର୍ଣ୍ଣ ଅଙ୍ଗ ହୋଇଯାଇଥାଏ ଦୁର୍ବଳ NTP Bureau Report 03/01/2020 0 ବ୍ୟୁରୋ ରିପୋର୍ଟ (ଏନ ଟି ପି ): ପରିବର୍ତ୍ତିତ ଲାଇଫ୍ଷ୍ଟାଇଲ୍ ଯୋଗୁ ଆଜିକାଲିର ଯୁବପିଢ଼ିଙ୍କ ଶାରୀରିକ ସମ୍ପର୍କ ବାଧାପ୍ରାପ୍ତ ହେଉଛି। କାର୍ଯ୍ୟବ୍ୟସ୍ତତା ଓ ଚିନ୍ତା ଯୋଗୁ ଦାମ୍ପତ୍ୟ ଜୀବନରେ ବାଧା ଆସୁଥିବା ବେଳେ ଏହା […]