ଇଂଲଣ୍ଡ :(ଏନ ଟି ପି)
ସମୟ ଜେତିକି ଯେତିକି ପାଖେଇ ଆସୁଛି ରୋମାଞ୍ଚ ସେତିକି ଭରୁଛି।କଣ ହେବ ସେମିଫାଇନାଲ ମ୍ୟାଚ।ଆଜି ଇଂଲଣ୍ଡର ମାଞ୍ଚେଷ୍ଟରରେ ମୁକାବିଲା ହେବ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେବ ସେମିଫାଇନାଲ । ଚଳିତ ଆଇସିସି ବିଶ୍ୱକପ୍ରେ କିଏ ପ୍ରଥମ ଦଳ ଭାବେ ଫାଇନାଲ୍କୁ ଯିବ ସେକଥା ସ୍ପଷ୍ଟ ହୋଇଯିବ । ଲିଗ୍ ପର୍ଯ୍ୟାୟ ଶେଷରେ ଭାରତ ରହିଛି ପଏଣ୍ଟ ତାଲିକା ଶୀର୍ଷରେ ଏବଂ ନ୍ୟୁଜିଲାଣ୍ଡ ଶେଷ ସ୍ଥାନରେ। ବିଶ୍ୱକପ୍ରେ ପ୍ରଥମଥର ଦୁଇ ଦଳ ଭିତରେ ଲଢ଼େଇ ହେବ ।ଅଣ୍ଡର ନାଇଣ୍ଟିଂ ରେ ବିରାଟ ବାହିନୀ ଓ kiwi ବାହିନୀ ମୁକାବିଲା ହୋଇଥିଲେ।ଦୀର୍ଘ ୧୧ ବର୍ଷପରେ

ଭାରତ ପାଇଁ କଣ ରହିବ ସମସ୍ୟା :
କ୍ରିକେଟ୍ ହେଉଛି ଅନିଶ୍ଚିତତାର ଖେଳ । ତେଣୁ କୌଣସି ମ୍ୟାଚ୍ ପୂର୍ବରୁ କିଛି ଭବିଷ୍ୟବାଣୀ କରାଯାଏ କେବଳ ଦଳର ପୂର୍ବ ପ୍ରଦର୍ଶନକୁ ଭିତ୍ତି କରି । କେତେବେଳେ କିଛି ବି ହୋଇଯାଇପାରେ।ବାଜି ଜୁତୁ ଜିତୁ ହାରିଯାଇଥାଏ ଅନ୍ୟ ଦଳର ଖେଳାଳି।ସେହି ଅନୁସାରେ ନିଶ୍ଚିତ ଭାବେ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ଠାରୁ ଦୁଇପାଦ ଆଗରେ । ହେଲେ କିଛି ସମସ୍ୟା ଏବେବି ବିରାଟ କୋହଲିଙ୍କ ଦଳକୁ ଚିନ୍ତାରେ ପକାଇଛି । ବିଶେଷ କରି ମଧ୍ୟକ୍ରମ ବ୍ୟାଟିଂ ଏବଂ ସ୍ପିନ୍ ବୋଲିଂ । ପ୍ରଥମରୁ ଏମାନେ ଯେଭଳି ପ୍ରଦର୍ଶନ କରୁଥିଲେ ଶେଷ ଭାଗରେ ସେହି ଅନୁପାତରେ ପଛରେ ପଡ଼ି ଯାଇଛନ୍ତି । ଅନ୍ୟପକ୍ଷରେ ଏଇ ମଧ୍ୟଭାଗର ଦୁର୍ବଳତାରୁ ଫାଇଦା ଉଠାଇବା ଲାଗି ଲକ୍ଷ୍ୟ ରଖିଛି କ୍ୱିଓ୍ଵି ଦଳ ।ଓପ୍ନିଂ ଯୋଡ଼ିର ସଫଳତା ଦଳକୁ ଦୃଢ଼ ସ୍ଥିତି ଦେଇ ଆସୁଛି । ସେହିଭଳି ବୋଲିଂରେ ଭୁବନେଶ୍ୱର କୁମାର ଫେଲ୍ ମାରିଥିବା ବେଳେ ବୁମରା ଓ୍ଵିକେଟ୍ ପାଉଥିଲେ ମଧ୍ୟ ସଂଘର୍ଷ କରୁଛନ୍ତି । ଅବଶ୍ୟ ସେ ସେମିଫାଇନାଲ୍ରେ କିଛି ଚକ୍ମା ଦେଖାଇବାକୁ ଟାର୍ଗେଟ୍ ରଖିଛନ୍ତି ।କିନ୍ତୁ ବିରାଟ ବାହିନୀ ବୁମରା, ଭୁବନେଶ୍ୱର କୁମାର ଙ୍କ ଠାରୁ ଭଲ wicket ଆଶା କରିବ।

