ସରବତୀ ଦେବୀ ମହିଳା କଲେଜ ଛାତ୍ରୀର କୃତିତ୍ୱ

ରାଜଗାଙ୍ଗପୁର(ଏନ ଟି ପି) : ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଠାରେ ଥିବା ସରବତୀ ଦେବୀ ମହିଳା କଲେଜର ଯୁକ୍ତ ୩ କଳା ଛାତ୍ରୀ ପ୍ରିୟା ଛେତ୍ରୀ ଗଣତନ୍ତ୍ର ଦିବସ ଅବସରରେ କଲେଜର ପ୍ରତିନିଧିତ୍ଵ କରି NSS ର ଗ୍ରୁପରେ ଗଣତନ୍ତ୍ର ଦିବସରେ ସାମିଲ ହୋଇଥିଲେ।ଏହା ପରେ ସେମାନଙ୍କୁ ରାଷ୍ଟ୍ରପତି ,ଉପରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ ଓ କ୍ରୀଡା ମନ୍ତ୍ରୀଙ୍କ ସହିତ ସାକ୍ଷାତ କରିବା ସହିତ ରାଜଗାଙ୍ଗପୁର ର ମାନ ଓ ଗୌରବ ବୃଦ୍ଧି କରିଛନ୍ତି।ଉତ୍କଳ ଏକ୍ସପ୍ରେସ ଯୋଗେ ରାଜଗାଙ୍ଗପୁର ପହଂଚିବା ମାତ୍ରେ ବହୁ ପ୍ରଶଂସକ ଓ ଷ୍ଟେସନ ପଡା ନିବାସି ଲୋକ ମାନେ ତାଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିଲେ।
Follow by Email
WhatsApp