ଓଡ଼ିଶାରେ ଲାଗୁ ହେଲା ନୂଆ ଯୋଜନା ,କେମିତି ପାଇବେ ଲାଭ…

ଏନଟିପି(ସ୍ମୃତିଲିପି ସାହୁଙ୍କ ରିପୋର୍ଟ):

ରାଜ୍ୟରେ  ଆଜିଠାରୁ ଆରମ୍ଭ ହୋଇଛି  ସ୍ୱାସ୍ଥ୍ୟଭିତିକ କାର୍ଯ୍ୟକ୍ରମ ସୁନେତ୍ର ।   ରାଜ୍ୟର ସମସ୍ତ ଲୋକେ ଏହି ଯୋଜନାରେ  ସାମିଲ ହୋଇପାରିବେ । ସୁନେତ୍ର ଯୋଜନା ମାଧ୍ୟମରେ ସରକାର ରାଜ୍ୟର ସମସ୍ତ ସ୍କୁଲ ଛାତ୍ରଛାତ୍ରୀ  ମାନଙ୍କ ପ୍ରତିବର୍ଷ ଚକ୍ଷୁ ପରୀକ୍ଷା ମାଗଣାରେ କରିବେ  । ଏଥିସହିତ ଦୃଷ୍ଟିଗତ ସମସ୍ୟା ଥିବା ପିଲାମାନଙ୍କୁ ମାଗଣାରେ ଚଷମା ଯୋଗାଇଦିଆଯିବାର ବ୍ୟବସ୍ଥା ହୋଇଛି  । ଏହାଛଡା ଯେକୌଣସି ପ୍ରକାରର ଜଟିଳ ଚକ୍ଷୁରୋଗର ଆବଶ୍ୟକ ଚିକିତ୍ସା  ଡାକ୍ତରଖାନାରେ ହେବ ।  ବୟସ୍କ ଲୋକମାନଙ୍କ ପାଇଁ ପ୍ରତିବର୍ଷ ମାଗଣାରେ ଆଖି ପରୀକ୍ଷା ଓ ଆବଶ୍ୟକ ଚାଳିଶିଆ ଚଷମା ପାଇଁ  ମଧ୍ୟ ବ୍ୟବସ୍ଥା କରାଯାଇଛି ।  ବୟସ୍କ ଲୋକଙ୍କ ମୋତିଆବିନ୍ଦୁ  ଅସ୍ତ୍ରୋପଚାର ବି ମାଗଣାରେ ହେବ ।  ଏହି ସବୁ ସୁବିଧା ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଉପଖଣ୍ଡସ୍ତରୀୟ ଡାକ୍ତରଖାନା, ଜିଲ୍ଲା ଡାକ୍ତରଖାନା ଓ ମେଡିକାଲ କଲେଜଗୁଡିକରେ ମିଳିବ ।  ଏହି ସୁବିଧା ପାଇବାକୁ କୌଣସି କାଗଜପତ୍ର ଦରକାର ହୁଏ ନାହିଁ ସୁନେତ୍ର ଯୋଜନା କଣ?
ସୁନେତ୍ର (ଓଡିଶା ସାର୍ବଜନୀନ ଚକ୍ଷୁ କାର୍ଯ୍ୟକ୍ରମ ), ଓଡିଶା ସରକାରୀଙ୍କର ଏକ ସ୍ୱାସ୍ଥ୍ୟ ଭିତ୍ତିକ ଯୋଜନା । ୨୦୧୩ ସୁଦ୍ଧା ଓଡିଶାର ସମସ୍ତ ଜନସାଧାରଣଙ୍କୁ ଉତ୍ତମ ଏବଂ ଉନ୍ନତମାନର ଚକ୍ଷୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଏହି ଯୋଜନାର ଲକ୍ଷ୍ୟ ।


ସୁନିତ୍ର ଯୋଜନା କାହା ପାଇଁ?


ଓଡିଶାର ସମସ୍ତ ଜନସାଧାରଣ ଏହି ଯୋଜନାରେ ଅନ୍ତର୍ଭୁକ୍ତ । ସମସ୍ତ ବୟସର ଜନସାଧାରଣ ଏହି ଯୋଜନାରେ ଉପକୃତ ହୋଇପାରିବେ

