ବଜେଟରୁ ଓଡିଶା ଭଳି ରାଜ୍ୟ ସବୁଠୁ ବେଶୀ ଲାଭ ପାଇବ: ଧର୍ମେନ୍ଦ୍ର ପ୍ରଧାନ Posted on 02/02/202002/02/2020 by NTP Bureau Report ନୂଆଦିଲ୍ଲୀ/ଭୁବନେଶ୍ୱର(ଏନ ଟି ପି): ସଂସଦରେ ଶନିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଆଗତ ହୋଇଥିବା ଚଳିତବର୍ଷର ସାଧାରଣ ବଜେଟ୍ ଦ୍ୱାରା ଭାରତବର୍ଷର କୃଷକ, ମହିଳା, ଯୁବକ, ଜନଜାତି, ଦଳିତ ଓ ପଛୁଆ ବର୍ଗର ଲୋକମାନେ ଅଧିକ ଲାଭାନ୍ୱିତ ହେବେ । ବିଶେଷଭାବରେ ଓଡିଶା ଭଳି ରାଜ୍ୟରେ ଜନଜାତି, ଦଳିତ ଓ ପଛୁଆ ବର୍ଗର ଲୋକମାନଙ୍କର ସଂଖ୍ୟା ଢେର୍ ଅଧିକ ଥିବାରୁ ଏହି ବଜେଟରୁ ଓଡିଶା ଭଳି ରାଜ୍ୟ ସବୁଠୁ ବେଶୀ ଲାଭ ପାଇବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନା ୨୦୨୦-୨୧ ଆର୍ଥିକ ବର୍ଷର ସାଧାରଣ ବଜେଟକୁ ଯୁଗାନ୍ତକାରୀ ବଜେଟ୍ କହିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅର୍ଥମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ବଜେଟରେ ବ୍ୟବସ୍ଥା କାରଣରୁ ଓଡିଶା ଭଳି ରାଜ୍ୟରେ ବ୍ଲୁ ଇକୋନୋମି ମାଧ୍ୟମରେ ମାଛ ଉତ୍ପାଦନକୁ ଦୁଇଗୁଣା କରାଯିବ । ଯୁବକମାନଙ୍କର ମେରାଇନ୍ ବ୍ୟବସାୟରେ ଭାଗିଦାରୀ ବଢାଇବା ପାଇଁ “ସାଗରମିତ୍ର’ ଭଳି କାର୍ଯ୍ୟକ୍ରମ ସାମ୍ନାକୁ ଅଣାଯାଇଛି । ସେହିପରି ସବୁ ଗ୍ରାମରେ ଅପ୍ଟିକାଲ ଫାଇବର ପହଁଚାଇବା, ପ୍ରତି ଗାଁରେ କୃଷି ଆଧାରିତ ବଜାର ବ୍ୟବସ୍ଥା ତିଆରି କରିବା, ଶୀତଳ ଭଣ୍ଡାର ବ୍ୟବସ୍ଥାକୁ ବଢାଇବା ପାଇଁ ବଜେଟରେ ଗୁରୁତ୍ୱ ଦିଆଯାଇଛି । ପଛୁଆ ରାଜ୍ୟ ମାନଙ୍କର ବିକାଶ ମୋଦି ସରକାରଙ୍କ ପ୍ରାଥମିକତା ।ଏଭଳି ନୀତି କାରଣରୁ ଓଡିଶା ଭଳି ରାଜ୍ୟ ଲାଭ ପାଇବ ବୋଲି ସେ ମତବ୍ୟକ୍ତ କରିଛନ୍ତି । ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ବଜେଟରେ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ନିବେଶ ବଢାଯାଇଛି । ଢାଂଚାଗତ କ୍ଷେତ୍ର ତଥା ସଡକପଥ, ରେଳ, ବିମାନ, ଜଳପଥର ବିକାଶ ପାଇଁ ଗୁରୁତ୍ୱ ଦିଆଯାଇଛି । ଏହିସବୁ କାମର ଲାଭ ଓଡିଶା ରାଜ୍ୟ ମଧ୍ୟ ପାଇବ । ଅପରପକ୍ଷରେ ଯେଉଁ ଅଂଚଳରେ ଜଙ୍ଗଲ ଅଧିକା ଅଛି ସେହି ରାଜ୍ୟକୁ ଅଧିକ ପଇସା ଦିଆଯିବା ନେଇ ବଜେଟରେ ବ୍ୟବସ୍ଥା ହୋଇଛି । ଓଡିଶାରେ ଜଙ୍ଗଲର ମାତ୍ରା ବୃଦ୍ଧି ପାଇଥିବାରୁ ଓଡିଶାକୁ ଏହାର ଫାଇଦା ମିଳିବ । ଏହାବ୍ୟତିତ ମଧ୍ୟବିତ ଓ ବ୍ୟବସାୟୀ ମାନଙ୍କ ପାଇଁ ବଜେଟରେ ନୂଆ ନୀତି ଅଣାଯାଇଛି । ବ୍ୟକ୍ତିଗତ ଟିକସ ହ୍ରାସ କରାଯାଇଛି । କର୍ପୋରେଟ୍ ଜଗତ ପାଇଁ ଟିକସରେ ସୁଧାର ଅଣାଯାଇଛି । ଷ୍ଟାଟଅପ୍ କରୁଥିବା ବ୍ୟକ୍ତିମାନଙ୍କୁ ଟିକସ ରହାତି ଦିଆଯାଇଛି । ଯଦ୍ୱାରା କରଦାତା ଓ ବ୍ୟବସାୟୀ ଉଭୟ ଲାଭ ପାଇବେ । ଓଡିଶା ମଧବର୍ଗୀୟ ରାଜ୍ୟ ହେଉଥିବାରୁ ଓଡିଶା ଲାଭ ପାଇବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି । ସେ କହିଛନ୍ତି ଯେ ଗତ ୫ ବର୍ଷରେ ଯେଉଁଭଳି ଭାବେ ଏକ ସୁଧାରବାଦୀ ନୀତି ମାଧ୍ୟମରେ ମୋଦି ସରକାର ଦେଶକୁ ଆର୍ଥିକ ପ୍ରବନ୍ଧନର ବଜେଟ୍ ମାଧ୍ୟମରେ ବ୍ୟବସ୍ଥାକୁ ଯୋଡିଥିଲେ । ସେହି ନୀତି ଆଧାରରେ ଏହି ବଜେଟର କ୍ରିୟାନ୍ୱୟନ କରାଯାଇଛି । ନିରନ୍ତର ସୁଧାର ବଜେଟର ମୂଳବିନ୍ଦୁ ଓ ବଜେଟର କେନ୍ଦ୍ରରେ ସାଧାରଣ ଲୋକ, ପଛୁଆ ଲୋକ, ଗରିବ ଲୋକଙ୍କୁ ରଖାଯାଇଛି । ଦୀର୍ଘମିଆଦି ଯୋଜନା ମାଧ୍ୟମରେ ସାଧାରଣ ଲୋକ, ପଛୁଆ ଲୋକ, ଗରିବ ଲୋକଙ୍କୁ ଲମ୍ବା ସମୟ ଧରି ଅର୍ଥନୈତିକ ସ୍ୱାବଲମ୍ବୀ କରାଯିବା ସହ ଏହା ମାଧ୍ୟମରେ କଲ୍ୟାଣକାରୀ ଦେଶ ଓ ରାଜ୍ୟ ବନାଇବାର ସରକାରଙ୍କ ଲକ୍ଷ୍ୟ । ବଜେଟକୁ ସାମଗ୍ରିକ ଭାବେ ଦେଖିଲେ ବିଭିନ୍ନ ନୀତି ଓ ନୀତିରେ ସୁଧାର ଅଣାଯିବା କାରଣରୁ ଲୋକଙ୍କ ସଂଚୟ ବଢିବ । ସଂଚୟ ହେଲେ କ୍ରୟ ଶକ୍ତି