ପାଉଁଶ ଟ୍ରକ ଧକ୍କାରେ ଦୁଇ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେଲେ ପରିବହନ କାରୀ ସଂସ୍ଥା

ଅନୁଗୋଳ(ଏନଟିପି):

ପାଉଁଶ ଟ୍ରକ ଧକ୍କାରେ କଣିହାଁ ବ୍ଳକ କମରେଇ ଗ୍ରାମ ପଞ୍ଚାୟତ ଦୁଇ ଯୁବକ ପ୍ରାଣ ହରାଇଥିଲେ । ପରବର୍ତ୍ତୀ କାଳରେ ସ୍ଥାନୀୟ ବାସିନ୍ଦାଙ୍କ ଦ୍ୱାରା ଆନ୍ଦୋଳନ ଦେଖାଦେଇଥିଲା । ସ୍ଥାନୀୟ ସ୍ୱେଚ୍ଛାସେବୀ, ସଂଗଠନ ସଦସ୍ୟ ତଥା ମଦର ଟେରେସା ଫାଉଣ୍ଡେସନ, ଏସି,ଏସଟି, ଓବିସି ଜାତୀୟ ଚେୟାରମ୍ୟାନ ଶାନ୍ତିଲତା ବେହେରା, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଉପସ୍ଥିତ ରହି ଜନ ସାଧାରଣଙ୍କ ସହ ଆଲୋଚନା କରିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ମାନ୍ୟବର ବିଧାୟକ ତାଳଚେର ଶ୍ରୀ ବ୍ରଜକିଶୋର ପ୍ରଧାନଙ୍କ ପ୍ରଶାସନ ସହିତ ଆଲୋଚନା ପରେ ପରିବହନ କାରୀ ସଂସ୍ଥା ପକ୍ଷରୁ ପ୍ରତି ମୁତକଙ୍କ ପରିବାର ବର୍ଗଙ୍କୁ କ୍ଷତିପୂରଣ ନିମିତ୍ତ ବିଚାର ବିମର୍ଶ ହୋଇଥିଲା ।

ଏନଟିପିସି କିମ୍ବା ଏନଏଚଏଆଇ କତ୍ତୃପକ୍ଷ କୌଣସି କ୍ଷତିପୂରଣ ନ ଦେବାରୁ ମାନ୍ୟବର ଢେଙ୍କାନାଳ ସାଂସଦ ମହେଶ ସାହୁ ଓ ମାନ୍ୟବର ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ କଥା ରକ୍ଷା କରି ଯୁବ ସମାଜସେବୀ ଇଂଜିନିୟର ଅବନିକାନ୍ତ ସାହୁ ମୃତକଙ୍କ ପରିବାର ଦ୍ୱୟକୁ ପାଞ୍ଚ,ପାଞ୍ଚ ଲକ୍ଷ (୧୦ଲକ୍ଷ) କ୍ଷତିପୂରଣ ପ୍ରଦାନ କରିଛନ୍ତି ।

Follow by Email
WhatsApp