ଅନୁଗୋଳରେ ହେବ ଜାତୀୟସ୍ତରୀୟ କ୍ରିକେଟ 20-20

ଅନୁଗୋଳ(ଏନଟିପି):

ଅନୁଗୋଳ ସ୍ଥିତ କଦମପଡିଆ ଠାରେ ଜାତୀୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଗୋଳ କପ ୨୦୨୦ ଅନୁଷ୍ଠିତ ହେବ ।ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଆସାନସୋଲ ରେଲୱେ,କରିମ ସ୍ପୋର୍ଟସ ନାଗପୁର,ଛତିଶଗଡ ଫରେଷ୍ଟ, ଓଡିଶା ପୋଷ୍ଟାଲ ଭୁବନେଶ୍ୱର, ରାଇଜିଙ୍ଗ ସ୍ତୁଡେଣ୍ଟ କଟକ,RYCC ରାଉରକେଲା,ପ୍ରଗତି ସ୍ପୋର୍ଟିଂ ଭୁବନେଶ୍ୱର ,ଅନୁଗୋଳ କ୍ରିକେଟ କ୍ଲବ ଆଦି ଭାଗ ନେବାର କାର୍ଯ୍ୟକ୍ରମ ରହିଛି।ଏହି କ୍ରିକେଟ ଖେଳ 20-20 ଫର୍ମାଟ୍ ରେ ଖେଳ ହେବ।ଉଦ୍ଘାଟନି ଦିବସରେ ଅନୁଗୋଳ ଜିଲ୍ଳାପାଳ ମନୋଜ ମହାନ୍ତି ଓ ଏସ ପି ଜଗମୋହନ ମିନା ଉପସ୍ଥିତ ରହିବେ।୧୫ ତାରିଖଦିନ ଉଦ୍ ଜାପନୀ ଦିବସରେ ଉତ୍ତର କେନ୍ଦ୍ରାଞ୍ଚଳ IG ନରସିଂହ ଭୋଳ ଓ OCA ସମ୍ପାଦକ ସଞ୍ଜୟ ବେହେରା ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି।ପ୍ରତେକ ଦିନ ୯ ଟାରୁ ୫ ଟା ମଧ୍ୟରେ ଖେଳ ହେବ।ଏହି ଖେଳରେ ମ୍ୟାନ ଅଫ ଦି ମ୍ୟାଚ ଚମ୍ପିୟାନ ୮୦ ହଜାର,ରନର୍ସ ଅପ ୬୦ହଜାର ।ପ୍ରତେକ ଦିନ ମ୍ୟାନ ଅଫ ଦି ମ୍ୟାଚ ଖେଳାଳିଙ୍କୁ ୧୦୦୦ଟଙ୍କା ଦିଆଯିବ । ୨୦୧୩ -୨୦୧୪ ରୁ ବନ୍ଦ ହୋଇଥିବା ଏହି ଖେଳ ପୁଣି ସମସ୍ତଙ୍କ ସହଯୋଗରେ ଆରମ୍ଭ ହେଉଛି।ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ପ୍ରଧାନ,ଅନୁଗୋଳ କ୍ରିକେଟ କ୍ଲବର ସଭାପତି ବିରେନ ସାମଲ,ସମ୍ପାଦକ ସମରେନ୍ଦ୍ର ସ୍ୱାଇଁ,ଉପସଭାପତି ଗଙ୍ଗାଧର ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ଏସ କେ ମିନା ଜୁଦିନ, କୋଷାଧ୍ୟକ୍ଷ ପ୍ରଭାତ ସିନହା,ଗୁଗୁ ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ।

Follow by Email
WhatsApp