ବଢିବ । କ୍ରୟ ଶକ୍ତି ବଢିଲେ ବଜାରରେ ଚାହିଦା ବଢିବ ଓ ଚାହିଦା ବଢିଲେ ଉତ୍ପାଦନ ବଢିବ । ଅର୍ଥନୀତିରେ ଯେଉଁ ଦୁର୍ବଳବସ୍ଥା ଦେଖାଯାଇଥିଲା ସେହିଭଳି ଅର୍ଥନୀତିରୁ ବାହାରିବା ପାଇଁ ଏହାଠୁ ଭଲ ପଦକ୍ଷେପ କିଛି ହୋଇନପାରେ । ସାରା ଭାରତବର୍ଷର ସାଧାରଣ ଲୋକମାନେ ଏହି ବଜେଟରୁ ଅଧିକ ଲାଭାର୍ଥୀ ହେବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । Share on FacebookTweetFollow usSave Post Views: 326
Odisha କରୋନା ପାଇଁ ବୃତ୍ତି ବଦଳାଇଲେ ବ୍ୟବସାୟୀ: ଶସ୍ତାରେ ଯୋଗାଉଛନ୍ତି ପନିପରିବା NTP Bureau Report 09/04/2020 0 କନ୍ଧମାଳ(ଏନଟିପି) ଲକ୍ଡାଉନ କଟକଣା ପରେ ଜନସାଧାରଣ ପ୍ରଭାବିତ ହୋଇଛନ୍ତି। କେବଳ ଜନସାଧାରଣ ନୁହଁନ୍ତି ବ୍ୟବସାୟୀମାନେ ମଧ୍ୟ ବୃତ୍ତି ପରିବର୍ତ୍ତନ କରୁଥିବା ଦେଖିବାକୁ ମିଳୁଛି। ପୋଷାକ, ହୋଟେଲ, ହାର୍ଡଓ୍ବେର ଷ୍ଟୋର କରିଥିବା ବଡ ବ୍ୟବସାୟୀ ଘରେ […]
Odisha Political Tadka ହଟିବେ ପ୍ରତ୍ୟୁଷା କନ୍ଧମାଳରୁ ଲୋକସଭା ପାଇଁ ଇତି ସାମନ୍ତ,ରଣପୁରରୁ ଅରୁଣ ଙ୍କୁ ନେଇ ଚର୍ଚ୍ଚା NTP Bureau Report 12/03/2019 0 ବ୍ୟୁରୋ (ଏନଟିପି): ସାଧାରଣ ନିର୍ବାଚନକୁ ନେଇ ବିଗୁଲ ମଧ୍ୟ ବାଜିସାରିଲାଣି।କେବେ ନିର୍ବାଚନ ହେବ ତାରିଖ ମଧ୍ୟ ଘୋଷଣା ହୋଇସାରିଲାଣି ।କିନ୍ତୁ ଏବେ ବିଭିନ୍ନ ରାଜନୈତିକ ଦଳରେ ପ୍ରାର୍ଥୀଙ୍କୁ ନେଇ ଆରମ୍ଭ ହେଲାଣି ଅଙ୍କ କଷା।କିଏ […]
Odisha ଗାଁ ରେ ଘର କଲେବି ନେବାକୁ ପଡିବ ଅନୁମତି ନହେଲେ ହେବେ କଡା କାର୍ଯ୍ୟାନୁଷ୍ଠାନ NTP Bureau Report 12/11/2019 0 ଭୁବନେଶ୍ୱର :(ଏନଟିପି) ରାଜ୍ୟ ସରକାରଙ୍କ ଆସିଲା ଅଜବ ନିୟମ।ଗାଁରେ ଘର କଲେ ବି ନେବାକୁ ପଡ଼ିବ ସରକାରୀ ଅନୁମତି । ୫୦୦ବର୍ଗମିଟରରୁ ଅଧିକ ସ୍ଥାନରେ ଯଦି ଆପଣ ଦ୍ୱିତୀୟ ବା ଅଧିକ ମହଲାର କୋଠାଘର […]