ଅନୁଗୋଳ ମା ବାସନ୍ତୀ ଦୁର୍ଗା ଭଲିବଲ ହୋମ ପକ୍ଷରୁ ଏକ ଦିବସୀୟ ଦିବାରାତ୍ର ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ Posted on 12/01/202012/01/2020 by NTP Bureau Report ଅନୁଗୋଳ(ଏନଟିପି): ଅନୁଗୋଳ ମା ବାସନ୍ତୀ ଦୁର୍ଗା ଭଲିବଲ ହୋମ ପକ୍ଷରୁ ଏକ ଦିବସୀୟ ଦିବାରାତ୍ର ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇ ଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ମା ବାସନ୍ତୀ ଭଲିବଲ ହୋମ , ଗୋବରା , ପୋଡାପଡା , ମାଛକୁଟା , ସମ୍ବଲପୁର ରେଲୱେ , ବଳରାମପ୍ରସାଦ , ଡୋନା ଅନୁଗୋଳ ଓ ଟାକୁଆ ଭଳି ୮ ଟି ଦଳ ଭାଗ ନେଇଥିଲେ । ଆଜିର ଏହି ଟୁର୍ଣ୍ଣାମେଣ୍ଟରେ ଜିଲ୍ଲା କ୍ରୀଡା ଅଧିକାରୀ ରବି ନାରାୟଣ ସେଠ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ବସନ୍ତ ଦାସ , ବିଶିଷ୍ଟ ଶିଳ୍ପପତି ସୁନୀଲ ପଟନାୟକ , ପ୍ରଦୀପ ଦେବତା , ରାଜୁ ସିହ୍ନା , ଯତୀନ ସେଠି ଆଦି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ନକଆଉଟ ପର୍ଯ୍ୟାୟରେ ହୋଇଥିବା ଏହି ଖେଳରେ ଗୋବରା ଦଳ ଡୋନା ଅନୁଗୋଳ କୁ ହରାଇ ଓ ସମ୍ବଲପୁର ରେଲୱେ ଦଳ ପୋଡ଼ାପଡାକୁ ହରାଇ ଫାଇନାଲରେ ପହଞ୍ଚି ଥିଲେ । ଫାଇନାଲ ମ୍ୟାଚରେ ସମ୍ବଲପୁର ରେଲୱେ ଦଳ ଗୋବରା ଦଳକୁ ୨୫/୧୯ , ୨୬/୨୪ , ୨୨/୨୫ , ୨୫/୧୬ ରେ ହରାଇ ଚମ୍ପିୟାନ ଆଖ୍ୟା ଅର୍ଜନ କରିଥିଲା । ଉଦଜାପନୀ ଉତ୍ସବରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଚମ୍ପିୟାନ ଓ ରନର୍ସ ଅଫ ଦଳ ସହ ଅନ୍ୟ ଖେଳାଳି ମାନଙ୍କୁ ପୁରସ୍କୃତ କରିଥିଲେ । ଆଜିର ଏହି ଟୁର୍ଣ୍ଣାମେଣ୍ଟରେ ସମ୍ବଲପୁର ରେଲୱେର ଶୁଭମ ଙ୍କୁ ପ୍ଲେୟର ଅଫ ଦି ଟୁର୍ଣ୍ଣାମେଣ୍ଟ , ଗୋବରା ର ବଳିଆ ବେଷ୍ଟ ଆଟାକର , ସମ୍ବଲପୁର ରେଲୱେର ଶ୍ରୀୟାଜ ଅଲ୍ଲି ବେଷ୍ଟ ଲିଫ୍ଟର , ଗୋବରାର ବୁଦୁରାମ ସିଙ୍କୁ ଙ୍କୁ ବେଷ୍ଟ ଲିବେରୋ ଭାବେ ପୁରସ୍କୃତ କରା ଯାଇଥିଲା । ଆଜିର ଏହି ଟୁର୍ଣ୍ଣାମେଣ୍ଟକୁ ସମ୍ବିତ ସାମଲ , ବିଜୟ ବାଗ , ତପନେସ୍ୱର ପ୍ରଧାନ , ଚିନ୍ମୟ ଦାସ ପରିଚାଳନା କରିଥିଲେ । ମା ବାସନ୍ତୀ ଭଲିବଲ ହୋମ ପକ୍ଷରୁ ନୌସଦ ଅଲ୍ଲି , ଅଶୋକ ରାଉତ , ପ୍ରତାପ ମାଝୀ , ଜିତୁ , ବିଜି , ପବିତ୍ର ମହାପାତ୍ର , ଅନୁପ ମହାନ୍ତି , ତାପସ ରାୟ ମନୋଜ ପ୍ରଧାନ , ସୁଜିତ ବେହରା ଆଦି ସହଯୋଗ କରିଥିଲେ । Share on FacebookTweetFollow usSave Post Views: 375
Odisha Sports ପ୍ୟାରିସ୍ ଅଲିମ୍ପିକ୍ସ ଓ ପାରାଅଲିମ୍ପିକସରେ ଅଂଶଗ୍ରହଣ କରିଥିବା କିଟ୍ର ୧୭ ଖେଳାଳିଙ୍କୁ ସମ୍ବର୍ଦ୍ଧନା NTP Bureau Report 22/09/2024 0 ପ୍ରତି ଖେଳାଳିଙ୍କୁ ୭ ଲକ୍ଷ ଟଙ୍କା ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ ଭୁବନେଶ୍ୱର,୨୨ । ୯: ଚଳିତବର୍ଷ ପ୍ୟାରିସ ଅଲିମ୍ପିକ୍ସ ଓ ପରାଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା କିଟ୍ର ୧୭ଜଣ ଖେଳାଳିଙ୍କୁ ଆଜି କିଟ୍ ପରିସରରେ […]
Sports ସିକ୍ସର କିଙ୍ଗ ରୋହିତ… ଟେଷ୍ଟରେ ସର୍ବାଧିକ ଛକାର ରେକର୍ଡ Smrutilipi 05/10/2019 0 ଚଣ୍ଡିଗଡ଼, (ଏନଟିପି ବ୍ୟୁରୋ): ବିଶାଖାପାଟଣାରେ ଖେଳା ଯାଉଥିବା ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚ ରେ କ୍ରିକେଟ୍ ଦଳର ହିଟମ୍ୟାନ ରୋହିତ ଶର୍ମା ଦକ୍ଷିଣ ଆଫ୍ରିକା ଅନେକ ରେକର୍ଡ କରିଛନ୍ତି। ରୋହିତ ଶର୍ମା […]
Sports ଆନ୍ତର୍ଜାତୀୟ ଓପନ ତାଇକୋଣ୍ଡୋ ପ୍ରତିଯୋଗିତା ରେ ଢେଙ୍କାନାଳର ପୁଅ କଲେ କମାଲ….. NTP Bureau Report 29/12/2018 0 Dhenkanal :(NTP)କୋଲକାତା ଠାରେ ଚାଲିଥିବା ଆନ୍ତର୍ଜାତୀୟ ଓପନ ତାଇକୋଣ୍ଡୋ ପ୍ରତିଯୋଗିତା ରେ ହଜାରେ ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ସାମିଲ ହୋଇଥିବା ସହ ,ଏଥିରେ୧୪ ଟି ଦେଶ ଅଂଶ ଗ୍ରହଣ କରିଥିଲେେ ଢେଙ୍କାନାଳ ସହର ର […]