ତାଳଚେରରେ ପୁଣି ଦବିଲା ମାଟି,ଲୋକେ ଆତଙ୍କିତ Posted on 15/01/202015/01/2020 by NTP Bureau Report ଅନୁଗୋଳ(ଏନ ଟି ପି): କୋଇଲା ନଗରୀ ତାଳଚେର ଏବେ ହୋଇପଡିଛି ଅସୁରକ୍ଷିତ।ତାଳଚେରରେ ପୁଣି ମାଟି ଦବିଲା ମାଟି। ଦେଉଳବେଡା ତେଲିସାହିର ଏକ ଜମି ଭିତରେ ବଡ଼ ଧରଣର ଗାତ ସୃଷ୍ଟି ହେବା ଫଳରେ ସ୍ଥାନୀୟ ଲୋକ ଆତଙ୍କିତ ହୋଇ ପଡିଛନ୍ତି । ଅକ୍ଷୟ କୁମାର ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଜମିରେ ସକାଳେ ୫ ଫୁଟ ଚଉଡାରେ ପ୍ରାୟ ୪୦ ଫୁଟ ମାଟି ଦାବି ଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକ ଏହାକୁ ଦେଖିବାକୁ ଭିଡ଼ ଜମାଇଥିବା ବେଳେ ଆହୁରି ମାଟି ଦବିଥିଲା । ସେଠାରେ ସ୍ଥିତି ବିପଦ ସଂକୁଳ ଅବସ୍ଥାରେ ରହିଛି । ତେବେ ଏତେ ବଡ଼ ପରିମାଣର ମାଟି ଦବି ଥିବା ଯୋଗୁଁ ସ୍ଥାନୀୟ ଲୋକ ଭୟଭୀତ ହୋଇ ପଡିଛନ୍ତି । ପୂର୍ବରୁ ତାଳଚେରରେ ଥିବା ଭୂତଳ କୋଇଲା ଖଣିରେ ସଠିକ ଭାବରେ ବାଲି ଭର୍ତ୍ତି କରା ଯାଉ ନାହିଁ । ଯାହା ଫଳରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ମାଟି ଦବୁଛି । କେତେବେଳେ ସହର ମଝିରେ ମାଟି ଦବୁଛି ତ କେତେବେଳେ ବିଲ ଭିତରେ ମାଟି ଦବି ବିରାଟ ଗର୍ତ୍ତ ସୃଷ୍ଟି ହେଉଛି । ବାରମ୍ବାର ଅଭିଯୋଗ ସତ୍ତ୍ୱେ ଖଣି କର୍ତ୍ତୃପକ୍ଷ ଓ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଉ ନାହାନ୍ତି କାହିଁକି । ଏଣୁ ଏ ଦିଗରେ ସରକାର ଦୃଷ୍ଟି ଦେବାର ଆବଶ୍ୟକତା ରହିଛି।କିନ୍ତୁ ଅନ୍ୟପଟେ MCL ର କିଭଳି ଉତ୍ପାଦନ ବୃଦ୍ଧିପାଇପାରିବ ସେ ନେଇ ତିନି ଦିନିଆ ଗସ୍ତରେ ଆସିଛନ୍ତି MCL CMD BN ଶୁକ୍ଳା ।ବିଭିନ୍ନ ଖଣି ପରିଦର୍ଶନ କରିବା ସହ ବୈଠକ କରୁଛନ୍ତି CMD।କିନ୍ତୁ କାହିଁକି ଖଣି ସୁରକ୍ଷା ହେଉ କି ଲୋକଙ୍କ ସୁରକ୍ଷା ଦିଗରେ କାହିଁକି ଧ୍ୟାନ ଦେଉନାହାନ୍ତି MCL କର୍ତ୍ତୃପକ୍ଷ । ସେପଟେ MCL କୁ କେଉଁ କେଉଁ ଆଧାରରେ ଆୱାର୍ଡ ପରେ ଆୱାର୍ଡ ମିଳୁଛି ତାକୁନେଇ ଉଠିଛି ପ୍ରଶ୍ନ।MCLର ଏଭଳି ଚରମ ଅବହେଳା ପାଇଁ କେତେବେଳେ ଯେ ତାଳଚେର ସହର ରସା ତଳକୁ ଦାବି ନଯିବ କିଏ କହିବ।ଜିଲ୍ଲାପ୍ରଶାସନ MCL ଉପରେ କାହିଁକି ନେଉନି କଡା କାର୍ଯ୍ୟାନୁଷ୍ଠାନ।ବାରମ୍ବାର ଏଭଳି ଘଟଣା ପଛରେ MCL କୌଣସି ପ୍ରତିକ୍ରିୟା ନ ଦେବା ପଛର କଣ ରହିଛି ରହସ୍ୟ। Share on FacebookTweetFollow usSave Post Views: 514
Odisha ବିହନ ବିଶୋଧନ ତାଲିମ ନେବେ ୭ ହଜାର ଚାଷୀ NTP Bureau Report 29/12/2018 0 କଟକ, (ଏନଟିପି ବ୍ୟୁରୋ): ଆସନ୍ତା ରବି ଋତୁରେ ମୁଗ ଓ ବିରି ସହିତ ତୈଳବୀଜ ଚାଷ କରୁଥିବା ଚାଷୀଙ୍କୁ ବିହନ ବିଶୋଧନ ଉପରେ ତାଲିମ ଦିଆଯିବ । ଜିଲ୍ଲା କୃଷି ବିଭାଗର ନିଷ୍ପତ୍ତି କ୍ରମେ […]
Odisha ଜିଲ୍ଲାପାଳଙ୍କ ନିର୍ବାଚନମଣ୍ଡଳୀ ବୁଥ ପରିଦର୍ଶନ NTP Bureau Report 18/02/2019 0 ଅନୁଗୋଳ(ଏନଟିପି): ଅନୁଗୁଳ ଜିଲ୍ଲାପାଳ ଆସନ୍ତା ନିର୍ବାଚନ ର ସୁପରିଚାଳନା ପାଇଁ ବିଭିନ୍ନ ମତଦାନ କେନ୍ଦ୍ରରେ ଉପଲବ୍ଧ ଆନୁସଙ୍ଗିକ ବ୍ୟବସ୍ଥା କୁ ଅନୁଧ୍ୟାନ କରିବା ସହ ଭୋଟର ତାଲିକା ଅଭିଯାନର ଶେଷ ଦିବସରେ ତାଲିକାରେ ଥିବା […]
Odisha ପରକିୟା ପ୍ରୀତି, ମା ନେଲା ଦୁଇ ବର୍ଷ ଶିଶୁ ପୁତ୍ରର ଜୀବନ NTP Bureau Report 31/10/2019 0 ରାୟଗଡା(ଏନଟିପି): ପ୍ରେମରେ ଅନ୍ଧ ହୋଇ ନିଜ ଜନ୍ମିତ ପୁତ୍ରକୁ ପ୍ରେମିକ ସହ ମିଶି କଲା ହତ୍ୟା।ଏପରି ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି ରାୟଗଡା ସହରରେ।ଏହି ଘଟଣାରେ ରାୟଗଡା ପୋଲିସ ପ୍ରେମୀ ଯୁଗଳଙ୍କୁ ଗିରଫ […]