ଗାଁ ରେ ଘର କଲେବି ନେବାକୁ ପଡିବ ଅନୁମତି ନହେଲେ ହେବେ କଡା କାର୍ଯ୍ୟାନୁଷ୍ଠାନ Posted on 12/11/201912/11/2019 by NTP Bureau Report ଭୁବନେଶ୍ୱର :(ଏନଟିପି) ରାଜ୍ୟ ସରକାରଙ୍କ ଆସିଲା ଅଜବ ନିୟମ।ଗାଁରେ ଘର କଲେ ବି ନେବାକୁ ପଡ଼ିବ ସରକାରୀ ଅନୁମତି । ୫୦୦ବର୍ଗମିଟରରୁ ଅଧିକ ସ୍ଥାନରେ ଯଦି ଆପଣ ଦ୍ୱିତୀୟ ବା ଅଧିକ ମହଲାର କୋଠାଘର ତିଆରି କରିବା ପାଇଁ ଚାହୁଁଛନ୍ତି । ତେବେ ପଞ୍ଚାୟତ ସମିତିର ଅନୁମତି ନେବା ଆବଶ୍ୟକ ରହିଛି । ଏହା ସହ ଠିକ୍ ଯୋଜନାରେ ଘର ତିଆରି ନକଲେ କଡ଼ା କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି । ଯେକୌଣସି ଗାଁରେ ୫୦୦ବର୍ଗମିଟରରୁ ଅଧିକରେ ଦ୍ୱିତୀୟ ବା ଅଧିକ ମହଲାର କୋଠାଘର ତିଆରି କରିବା ପାଇଁ ଜାଗା ମାଲିକଙ୍କୁ ପଞ୍ଚାୟତ ସମିତିର ଅନୁମତି ନେବାକୁ ପଡ଼ିବ । ପଞ୍ଚାୟତ ସମିତି ମାଧ୍ୟମରେ ଘର ତିଆରି ପାଇଁ ନେବାକୁ ପଡ଼ିବ ଏହି ଅନୁମତି । ଏହି ଘର ତିଆରି ନେଇ ଆପ୍ରୁଭାଲ ପାଇଁ ପଞ୍ଚାୟତ ସମିତି ଜିଲ୍ଲା ପ୍ଲାନିଂ ୟୁନିଟକୁ ପଠାଇବ । ତା ପରେ ଟାଉନ ପ୍ଲାନିଂ ୟୁନିଟକୁ ଜିଲ୍ଲା ପ୍ଲାନିଂ ୟୁନିଟ ପଠାଇବ । ନିର୍ମାଣାଧିନ ଘର ଲାଗି ମଧ୍ୟ କମ୍ପାଉଣ୍ଡ ଫି ଦେଇ ଆପ୍ରୁଭାଲ କରିପାରିବେ । ସରକାରୀ ନିୟମ ମୁତାବକ ଘର ନ କରିଲେ ନିୟମ ଉଲଘଂନ ବ୍ୟକ୍ତିଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଏନେଇ ସୂଚନା ଦେଇଛନ୍ତି ।କେଉଁ ଆଧାରରେ ଏ ସବୁ ନିୟମ କରିଛନ୍ତି।ନିୟମ ପ୍ରଣୟନ କରାଯିବ ଠିକ କଥା କିନ୍ତୁ ନିୟମକୁ କେତେଦୂର ପାଳନ କରୁଛନ୍ତି ଅଧିକାରୀ ତା ଉପରେ ରହିବକି ମନ୍ତ୍ରୀଙ୍କ ନଜର। Share on FacebookTweetFollow usSave Post Views: 308
Odisha Fani Cyclone Medical Relief by NTPC Kaniha NTP Bureau Report 06/05/2019 0 A team of doctors and para medical staff of NTPC Kaniha hospital led by Dr R K Mishra ,CMO was today released to report at […]
Odisha ଅନୁଗୋଳ ମୁସଲିମ ସମାଜ ପକ୍ଷରୁ ଖାଦ୍ୟ ବଣ୍ଟନ NTP Bureau Report 05/05/2020 0 ଅନୁଗୋଳ (ଏନଟିପି): ଅନୁଗୋଳ ମୁସଲିମ ସମାଜ ପକ୍ଷରୁ ଅସହାୟ ଙ୍କୁ ଖାଦ୍ୟ ବଣ୍ଟନ।କରୋନା ମହାମାରୀ ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇ ଚାଲିଛି।ଗୋଟିଏ ପରେ ଗୋଟିଏ ଦେଶ କୁ ବ୍ୟାପିବାରେ ଲାଗିଛି।କରୋନା ଛଡାଇ ନେଇଛି ଜୀବିକା।କରୋନା […]
Odisha NATIONAL ଏନଟିପିସିରେ କୋଇଲା ଶଙ୍କଟ,୪ ଟି ୟୁନିଟ ବନ୍ଦ NTP Bureau Report 03/08/2019 0 ଅନୁଗୋଳ(ଏନଟିପି): ଅନୁଗୋଳ ଜିଲ୍ଲା ତାଳଚେର MCL ର ଭରତପୁର କୋଇଲାଖଣିରେ ଅଘଟଣ ପରେ ଚାଲିଛି ଖଣିବନ୍ଦ ଆନ୍ଦୋଳନ।୧୧ ଦିନରେ ପହଁଚିଲା ଖଣିବନ୍ଦ ଆନ୍ଦୋଳନ।ଆନ୍ଦୋଳନ ଫଳରେ ତାଳଚେର ର ସମସ୍ତ ଖଣିରୁ କୋଇଲା ଉତ୍ତୋଳନ ଓ […]