ଟ୍ୟାଙ୍କର ଧକ୍କାରେ ପୁଅ ମୃତ ବର୍ତିଲେ ମାଆ Posted on 11/02/202011/02/2020 by NTP Bureau Report ଢେଙ୍କାନାଳ(ଏନଟିପି): ବାଇକ ଉପରେ ଚଢ଼ିଗଲା ଟ୍ୟାଙ୍କର ପୁଅ ମୃତ ,ମାଆ ଗୁରୁତର।ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ବିଆରଜି ଛକ ନିକଟରେ ସଡକ ଦୁର୍ଘଟଣାରେ ଜଣେ ମୋଟରସାଇକେଲ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଅଳ୍ପକେ ତାଙ୍କ ମା ବର୍ତ୍ତୀ ଯାଇଛନ୍ତି । ମୃତକ ଜଣଙ୍କ ଅନୁଗୋଳ ଜିଲ୍ଲା ଶିକ୍ଷକପଡାର ଆଶିଷ ନନ୍ଦ ।ଆଶିଷ ଅନୁଗୋଳରୁ ଢେଙ୍କାନାଳର ଧଳପୁରରୁ ଏକ ବାହାଘର ପାଇଁମୋଟରସାଇକେଲରେ ଯାଉଥିଲେ । ଜାତୀୟ ରାଜପଥ ୫୫ ର ବିଆରଜି ଛକ ନିକଟରେ ତାଙ୍କୁ ଏକ ଟ୍ୟାଙ୍କର ଧକ୍କା ଦେଇଥିଲା । ଟ୍ରକ୍ ଟି ତାଙ୍କ ମୁଣ୍ଡରେ ଚଢିଯିବାରୁ ତାଙ୍କର ଘଟଣାସ୍ଥଳରେ ଆଶିଷଙ୍କର ମୃତ୍ୟୁ ହୋଇଥିଲା ।ଦୁର୍ଘଟଣା ପରେ ଟ୍ୟାଙ୍କର ଚାଳକ ସେଠାରୁ ଫେରାର ହୋଇ ଯାଇଥିବା ଜଣା ପଡିଛି । ଦୁର୍ଘଟଣାକୁ ନେଇଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖା ଯାଇଥିଲା । ମୋଟଙ୍ଗା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାପରେ ପରିସ୍ଥିତି ନିୟନ୍ତ୍ରଣ ହୋଇଥିଲା ।ମୃତକଙ୍କ ପରିବାରକୁ କେବଳ ରେଡ଼କ୍ରସ ତରଫରୁ ୧୦୦୦୦ ଟଙ୍କାର ସହାୟତା ଦିଆଯାଇଥିଲା। Share on FacebookTweetFollow usSave Post Views: 333
Odisha କୋରୋନାରେ ମୃତ୍ୟୁ ବୋଲି ମିଛ ପ୍ରଚାର କରି ବନ୍ଧା ହେଲେ ଯୁବକ NTP Bureau Report 18/03/2020 0 ତାଳଚେର(ଏନ ଟି ପି): କରୋନାଜୁ ନେଇ ଏବେ ସବୁଠି ଚର୍ଚା।ଏହି ମହାମାରୀ ପାଇଁ ସମସ୍ତେ ଆଲର୍ଟ।କିନ୍ତୁ କରୋନାକୁ ନେଇ କିଛି ଗୁଜବ କରିଚାଲିଛନ୍ତି।ମହଙ୍ଗା ପଡ଼ିଲା ସୋସିଆଲ ମିଡିଆରେ କରୋନା ଗୁଜବ । ମିଛ ଖବର […]
Odisha ଓଡ଼ିଶାରେ ଲାଗୁ ହେଲା ନୂଆ ଯୋଜନା ,କେମିତି ପାଇବେ ଲାଭ… NTP Bureau Report 15/01/2019 0 ଏନଟିପି(ସ୍ମୃତିଲିପି ସାହୁଙ୍କ ରିପୋର୍ଟ): ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ସ୍ୱାସ୍ଥ୍ୟଭିତିକ କାର୍ଯ୍ୟକ୍ରମ ସୁନେତ୍ର । ରାଜ୍ୟର ସମସ୍ତ ଲୋକେ ଏହି ଯୋଜନାରେ ସାମିଲ ହୋଇପାରିବେ । ସୁନେତ୍ର ଯୋଜନା ମାଧ୍ୟମରେ ସରକାର ରାଜ୍ୟର ସମସ୍ତ […]
Odisha ୪୮ଘଣ୍ଟା ଭିତରେ ଚାଷୀଙ୍କୁ ବକେୟା ଟଙ୍କା ନମିଳିଲେ, ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ବିଜେପି :କୃଷକମୋର୍ଚ୍ଚା Smrutilipi 07/02/2023 0 ଭୁବନେଶ୍ୱର(ଏନଟିପି): ୨୪ଘଂଟା ଭିତରେ ଚାଷୀଙ୍କ ଆକାଂଉଟ୍କୁ ଧାନ ବିକ୍ରି ଟଙ୍କା ନ ଆସିବା ପ୍ରସଙ୍ଗରେ ରାଜ୍ୟରେ ଚାଷୀ ଧାନ ବିକ୍ରି ପ୍ରାପ୍ୟ ପାଉନାହାନ୍ତି, ଯୋଗାଣ ବିଭାଗ ଏମ୍ଡି ଦୀର୍ଘକାଳୀନ ଛୁଟିରେ ରହିବା ଦୁର୍ଭାଗ୍ୟଜନକ […]