ତାଳବେଡା ଠାରେ ମୋ ବୁଥ ସବୁଠୁ ମଜବୁତ

ଏନଟିପି(ତାଳଚେର)

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିନ ୧୨ଟା ସମୟରେ ଭିଡ଼ିଓ କନଫରେନସିଂ ଜରିଆରେ ମୋ ବୁଥ ସବୁଠୁ ମଜବୁତ କାର୍ଯ୍ୟକ୍ରମରେ ୧ କୋଟିରୁ ଉର୍ଦ୍ଧ୍ୱ ଦଳୀୟ କାର୍ଯ୍ୟକର୍ତ୍ତା, ସ୍ବେଚ୍ଛାସେବୀ ଓ ଅନ୍ୟାନ୍ୟ ବିଶିଷ୍ଟ ନାଗରିକଙ୍କୁ ସମ୍ବୋଧନ କରି ସେମାନଙ୍କୁ ପରାମର୍ଶ ଦେଇଛନ୍ତି l ଏହି କ୍ରମରେ ତାଳଚେର ବିଧାନସଭା କ୍ଷେତ୍ରର ତାଳବେଡ଼ା ଠାରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଡ଼ଃ ଦେବେନ୍ଦ୍ର ପ୍ରଧାନ ଏବଂ ସମ୍ମାନିତ ଅତିଥି ଭାବେ ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ ଯୋଗ ଦେଇଥିଲେ l ଏହି ଅବସରରେ ସମସ୍ତେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନକୁ ନମୋ ଆପ ଜରିଆରେ ଏଲଇଡି ସ୍କ୍ରିନ ମାଧ୍ୟମରେ ଦେଖିଥିଲେ l ନିଜର ଓଜସ୍ବି ବାର୍ତ୍ତା ଦ୍ୱାରା ପ୍ରଧାନମନ୍ତ୍ରୀ ଦଳୀୟ କାର୍ଯ୍ୟ କର୍ତ୍ତାଙ୍କ ଆଗାମୀ ରଣ ନୀତି ସମ୍ପର୍କରେ ମୂଲ୍ୟବାନ ପରାମର୍ଶ ଦେଇଥିଲେ l କେନ୍ଦ୍ର ସରକାରଙ୍କ ଜନହିତ ୟେସି କାର୍ଯ୍ୟକୁ ସୋସିଆଲ ମିଡ଼ିଆ ମାଧ୍ୟମରେ ତଥା ଘରଘରକୁ ବୁଲି ଲୋକଙ୍କୁ ବୁଝାଇବା ଉପରେ ମୋଦୀ ଗୁରୁତ୍ୱାରୋପ କରିଥିଲେ l

Follow by Email
WhatsApp