ଶ୍ରୀଲଙ୍କା ମ୍ୟାଚ୍ରେ ବିଶ୍ରାମ ନେଇଥିବା ମହମ୍ମଦ ସାମି ସେମିଫାଇନାଲ୍ରେ ଖେଳିବେ । ସେ ଏବେ ସବୁଠାରୁ ଭଲ ଫର୍ମରେ ଅଛନ୍ତି । ବ୍ୟାଟିଂ ଓ ବୋଲିଂ ସହ ଫିଲଡିଂରେ ଆହୁରି ଭଲ ପ୍ରଦର୍ଶନ କରିବାକୁ ହେବ ବିରାଟ ବାହିନୀକୁ ।
ସେପଟେ ପାକିସ୍ତାନ ଭଳି ଆଉ ଏକ ଦଳ ହେଉଛି ନ୍ୟୁଜିଲାଣ୍ଡ । ଯାହାର ପ୍ରଦର୍ଶନକୁ ନେଇ ଆକଳନ କରିବା ସମ୍ଭବ ନୁହେଁ । କେତେବେଳେ କିଭଳି ଖେଳିବ କହିବା ମୁସ୍କିଲ । ଚଳିତ ଟୁର୍ଣ୍ଣାମେଣ୍ଟରେ ଏହି ଦଳ ପ୍ରଥମରୁ ଲଗାତର ୫ଟି ମ୍ୟାଚ୍ ଜିତିବା ପରେ ପୁଣି କ୍ରମାଗତ ଭାବେ ୩ଟି ମ୍ୟାଚ୍ ହାରିଗଲା । ସୌଭାଗ୍ୟକୁ ଏହି ଦଳ ସେମିଫାଇନାଲ୍ରେ ପହଞ୍ଚିଛି । ନଚେତ ୪ ସେମିଫାଇନାଲିଷ୍ଟଙ୍କ ଭିତରେ ନ୍ୟୁଜିଲାଣ୍ଡ ହେଉଛି ସବୁଠାରୁ ଦୁର୍ବଳ । ତଥାପି ଏହାକୁ ଦୁର୍ବଳ ଭାବିବାର ଭୁଲ କରିବ ନାହିଁ ଭାରତ । କାରଣ ଏମାନେ ବେଳେ ବେଳେ ନିଜ ଶକ୍ତି ସାମର୍ଥ୍ୟ ଠାରୁ ମଧ୍ୟ ଅଧିକ ଭଲ ଖେଳି ବିପକ୍ଷ ଦଳକୁ ମାତ୍ ଦେଇଥାନ୍ତି ।
ବିଶ୍ୱକପରେ କେଉଁ ଦଳ ଆଗରେ ଅଛି :
ବିଶ୍ୱକପ୍ରେ ବିଜୟ ହାରରେ ଭାରତ ଠାରୁ ଆଗରେ ଅଛି ନ୍ୟୁଜିଲାଣ୍ଡ । ଦୁଇ ଦଳ ଭିତରେ ଖେଳା ଯାଇଥିବା ମୋଟ୍ ୮ଟି ମ୍ୟାଚ୍ରୁ ନ୍ୟୁଜିଲାଣ୍ଡ ୪ଟି ଜିତିଥିବା ବେଳେ ଭାରତ ଜିତିଛି ୩ଟି । ତେବେ ପୂରା ଦିନିକିଆ ଆନ୍ତର୍ଜାତିକ ଖେଳରେ ଭାରତ ଆଗରେ ରହିଛି । ଦୁଇ ଦଳ ପରସ୍ପର ସହିତ ମୋଟ୍ ୧୦୬ଟି ଦିନିକିଆ ମ୍ୟାଚ୍ ଖେଳିଥିବା ବେଳେ ସେଥିରୁ ଭାରତ ଜିତିଛି ୫୫ଟି ଏବଂ ନ୍ୟୁଜିଲାଣ୍ଡ ୪୫ଟିରେ ବିଜୟୀ ହୋଇଛି । ଅବଶ୍ୟ ବିଶ୍ୱକପ୍ ପୂର୍ବରୁ ଏକ ଅଭ୍ୟାସ ମ୍ୟାଚ୍ରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ଠାରୁ ହାରି ଯାଇଥିଲା । ହେଲେ ତାର ପ୍ରଭାବ କୋହଲିଙ୍କ ଟିମ୍ ଉପରେ ପଡ଼ିବ ବୋଲି ଆଶା କରଯାଉ ନାହିଁ ।

ମାଞ୍ଚେଷ୍ଟର ପିଚ୍ କଣ ସୁୁଚାଏ :
ମାଞ୍ଚେଷ୍ଟରର ଓଲଡ୍ ଟ୍ରାଫର୍ଡ଼ରେ ଭାରତ ଓ ନିୟୁଜ ଲ୍ୟାଣ୍ଡ ମ୍ୟାଚ୍ ଖେଳା ଯିବ । ଏହି ଟୁର୍ଣ୍ଣାମେଣ୍ଟରେ ଏଠାକାର ପିଚ୍ରେ ପ୍ରାୟତଃ ୩୦୦ ରନ୍ ସ୍କୋର ହୋଇଛି । ତେଣୁ ଏହା ବ୍ୟାଟ୍ସମ୍ୟାନ୍ଙ୍କୁ ସୁହାଉଛି । ସୂଚନା ମିଳିଛି, ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ ଏକ ନୂଆ ପିଚ୍ରେ ଖେଳାଯିବ । ଏହି ପିଚ୍ରେ ମଧ୍ୟ ବଡ଼ ସ୍କୋର ହେବ । ତେବେ ଭାରତ ଏଠାରେ ପୂର୍ବରୁ ଦୁଇଟି ମ୍ୟାଚ୍ ଖେଳି ଦୁଇଟି ଯାକରେ ସହଜ ବିଜୟ ହାସଲ କରିଛି । ପାକିସ୍ତାନକୁ ୮୯ ରନ୍ ଓ େଓ୍ଵଷ୍ଟଇଣ୍ଡିଜ୍କୁ ୧୨୫ ରନ୍ରେ ହରାଇଛି ।
ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ଦଳ ମାଞ୍ଚେଷ୍ଟରରେ ଓ୍ଵଷ୍ଟଇଣ୍ଡିଜ ବିପକ୍ଷରେ ମାତ୍ର ୫ ରନ୍ ବ୍ୟବଧାନରେ କଷ୍ଟସାଧ୍ୟ ବିଜୟ ହାସଲ କରିଥିଲା
