ନବୀନ ଜିନ୍ଦଲ ଙ୍କ ସହ ସୌଜନ୍ୟ ମୂଳକ ସାକ୍ଷାତ କଲେ ଢେଙ୍କାନାଳ ସାଂସଦ

ନୂଆଦିଲ୍ଲୀ(ଏନ ଟି ପି):

ଅନୁଗୋଳ ଜିଲ୍ଲା ନିଶା ଠାରେ ଥିବା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ଼ ର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ ଙ୍କ ସହ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି ଢେଙ୍କାନାଳ ସାଂସଦ ମହେଶ ସାହୁ।ସାଂସଦ ଶ୍ରୀ ସାହୁ ଶ୍ରୀ ଜିନ୍ଦଲ ଙ୍କୁ ଭେଟି ଜେ ଏସ ପି ଏଲ କ୍ଷମତା ବୃଦ୍ଧି ସହ ୬୦୦୦ ମେଟ୍ରିକ ଟନ ପ୍ଲାଣ୍ଟର ସମ୍ପ୍ରସାରଣ ନିଷ୍ପତିକୁ ସ୍ୱାଗତ କରିବା ସହ ସ୍ୱାଗତ ଜଣାଇଛନ୍ତି। ସମ୍ପ୍ରସାରଣ ହେଲେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ମିଳିବ।ସ୍ଥାନୀୟ ଲୋକଙ୍କୁ ଯୋଗ୍ୟତା ଭିତ୍ତିରେ ବେକାର ଯୁବକ ଯୁବତୀ ଙ୍କୁ ନିଯୁକ୍ତି ସୃଷ୍ଟି କରିବା,ପାରିପାର୍ଶ୍ବିକ ଅଂଚଳର ଉନ୍ନତି ଦିଗରେ ଧ୍ୟାନ ଦେବାକୁ ଶ୍ରୀ ଜିନ୍ଦଲ ଙ୍କୁ କହିଥିଲେ ସାଂସଦ।ପ୍ଲାଣ୍ଟର ସମ୍ପ୍ରସାରଣ ହେଲେ ଅନୁଗୋଳ ର ଆର୍ଥିକ ଅଭିବୃଦ୍ଧି ଘଟିବ।

https://youtu.be/pmLl-pL19E4
Follow by Email
WhatsApp