ବ୍ୟୁରୋ (ଏନଟିପି):
ସାଧାରଣ ନିର୍ବାଚନକୁ ନେଇ ବିଗୁଲ ମଧ୍ୟ ବାଜିସାରିଲାଣି।କେବେ ନିର୍ବାଚନ ହେବ ତାରିଖ ମଧ୍ୟ ଘୋଷଣା ହୋଇସାରିଲାଣି ।କିନ୍ତୁ ଏବେ ବିଭିନ୍ନ ରାଜନୈତିକ ଦଳରେ ପ୍ରାର୍ଥୀଙ୍କୁ ନେଇ ଆରମ୍ଭ ହେଲାଣି ଅଙ୍କ କଷା।କିଏ ହେବ ପ୍ରାର୍ଥୀ । ନବୀନ ପଟ୍ଟନାୟକ ଲୋକସଭାରେ ୩୩% ମହିଳା ସ୍ଥାନ ସଂରକ୍ଷଣକୁ ନେଇ କରିଥିବା ପ୍ରତିଶ୍ରୁତି ପୁରଣ କରିବା ଉଦ୍ୟମ ଜାରୀରଖିଛନ୍ତି । ଉପଯୁକ୍ତ ପ୍ରାର୍ଥୀ ଚୟନ କରିବାକୁ ମନସ୍ତ କରିସାରିଲେଣି । ତେଣୁ ଓଡ଼ିଶାର ଜଣେ ଜଣାଶୁଣା ସମାଜ ସେବୀ ଓ କାଦମ୍ବିନୀ ପତ୍ରିକାର ପ୍ରତିଷ୍ଠାତ୍ରୀ ଇତି ସାମନ୍ତଙ୍କୁ ଏଥର କନ୍ଧମାଳ ଲୋକସଭାରୁ ବିଜେଡି ପ୍ରାର୍ଥୀ କରିବ ବୋଲି ବିଜେଡି ଶିବିରରେ ଚର୍ଚ୍ଚା ହେଉଛି । ଇତି ସାମନ୍ତ ବର୍ତ୍ତମାନ ରାଜ୍ୟସଭା ଏମ.ପି ଅଚ୍ୟୁତ ସାମନ୍ତଙ୍କ ଭଉଣୀ ଏବଂ ଓଡ଼ିଶାର ଏକ ଚର୍ଚ୍ଚିତ ଚେହେରା । ଅଚ୍ୟୁତ ସାମନ୍ତ ଆଦିବାସୀ ପିଲାଙ୍କୁ ମାଗଣାରେ ପାଠ ପଢ଼ିବା ସହ ସେମାନଙ୍କ ଉନ୍ନତି ପାଇଁ ଖେଳକୁଦ କୁ ମଧ୍ୟ ପ୍ରାଧାନ୍ୟ ଦେଉଥିବା କାହାକୁ ଅଛପା ନାହିଁ । ଅଚ୍ୟୁତ ସାମନ୍ତଙ୍କ ଆଦିବାସୀଙ୍କ ସହ ନିବିଡ଼ ସମ୍ପର୍କ ଥିବାରୁ ଇତି ସାମନ୍ତଙ୍କୁ କନ୍ଧମାଳରୁ ପ୍ରାର୍ଥୀ କରାଗଲେ ଇତିଙ୍କ ଜିତିବା ଏକ ପ୍ରକାର ନିଶ୍ଚିତ ବୋଲି ବିଜେଡି ଆଶା ରଖିଛି ।
