ଟାଟା ଷ୍ଟିଲ ବିଏସଏଲ ଦ୍ବାରା ଢେଙ୍କାନାଳ ପ୍ଲାଣ୍ଟ -ଗ୍ରାମୀଣ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ …

ଏନଟିପି :(ଢେଙ୍କାନାଳ ) ::

ଢେଙ୍କାନାଳ ଜିଲ୍ଲା ର କଣ୍ଟାବଣିଆ ଠାରେ ଟାଟାଷ୍ଟିଲ ଭୂଷଣ ପ୍ଲାଣ୍ଟ କୁ ଅଧିଗ୍ରହଣ କରିବା ପରେ ଅଞ୍ଚଳବାସୀ ଙ୍କୁ ପ୍ରାଧାନ୍ୟ ଦେବା ସହ ଯୁବ ବର୍ଗ ଙ୍କୁ କ୍ରୀଡା କ୍ଷେତ୍ରରେ ମଧ୍ୟ ପ୍ରୋତ୍ସାହନ କରୁଛି। ଟାଟା ଷ୍ଟିଲ ବିଏସଏଲ, (ପୂର୍ବରୁ ଭୂଷଣ ଷ୍ଟିଲ ଭାବେ ପରିଚିତ ଥିବା),  ଦ୍ବାରା ଏହାର ଢେଙ୍କାନାଳ ପ୍ଲାଣ୍ଟ ନିକଟରେ ଥିବା ହିନ୍ଦୋଳ ବ୍ଲକର ନୂଆଗାଁରେ ଗ୍ରାମର ମହାବୀର କ୍ରିକେଟ କ୍ଲବ ସହାୟତାରେ ଏକ ଅନ୍ତ-ଗ୍ରାମୀଣ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି। ଏଥିରେ ଅନୁଗୁଳ ଜିଲ୍ଲାର ଗଡସନ୍ତ୍ରୀ ଗ୍ରାମର ଟିମ ଅନ୍ତିମ ମ୍ୟାଚରେ ନୂଆ ଗାଁ ଟିମକୁ ହରାଇ ଚାମ୍ପିୟନ ହୋଇଛି।  ଶେଷ ମ୍ୟାଚରେ ଟାଟା ଷ୍ଟିଲ ବିଏସଏଲର ଚିଫ ଅପରେଟିଂ ଅଫିସର ଶ୍ରୀ ସୁବୋଧ ପାଣ୍ଡେ ମୁଖ୍ୟ ଅତିଥି ଓ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଧର୍ମାନନ୍ଦ ସେନାପତି ସମ୍ମାନୀୟ ଅତିଥିଭାବେ ଯୋଗଦେଇ ସଫଳ ଟିମଙ୍କୁ ଟ୍ରଫି ଓ ଆର୍ଥିକ ପୁରସ୍କାର ପ୍ରାଦନ କରିଥିଲେ।  ଏହି ଅବସରରେ  ଶ୍ରୀ ପାଣ୍ଡେ କଂପାନିର ସାମାଜିକ ସେବା କାର୍ଯ୍ୟରେ ସହଯୋଗ ପ୍ରଦାନ କରିଥିବାରୁ ସ୍ଥାନୀୟ ଜନ ସାଧାରଣଙ୍କୁ ଧନ୍ୟବାଦ ଦେଇଥିଲେ। ସେ କହିଥିଲେ ଯେ କ୍ରୀଡା ସମେତ ସ୍ଥାନୀୟ ଅଂଚଳର ସାମଗ୍ରୀକ ବିକାଶ ପାଇଁ ଟାଟା ଷ୍ଟିଲ ବିଏସଏଲ ଏହାର ଉଦ୍ୟମ ଜାରି ରଖିବ।  ଟାଟା ଷ୍ଟିଲ ବିଏସଏଲର ଏହି ଉଦ୍ୟମ ପାଇଁ ଧନ୍ୟବାଦ ଦେଇ ଶ୍ରୀ ସେନାପତି କହିଥିଲେ ଯେ ଏଭଳି ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ଯୁବବର୍ଗଙ୍କୁ ଉତ୍ସାହିତ କରିବା ସହିତ ଉଚ୍ଚତର କ୍ରୀଡା ଲାଗି ତାଙ୍କ ପାଇଁ ପଥ ପ୍ରସ୍ତୁତ କରିବ।  