କରୋନା ପାଇଁ ବୃତ୍ତି ବଦଳାଇଲେ ବ୍ୟବସାୟୀ: ଶସ୍ତାରେ ଯୋଗାଉଛନ୍ତି ପନିପରିବା Posted on 09/04/202009/04/2020 by NTP Bureau Report କନ୍ଧମାଳ(ଏନଟିପି) ଲକ୍ଡାଉନ କଟକଣା ପରେ ଜନସାଧାରଣ ପ୍ରଭାବିତ ହୋଇଛନ୍ତି। କେବଳ ଜନସାଧାରଣ ନୁହଁନ୍ତି ବ୍ୟବସାୟୀମାନେ ମଧ୍ୟ ବୃତ୍ତି ପରିବର୍ତ୍ତନ କରୁଥିବା ଦେଖିବାକୁ ମିଳୁଛି। ପୋଷାକ, ହୋଟେଲ, ହାର୍ଡଓ୍ବେର ଷ୍ଟୋର କରିଥିବା ବଡ ବ୍ୟବସାୟୀ ଘରେ ରହିବା ବଦଳରେ ଜନସାଧାରଣଙ୍କୁ ସହଯୋଗ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି। ଏପରି ଜଣେ ଯୁବ ବ୍ୟବସାୟୀ ହେଲେ ଦାରିଙ୍ଗବାଡିର ବାପି ପାଢ଼ୀ। ତାଙ୍କର ବଜାରରେ ଏକ ବଡ ପୋଷାକ ଶୋରୁମ୍ ରହିଛି। ଲକ୍ଡାଉନ୍ ପରେ ଚଳିବାରେ କୌଣସି ଅସୁବିଧା ନ ଥିଲେ ମଧ୍ୟ ସେ ଜନସାଧାରଣଙ୍କୁ ସହଯୋଗ କରିବାକୁ ନିଜ ଶୋରୁମ୍ ବାରଣ୍ଡାରେ ପନିପରିବା ବିକ୍ରି କରୁଛନ୍ତି। ଏନେଇ ବାପି କହିଛନ୍ତି ଯେ, ମାର୍କେଟ ବନ୍ଦ ଯୋଗୁ ସୋରଡ଼ା ସମେତ ବିଭିନ୍ନ ସ୍ଥାନରୁ ପନିପରିବା ବ୍ୟବସାୟୀ ଦାରିଙ୍ଗବାଡ଼ିରେ ପହଂଚି ଉଚ୍ଚ ଦରରେ ବିକ୍ରି କରୁଛନ୍ତି। ଏହି ଘଟଣା ନଜରକୁ ଆସିବାପରେ ସେ ତାଙ୍କ କାର୍ରେ ପ୍ରତିଦିନ ଭୋରରୁ ଗଞ୍ଜାମ ଜିଲାର ବିଭିନ୍ନ ଗାଁ କୁ ଯାଇ ପନିପରିବା ଯୋଗାଡ଼ କରି ୩/୪ କୁଇଣ୍ଟାଲ ପରିବା ଆଣି ଏଠାରେ ଅଳ୍ପ ଦରରେ ବିକ୍ରି କରୁଛନ୍ତି। ଫଳରେ ସମ୍ପୃକ୍ତ ବେପାରୀଙ୍କ ଅସାଧୁ ମନୋବୃତ୍ତି ଓ କଳାବଜାର ପଦାରେ ପଡିବା ସହ ଅଞ୍ଚଳବାସୀ କମ୍ ଦରରେ ପନିପରିବା ପାଉଛନ୍ତି। ବାଇଗଣ ୨୦ ଓ ପୋଟଲ ୭୦ ଟଙ୍କାରେ ପୂର୍ବରୁ ବିକ୍ରି ହେଉଥିବାବେଳେ ସେ ଆଣି ୧୦ ଓ ୫୦ ଟଙ୍କାରେ ବିକୁଛନ୍ତି। କନ୍ଧମାଳରୁ ସଞ୍ଜୟ ପାଣିଗ୍ରାହୀଙ୍କ ରିପୋର୍ଟ ଏନ ଟି ପି Share on FacebookTweetFollow usSave Post Views: 313
Odisha KORAPUT POLICE ARREST MAOIST KHILA;Spoke DGP Odisha NTP Bureau Report 08/02/2019 0 BHUBANESWAR(NEWS TIME PRO): Koraput Police arrests Nandapur area committee Maoist cadre, Damburu Khila; to hand over Damburu to NIA team today. DGP DrRajendra Prasad Sharma […]
Odisha ଏମିତି ହେଲା ଯୋଜନା,ଘର ପାଖରେ ପହଞ୍ଚିବ ଗ୍ୟାସ….. NTP Bureau Report 05/01/2019 0 ଏନଟିପି(ଅନୁଗୁଳ)ଆଉ ରୋଷେଇ ଗ୍ୟାସ୍ ପାଇଁ ଗ୍ରାହକଙ୍କୁ ବିିତରକଙ୍କ ପାଖକୁ ଦୌଡ଼ିବାକୁ ପଡ଼ିବ ନାହିଁ। ନିଜ ଘର ନିକଟସ୍ଥ ଜନସେବା କେନ୍ଦ୍ରରେ ଲୋକେ ରୋଷେଇ ଗ୍ୟାସ ପାଇପାରିବେ। ଅନୁଗୁଳ ଜିଲ୍ଲାରୁ ଏହି ଯୋଜନା ଆରମ୍ଭ ହୋଇଛି। […]
Odisha ଜରିପାଲ ତଳେ ବିତୁଛି ନିରାଶ୍ରୟଙ୍କ ଜୀବନ NTP Bureau Report 22/04/2020 0 ଢେଙ୍କାନାଳ(ଏନଟିପି): ସରକାର ଯୋଜନା ପରେ ଯୋଜନା ପ୍ରଣୟନ କରିଛନ୍ତି।କିନ୍ତୁ ପ୍ରକୃତ ହିତାଧିକାରୀ ଯୋଜନାରୁ ବାଦ ପଡୁଛନ୍ତି କେମିତି।ସରକାର ତ ଯୋଜନା ପ୍ରଣୟନ କଲେ କିନ୍ତୁ ଯୋଜନା ଦାୟିତ୍ୱରେ ଥିବା ଅଧିକାରୀ ମାନେ କାହିଁକି ଧ୍ୟାନ […]