ସୁନେତ୍ର ଯୋଜନାରେ କି କି ସୁବିଧା ମିଳିବ ?•


ସୁନେତ୍ର ଯୋଜନା ମାଧ୍ୟମରେ ସରକାର ଓଡିଶାର ସମସ୍ତ ସ୍କୁଲର ଛାତ୍ରଛାତ୍ରୀମାନଙ୍କର ପ୍ରତିବର୍ଷ ଚକ୍ଷୁ ପରୀକ୍ଷା ପ୍ରତ୍ୟେକ ବିଦ୍ୟାଳୟରେ କାରଇବା ଓ ଆବଶ୍ୟକ ଚିକିତ୍ସା ମାଗଣାରେ କରାଇବାର ବ୍ୟବସ୍ଥା ରହିଛି । ଏହି ସହିତ ଦୃଷ୍ଟିଗତ ସମସ୍ୟା ଥିବା ପିଲାମାନଙ୍କୁ ମାଗଣାରେ ଚଷମା ଯୋଗାଣର ମଧ୍ୟ ବ୍ୟବସ୍ଥା କରାଯାଇଛି । ଏହାଛଡା କୌଣସି ପ୍ରକାରର ଜଟିଳ ଚକ୍ଷୁରୋଗର ଉପଯୁକ୍ତ ଚିକିତ୍ସା କରାଯିବାର ବ୍ୟବସ୍ଥା କରାଯାଇଛି ।• ସେହପିରି ଜନସାଧାରଣମାନଙ୍କର ଚକ୍ଷୁ ପରୀକ୍ଷା ଓ ଆବଶ୍ୟକ ଚିକିତ୍ସା ମାଗଣାରେ କରାଇବାର ବ୍ୟବସ୍ଥା କରିଛନ୍ତି । ବୟସ୍କ ଲୋକମାନଙ୍କ ପାଇଁ ପ୍ରତିବର୍ଷ ମାଗଣାରେ ଚକ୍ଷୁ ପରୀକ୍ଷା ଏବଂ ଆବଶ୍ୟକ ଚାଳିଶିଆ ଚଷମା ଯୋଗାଣ ପାଇଁ ବ୍ୟବସ୍ଥା କରାଯାଇଛି ।• ଏହି ଯୋଜନାରେ ଓଡିଶାର ସମସ୍ତ ଜନସାଧାରଣମାନଙ୍କର ବର୍ଷକୁ ଅତି କମରେ ଗୋଟିଏ ଥର ଚକ୍ଷୁ ପରୀକ୍ଷା କରାଇବାର ବ୍ୟବସ୍ଥା କରିଛନ୍ତି । ଏହା ସହିତ ସମସ୍ତ ଚକ୍ଷୁରୋଗର ଆବଶ୍ୟକ ଚିକିତ୍ସା ମାଗଣାରେ କରାଇବାର ବ୍ୟବସ୍ଥା କରିଛନ୍ତି ।


କେଉଁଠାରେ ମିଳିବ ଏହି ସୁବିଧା?


ଏହି ସୁବିଧା ନିକଟସ୍ଥ ସମସ୍ତ ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଉପଖଣ୍ଡ ସ୍ତରୀୟ ଡାକ୍ତରଖାନା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ମେଡିକାଲ କଲେଜଗୁଡିକରେ ମାଗଣାରେ ମିଳିବ ।


କଣ ସବୁ କାଗଜପତ୍ରର ଦରକାର? 

ଏହି ସୁବିଧା ପାଇବାକୁ କୌଣସି ପ୍ରକାରର କାଗଜପତ୍ର ଆପଣଙ୍କୁ ଦେବାକୁ ପଡିବ ନାହିଁ ।


ପଂଜିକରଣର କରିବାର କିଛି ବ୍ୟବସ୍ଥା ରହିଛି ?


ଏହି ଯୋଜନାରେ ପଂଜିକରଣ ପାଇଁ ସମସ୍ତ ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଉପଖଣ୍ଡ ସ୍ତରୀୟ ଡାକ୍ତରଖାନା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ମେଜିକାଲ କଲେଜଗୁଡିକରେ ଚକ୍ଷୁ ପରୀକ୍ଷା କଲାବେଳେ ପଂଜିକରଣ ଏବଂ ଲିପିବଦ୍ଧ କରିବାର ବ୍ୟବସ୍ଥା କରାଯାଇଛି । ଏହାଦ୍ୱାରା ଭବିଷୟତତରେ ଜଣେ ଚକ୍ଷୁ ରୋଗୀ ନିଜର ପୂର୍ବ ଚିକିତ୍ସା ଉପଦେଶଗୁଡିକ ସଜହରେ ସବୁଠାରେ ପାଇପାରିବେ ଏବଂ ନିଜ ସୁବିଧା ଓ ଆବଶ୍ୟକ ମୁତାବକ ଚକ୍ଷୁବିଶେଷଜ୍ଞଙ୍କର ପରାମର୍ଶ ଲୋଡିପାରିବେ ।

Follow by Email
WhatsApp