ଶାରୀରିକ ସମ୍ପର୍କ ନ ରଖିଲେ ଶରୀରର କେଉଁ ତିନୋଟି ମହତ୍ତ୍ବପୂର୍ଣ୍ଣ ଅଙ୍ଗ ହୋଇଯାଇଥାଏ ଦୁର୍ବଳ Posted on 03/01/202003/01/2020 by NTP Bureau Report ବ୍ୟୁରୋ ରିପୋର୍ଟ (ଏନ ଟି ପି ): ପରିବର୍ତ୍ତିତ ଲାଇଫ୍ଷ୍ଟାଇଲ୍ ଯୋଗୁ ଆଜିକାଲିର ଯୁବପିଢ଼ିଙ୍କ ଶାରୀରିକ ସମ୍ପର୍କ ବାଧାପ୍ରାପ୍ତ ହେଉଛି। କାର୍ଯ୍ୟବ୍ୟସ୍ତତା ଓ ଚିନ୍ତା ଯୋଗୁ ଦାମ୍ପତ୍ୟ ଜୀବନରେ ବାଧା ଆସୁଥିବା ବେଳେ ଏହା ଦ୍ୱାରା ବେଡ୍ରୁମ୍ ଲାଇଫ୍ ମଧ୍ୟ ପ୍ରଭାବିତ ହେଉଛି। ଏକ ସୁସ୍ଥ ଜୀବନ ପାଇଁ ଶାରୀରିକ ସମ୍ପର୍କ ଅନିବାର୍ଯ୍ୟ ହୋଇଥାଏ। କେବଳ ମାନସିକ ଭାବେ ଦମ୍ପତିଙ୍କୁ ଏକାଠି କରିନଥାଏ, ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ୍ ଲାଭଦାୟକ ହୋଇଥାଏ ଶାରୀରିକ ସମ୍ବନ୍ଧ। ମେଡିକାଲ ସାଇନ୍ସର କହିବାନୁଯାୟୀ ଯଦି ଆପଣ ଲମ୍ବା ସମୟ ଧରି ସେକ୍ସ କରିନାହାନ୍ତି ତେବେ ଆପଣଙ୍କ ଶରୀରର କିଛି ଅଙ୍ଗ ଦୁର୍ବଳ ହେବାକୁ ଲାଗିଥାଏ ଏବଂ ଶାରୀରିକ କ୍ଷତି ମଧ୍ୟ ହୋଇଥାଏ। ତେବେ ଆସନ୍ତୁ ଜାଣିବା ସେହି ଅଙ୍ଗ ଗୁଡିକ ବିଷୟରେ ଯାହା ସମ୍ଭୋଗ ନ କରିବା ଦ୍ୱାରା ଦୁର୍ବଳ ହୋଇଯାଇଥାଏ। ଗର୍ଭାଶୟ: ଗର୍ଭାଶୟକୁ ସୁସ୍ଥ ରଖିବାକୁ ହେଲେ ଆପଣଙ୍କୁ ସେକ୍ସ କରିବା ନିହାତି ଜରୁରୀ ହୋଇଥାଏ। ସେକ୍ସ ନ କରିବା ଦ୍ୱାରା ରକ୍ତ ସଞ୍ଚାଳନ ଠିକ ଭାବରେ ହୋଇନଥାଏ, ଯେଉଁ କାରଣରୁ ଗର୍ଭାଶୟରେ ସଂକୁଚନ ଆସିଥାଏ ଏବଂ ମହିଳାଙ୍କ ଗର୍ଭାଶୟ ଧୀରେ ଧୀରେ ଦୁର୍ବଳ ହେବାକୁ ଲାଗିଥାଏ। ଏହାସହିତ ଶାରୀରିକ ସମ୍ପର୍କ ନ ରଖିଲେ ଗର୍ଭାଶୟରେ ଆହୁରି ଅନେକ ସମସ୍ୟା ଦେଖାଦେଇଥାଏ। ଏଥିପାଇଁ ଶାରୀରିକ ସମ୍ବନ୍ଧ ରଖିବା ନିହାତି ଜରୁରୀ ହୋଇଥାଏ। ମସ୍ତିସ୍କ (ବ୍ରେନ): ଶାରୀରିକ ସମ୍ବନ୍ଧ ନ ରଖିଲେ ମଣିଷଙ୍କର ବ୍ରେନ ଦୁର୍ବଳ ହୋଇଯାଇଥାଏ। ମେଡିକାଲ ସାଇନ୍ସ ଅନୁଯାଇ ଯଦି ଆପଣ ନିୟମିତ ଭାବରେ ଶାରୀରିକ ସମ୍ବନ୍ଧ ରଖୁଛନ୍ତି ତେବେ ଏହାଦ୍ୱାରା ଆପଣଙ୍କର ରକ୍ତ ସଞ୍ଚାଳନ ବହୁତ ଭଲ ଭାବରେ ହୋଇଥାଏ। ଏହାସହିତ ମସ୍ତିସ୍କର କାର୍ଯ୍ୟ ପ୍ରଣାଳୀ ଭଲ ଭାବରେ ହୋଇଥାଏ। ଯଦି କେଉଁ ଦମ୍ପତି ଶାରୀରିକ ସମ୍ବନ୍ଧ ରଖୁନାହାନ୍ତି ତେବେ ସେମାନଙ୍କ ଠାରେ ଚିନ୍ତା ଏବଂ ବିରକ୍ତିଭାବ ଅଧିକ ଉତ୍ପନ୍ନ ହୋଇଥାଏ। ଏଥିପାଇଁ ଶାରୀରିକ ସମ୍ବନ୍ଧ ମନୁଷ୍ୟଙ୍କ ପାଇ ଜରୁରୀ ହୋଇଥାଏ ବୋଲି କୁହାଯାଏ। ଯଦି ଆପଣ ଶାରୀରିକ ସମ୍ବନ୍ଧ ରଖୁନାହାନ୍ତି ତେବେ ଆପଣ ଡିପ୍ରେସନର ମଧ୍ୟ ଶିକାର ହୋଇପାରନ୍ତି ଏବଂ ବ୍ରେନରେ ଡୀମେନସିଆ ସମସ୍ୟା ମଧ୍ୟ ଦେଖାଯାଇଥାଏ. ହୃଦୟ (ହାର୍ଟ): ମେଡିକାଲ ସାଇନ୍ସର ଏକ ଅଧ୍ୟୟନ ଅନୁଯାଇ ଶାରୀରିକ ସମ୍ବନ୍ଧ ହୃଦୟ ବା ହାର୍ଟ ପାଇ ବହୁତ ଭଲ ବ୍ୟାୟାମ ଅଟେ। କାରଣ ଏହି ସମୟରେ ମନୁଷ୍ୟର ହୃତସ୍ପନ୍ଦନ ବହୁତ କ୍ଷିପ୍ର ଗତିରେ ଚାଲିଥାଏ। ଏହାଦ୍ୱାରା ହୃଦୟର କାର୍ଯ୍ୟ ପ୍ରଣାଳୀ ଭଲ ରହିଥାଏ। ଏହାସହିତ ଏପରି କଲେ ହାର୍ଟ ଆଟାକର ଭୟ କମ ରହିଥାଏ। କିନ୍ତୁ ଶାରୀରିକ ସମ୍ବନ୍ଧ ନ ରଖିବା ଦ୍ୱାରା ମଣିଷର ହୃଦୟ ଦୁର୍ବଳ ହେବାକୁ ଲାଗିଥାଏ ଏବଂ ହୃଦୟର କାର୍ଯ୍ୟ ପ୍ରଣାଳୀରେ ଏହାର ପ୍ରଭାବ ପଡିଥାଏ। ଏଥିପାଇଁ ସମସ୍ତ ଦମ୍ପତିଙ୍କୁ ଶାରୀରିକ ସମ୍ବନ୍ଧ ରଖିବା ନିହାତି . Share on FacebookTweetFollow usSave Post Views: 599
Entertainment SKF RELEASED DABANGG 3 TRAILER NTP Bureau Report 24/10/2019 0 NEWDELHI (NEWS TIME PRO ) The Long awaited trailer of Salman Khan starrer ‘Dabangg 3’ is here and as assured it is packed with a whole lot […]
Entertainment ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ରାଜନୈତିକ ଜୀବନୀ ଉପରେ ଆଧାରିତ ‘ଦ ଆକ୍ସିଡେଣ୍ଟାଲ୍ ପ୍ରାଇମମିନିଷ୍ଟର’ର ଟ୍ରେଲର ହେଲା ରିଲିଜ……. NTP Bureau Report 28/12/2018 0 ମୁମ୍ବାଇ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ରାଜନୈତିକ ଜୀବନୀ ଉପରେ ଆଧାରିତ ‘ଦ ଆକ୍ସିଡେଣ୍ଟାଲ୍ ପ୍ରାଇମମିନିଷ୍ଟର’ର ଟ୍ରେଲର ଗୁରୁବାର ମୁମ୍ବାଇଠାରେ ରିଲିଜ ହୋଇଛି । ଏହା ମନମୋହନଙ୍କ ମିଡିଆ ଉପଦେଷ୍ଟା ସଂଜୟ ବାରୁଙ୍କ ଦ୍ୱାରା […]
Entertainment ଅନୁଗୋଳ ସପ୍ତମ ଜିଲ୍ଲା ମହୋତ୍ସବ ;କଳା,ସଂସ୍କୃତି ଓ ଐତିହ୍ୟକୁ ଉଦ୍ ଜୀବିତ କରିବା ମୁଖ୍ୟ ଲକ୍ଷ NTP Bureau Report 15/01/2019 0 ଜିଲ୍ଲା ସଂସ୍କୃତି ପରିଷଦ ଆନୁକୁଲ୍ୟରେ ସପ୍ତମ ଅନୁଗୁଳ ଜିଲ୍ଲା ମହୋତ୍ସବ ୧୪ ତାରିଖ ଠାରୁ ଆରମ୍ଭ ହୋଇ ୧୬ ତାରିଖ ପର୍ଯ୍ୟନ୍ତ ଅନୁଗୁଳ ଷ୍ଟାଡିୟମ୍ ପରିସରରେ ଆୟୋଜିତ ହେବ। ଏହି ଉପଲକ୍ଷେ ଓରମାସ ମାଧ୍ୟମରେ […]