ଜିରୋ ନାଇଟ୍ ସେଲିବ୍ରେସନ୍ : ଭୁବନେଶ୍ବର ଓ କଟକର ବିଭିନ୍ନ ତାରକା ହୋଟେଲ ଓ କ୍ଲବରେ ଜୋରଦାର ଆୟୋଜନ

ଏନଟିପି : ପୁରୁଣା ବର୍ଷକୁ ବିଦାୟ ଦେବା ସହ ନୂଆ ବର୍ଷକୁ ସ୍ବାଗତ ପାଇଁ ସବୁଠି ଉତ୍ସାହ । କାଲି ହେବ ଜିରୋ ନାଇଟ୍ ସେଲିବ୍ରେସନ୍ । ଏଥିପାଇଁ ରାଜଧାନୀ ଭୁବନେଶ୍ବର ଓ କଟକର ବିଭିନ୍ନ ତାରକା ହୋଟେଲ ଓ କ୍ଲବରେ ଜୋରଦାର ଆୟୋଜନ ହୋଇଛି । ରାଜ୍ୟ ବାହାରର କଳାକାର ନୃତ୍ୟଗୀତ ପରିବେଷଣ କରିବେ । ଆଇନ ଶୃଖଂଳାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି । …ବିଦାୟ ବେଳାରେ ୨୦୧୮ । ନୂଆ ସମ୍ଭାବନା, ନୂଆ ଉଦ୍ଦୀପନା ନେଇ ଆସିବ ନୂଆ ବର୍ଷ । ପୁରୁଣା ବର୍ଷକୁ ବିଦାୟ ସହ ନୂଆ ବର୍ଷକୁ ସ୍ବାଗତ ପାଇଁ ସବୁଠି ଜୋରଦାର ପ୍ରସ୍ତୁତି । ଜିରୋ ନାଇଟ ସେଲିବ୍ରେସନ ପାଇଁ ରାଜଧାନୀର ବିଭିନ୍ନ ତାରକା ହୋଟେଲରେ ହୋଇଛି ଭବ୍ୟ ଆୟୋଜନ । ଖାଦ୍ୟ, ପାନୀୟ ସହ ନାଚ ଗୀତର ବ୍ୟବସ୍ଥା ହୋଇଛି । ଜିରୋ ନାଇଟ୍ ରେ ଆଇନ ଶୃଖଂଳାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ରାଜଧାନୀରେ ପ୍ରତି ଛକରେ ଫୋର୍ସ ମୁତୟନ ରହିବେ । ଦୁର୍ଘଟଣା ପାଇଁ ତୟାର ରହିବ ଅଗ୍ନିଶମ ବିଭାଗ ସିଲଭରସିଟି କଟକରେ ବି ଜୋରଦାର ବ୍ୟବସ୍ଥା। ବିଭିନ୍ନ ଷ୍ଟାର ହୋଟେଲରେ ବ୍ୟାପକ ପ୍ରସ୍ତୁତି। ଓସିଏ କ୍ଲବ, ୟୁନିଅନ କ୍ଲବ, କଟକ କ୍ଲବରେ ଜିରୋ ନାଇଟ୍ ସେଲିବ୍ରେସନ ପ୍ରସ୍ତୁତି ହୋଇଛି। ନାଚ ଗୀତ ପାଇଁ ଆସିବେ ରାଜ୍ୟ ବାହାରର କଳାକାର। ସୁରକ୍ଷା ପାଇଁ ସହରରେ ମୁତୟନ ହେବେ ୧୦ ପ୍ଲାଟୁନ ଫୋର୍ସ। ସବୁ ଛକରେ ବ୍ଲକିଂ ଓ ଚେକିଂ କରାଯିବା ସହ ବାଣ ଫୁଟାଇବା ଓ ଡାକ ବାଜିଯନ୍ତ୍ର ଉପରେ କଟକଣା ଲାଗୁ ହୋଇଛି।

Follow by Email
WhatsApp