NTP:୨୦୧୯ର ପ୍ରଥମ ସମ୍ବଲପୁରୀ ସିନେମାଭାବେ ରିଲିଜ୍ ହେଉଛି ନୂଆ ସିନେମା ‘ମୁଇଁ ଦିଓ୍ଵାନା ତୁଇ ଦିଓ୍ଵାନୀ’। ଶ୍ୟାମା ମୁଭିଜ୍ ବ୍ୟାନରରେ ନିର୍ମିତ ଏହି ସମ୍ବଲପୁରୀ ସିନେମା ର ପ୍ରଯୋଜନା କରିଛନ୍ତି ମାନଭଂଜନ ନାୟକ। ସେ ଆଗରୁ ‘ଅଲାର୍’ ଟାଇଟଲ୍ରେ ଏକ ସମ୍ବଲପୁରି ଫିଲ୍ମ ନିର୍ମାଣ କରିଥିଲେ,ଯାହା ୨୦୧୩ରେ ରିଲିଜ୍ ହୋଇଥିଲା। ‘ମୁଇଁ ଦିଓ୍ଵାନା ତୁଇ ଦିଓ୍ଵାନି’ର ନିର୍ଦ୍ଦେଶକ ବି ମାନଭଂଜନ ନାୟକ। ଏହି ଫିଲ୍ମରେ ପୃଥ୍ଵୀରାଜ ନାୟକ,ଶ୍ୟାମ କୁମାର,ଋଷି,ପ୍ରିୟଙ୍କା ଓ ଦୀପିକା ପ୍ରମୁଖ ଅଭିନୟ କରିଛନ୍ତି।ଏଥିରେ ନବାଗତା ଡକ୍ଟର ନିଶାଙ୍କୁ ନାୟିକା ଭୂମିକାରେ ଦେଖିବାକୁ ମିଳିବ। ଏତଦ୍ବ୍ୟତୀତ ପ୍ରଦୀପ ଦେବତା,ଅଶ୍ୱିନୀ ପଣ୍ଡା,ସତ୍ୟ ପଣ୍ଡା ଓ ବିନ୍ଦୁ ପ୍ରମୁଖ ବି ଗରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି।‘ମୁଇଁ ଦିଓ୍ଵାନା ତୁଇ ଦିଓ୍ଵାନୀ’ର ସୁଟିଂ ବରଗଡ ଓ ଭୁବନେଶ୍ୱରରେ କରାଯାଇଛି। ଏହାର ସଂଳାପ ଲେଖିଛନ୍ତି ଶୈଳେଶ ତ୍ରିପାଠୀ ।ନବ ମହତ୍ତମ ଏହି ସିନେମାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ ଜାନୁଆରି ୪ ତାରିଖରେ ଏହି ସମ୍ବଲପୁରୀ ସିନେମା ମୁକ୍ତିଲାଭ କରୁଛି।
Related Posts
ବଲିଉଡ ଅଭିନେତ୍ରୀ ସୋନାକ୍ଷୀଙ୍କ ନାଁ ରେ ୨୪ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ…
- NTP Bureau Report
- 13/07/2019
- 0
ଏନଟିପି ବ୍ୟୁରୋ : ବଲିଉଡ୍ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ନାଁରେ ଠକେଇ ଅଭିଯୋଗ ହୋଇଛି । ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ୨୪ ଲକ୍ଷ ଟଙ୍କା ନେଇ କାର୍ଯ୍ୟକ୍ରମରେ ଯୋଗ ଦେଇନଥିବା ଅଭିଯୋଗ କରିଛନ୍ତି ଆୟୋଜକ […]
ଜିରୋ ନାଇଟ୍ ସେଲିବ୍ରେସନ୍ : ଭୁବନେଶ୍ବର ଓ କଟକର ବିଭିନ୍ନ ତାରକା ହୋଟେଲ ଓ କ୍ଲବରେ ଜୋରଦାର ଆୟୋଜନ
- NTP Bureau Report
- 30/12/2018
- 0
ଏନଟିପି : ପୁରୁଣା ବର୍ଷକୁ ବିଦାୟ ଦେବା ସହ ନୂଆ ବର୍ଷକୁ ସ୍ବାଗତ ପାଇଁ ସବୁଠି ଉତ୍ସାହ । କାଲି ହେବ ଜିରୋ ନାଇଟ୍ ସେଲିବ୍ରେସନ୍ । ଏଥିପାଇଁ ରାଜଧାନୀ ଭୁବନେଶ୍ବର ଓ କଟକର […]
ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ରାଜନୈତିକ ଜୀବନୀ ଉପରେ ଆଧାରିତ ‘ଦ ଆକ୍ସିଡେଣ୍ଟାଲ୍ ପ୍ରାଇମମିନିଷ୍ଟର’ର ଟ୍ରେଲର ହେଲା ରିଲିଜ…….
- NTP Bureau Report
- 28/12/2018
- 0
ମୁମ୍ବାଇ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ରାଜନୈତିକ ଜୀବନୀ ଉପରେ ଆଧାରିତ ‘ଦ ଆକ୍ସିଡେଣ୍ଟାଲ୍ ପ୍ରାଇମମିନିଷ୍ଟର’ର ଟ୍ରେଲର ଗୁରୁବାର ମୁମ୍ବାଇଠାରେ ରିଲିଜ ହୋଇଛି । ଏହା ମନମୋହନଙ୍କ ମିଡିଆ ଉପଦେଷ୍ଟା ସଂଜୟ ବାରୁଙ୍କ ଦ୍ୱାରା […]