ଡିସେମ୍ବର 17ରୁ ଆରମ୍ଭ ହୋଇ 26ରେ ସରିଥିବା ଏହି 8 ଦିନିଆ ଟୁର୍ଣ୍ଣାମେଣ୍ଟରେ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ଶିବପୁର, ରଘୁନାଥପୁର, ଗଡସନ୍ତ୍ରୀ, ତୁଲସିପଡା, ସର୍ପା ଭଳି 16ଟି  ଗ୍ରାମରୁ 200ରୁ ଉର୍ଦ୍ଧ୍ବ କ୍ରୀଡାବିତ  ଯୋଗଦେଇଥିଲେ।  ସେହିପରି ମଙ୍ଗଳପୁର ଗ୍ରାମର ଟାଟା ଷ୍ଟିଲ ବିଏସଏଲ ସହାୟତାରେ ହରିହର ମେମୋରିଆଲ ଭଲିବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି। ଏଥିରେ ସ୍ଥାନୀୟ ଅଂଚଳର 8 ଟି ଟିମ ଅଂଶଗ୍ରହଣ କରିଥିଲେ। ମଙ୍ଗଳପୁରକୁ ହରାଇ ପୁରୁଣାପାଣିକୋଟ ଟିମ ବିଜୟୀ ହୋଇଥଇଲା। ଟାଟା ଷ୍ଚିଲ ବିଏସଏଲ କର୍ପୋରେଟ ସାମାଜିକ ଦାୟିତ୍ବବୋଧ ବିଭାଗର ମୁଖ୍ୟ ଶ୍ରୀ ଦିବ୍ୟାହାସ ରାୟ ଟ୍ରଫି ସହ ବିଜେତା ଦଳକୁ 10 ଓ ରନର୍ସ ଅପ ଦଳକୁ 7 ହଜାର ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରିିଥିଲେ।ସ୍ଥାନୀୟ ଅଚଂଳର ସାମଗ୍ରୀକ ବିକାଶ ଲକ୍ଷ୍ୟରେ ସେତେବେଳର ଭୁଷଣ ଷ୍ଟିଲକୁ ଅଧିଗ୍ରହଣ କରିବାପରେ ଟାଟା ଷ୍ଚିଲ ଢେଙ୍କାନାଳ ଜିଲ୍ଲାରେ 10 କୋଟି ଟଙ୍କା ବ୍ୟୟରେ ଦୁଇଟି ମଡେଲ ସ୍କୁଲ ନିର୍ମାଣ କରୁଛି। ଏହାସହ ଏକ ଭ୍ରାମ୍ୟମାଣ ପ୍ରାଥମିକ ଚିକିତ୍ସା  ୟୁନିଟ  ପାଖାପାଖି ଗାଁର ପ୍ରାୟ 11 ହଜାର ଲୋକଙ୍କୁ ଚିକିତ୍ସା ସେବା ପ୍ରଦାନ କରୁଛି। ସେହିପରି 6 କୋଟି ଟଙ୍କା ବ୍ୟୟରେ ଜାତୀୟ ରାଜପଥ 55କୁ ସ୍ଥାନୀୟ 8ଟି ଗ୍ରାମର ଲୋକଙ୍କୁ ସବୁନିଦିନିଆ ରାସ୍ତାରେ ସଂଯୋଗ କରିବାକୁ 7 କିମି ଲମ୍ବର ଏକ ସିମେଣ୍ଟ କଂକ୍ରିଟ ରାସ୍ତ କଂପାନି ଦ୍ବାରା ନିର୍ମାଣ ଚାଲିଛି। 

Follow by Email
WhatsApp