ବେବିନାକୁ ନ୍ୟାୟ ପାଇଁ ଲଢେଇ କରିବ ବିଜେପି ମହିଳାମୋର୍ଚ୍ଚା

ଅନୁଗୋଳ (ଏନ. ଟି. ପି.)

ବେବିନାକୁ ନ୍ୟାୟ ମିଳିବ କେବେ ?  ଏ ତମାମ ପ୍ରସଙ୍ଗ ଭିତରେ ସତେ ଯେମିତି ଛନ୍ଦି ହୋଇଯାଇଛନ୍ତି ରାଜ୍ୟ ସରକାର ।ବେବିନାକୁ ନ୍ୟାୟ ପ୍ରଦାନ କରିବା ପାଇଁ ଅଭିନବ ଉପାୟରେ ପ୍ରତିବାଦ କରିବବିଜେପି ମହିଳା ମୋର୍ଚ୍ଚା। ୨୦୧୧ ମସିହା  ନଭେମ୍ବର ୨୯ ତାରିଖରେ ପିପିଲି ଗଣଦୁଷ୍କର୍ମ ର ଶିକାର ହୋଇଥିଲା ବେବିନା।ଦୁଷ୍କର୍ମ ହେବାର ଠିକ ୮ ମାସ ପରେ ଆଖିବୁଜିଲା ଦୁଷ୍କର୍ମ ପିଡିତା ବେବିନା।ବେବିନା ଆଖି ବୁଜିବାର ୭ ବର୍ଷ ବିତିଯାଇଥିଲେ ମଧ୍ୟ ବେବିନା କୁ ନ୍ୟାୟ ମିଳିପାରିଲା ନାହିଁ।୭ ବର୍ଷ ପରେ ତା ତଥ୍ୟ କୁ ନଷ୍ଟ କରିଦିଆଯାଇଥିବା ଅଭିଯୋଗ ଉଠାଇଛି ବିଜେପି।ରାଜ୍ୟରନେତୃତ୍ୱାଧୀନ ବିଜେଡି ସରକାର କେବଳ କୃଷି ମନ୍ତ୍ରୀ ପ୍ରଦୀପ ମହାରଥିଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର କରି ଚୁପ ହୋଇବସୀପଡିଥିବା ଅଭିଯୋଗ ଉଠାଇଛି ବିଜେପି ମହିଳାମୋର୍ଚା।ଚୁଡି ସଂଗ୍ରହ ଅଭିଯାନ ଆରମ୍ଭ କରିବ ବିଜେପି ମହିଳା ମୋର୍ଚ୍ଚା।ବେବିନାର କେଶକୁ CBI କୁ ଦାୟିତ୍ୱ ଦିଆଯିବା ସହ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି।

ଚୁଡି ସଂଗ୍ରହ କରି ଅଭିନବ ଉପାୟରେ ବିଜେପି କରିବ ଆନ୍ଦୋଳନ :

୧୯ ବର୍ଷର ଶାସନ ର ଜବାବ ମାଗୁଛି ଓଡିଶା, ଜବାବ ମାଗୁଛି ବେବିନା ଆସନ୍ତା ୧୪ ତାରିଖରୁ ୧୮ ତାରିଖ ମଧ୍ୟରେ ବିଜେପି ମହିଳା ମୋର୍ଚାର ବାଲୁକା ଶିଳ୍ପ ପ୍ରଦର୍ଶନ କରିବେ,ବେବିନା ଆତ୍ମାର ସଦ ଗତି ନିମନ୍ତେ ହେବ ଦୀପ ପ୍ରଜ୍ବଳନ,୧୭ ତାରିଖରେ ପ୍ରତେକ ନିର୍ବାଚନ ମଣ୍ଡଳୀରୁ ସଂଗୃହିତ ହୋଇଥିବା ଚୁଡି କୁ ନବୀନ ନିବାସ ପଠାଇବେ।୧୮ ତାରିଖରେ ପ୍ରତେକ ବିଧାୟକ ଙ୍କ ଘର ସାମନାରେ ଚୁଡି ବାନ୍ଧି ଅଭିନବ ଉପାୟରେ କରିବେ ବିକ୍ଷୋଭ ।୨୧ ତାରିଖରେ ସମସ୍ତ ନିର୍ବାଚନ ମଣ୍ଡଳୀରୁ ସଂଗୃହିତ ହୋଇଥିବା ଚୁଡି ସବୁ କୁ ନେଇ ନବୀନ ନିବାସ ଘେରିବ ବିଜେପି ମହିଲମୋର୍ଚା।ଆଜି ଅନୁଗୁଳ ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପିଙ୍କି ପ୍ରଧାନ।ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିଜେପି ସଭାପତି ଭାଗିରଥି ପ୍ରଧାନ,ବିଜେପି ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ବସନ୍ତ ମଞ୍ଜରୀ ପ୍ରଧାନ ଙ୍କ ସହ ଦଳୀୟ କର୍ମକର୍ତା ଉପସ୍ଥିତ ରହିଥିଲେ।

Follow by Email
WhatsApp